ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗାନଦୀ କୂଳ ପର୍ଯ୍ୟନ୍ତ ଥିବା ମାର୍ଗକୁ ସହଜରେ ଯାତାୟାତ କରିହେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ସାକାର ହୋଇପାରିବ ।
୫ ଲକ୍ଷ ବର୍ଗଫୁଟର ବ୍ୟାପକ କ୍ଷେତ୍ରରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି, ପୂର୍ବରୁ ଏହି କ୍ଷେତ୍ର ୩୦୦୦ ବର୍ଗ ଫୁଟ ମଧ୍ୟରେ ସୀମିତ ଥିଲା
ପ୍ରଳଳ୍ପ ମାଧ୍ୟମରେ ୨୩ଟି ନୂତନ କୋଠା ନିର୍ମାଣ କରାଯାଇଛି ଯେଉଁଥିରେ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବିବିଧ ସୁବିଧା ସୁଯୋଗ ଉପଲବ୍ଧ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଏହି ପ୍ରକଳ୍ପକୁ ସାକାର କରିବା ପଛରେ ସମସ୍ତଙ୍କର ସହଯୋଗ ରହିଛି ଯାହା ଫଳରେ ଆପୋଷ ସହମତ ଭାବେ ୩୦୦ରୁ ଅଧିକ ପ୍ଲଟ୍ ଆହରଣ ଏବଂ ଏହି ପ୍ରକଳ୍ପକୁ ବିବାଦଶୂନ୍ୟ କରିବାରେ ସହାୟକ ହୋଇଛି ।
୪୦ରୁ ଅଧିକ ପ୍ରାଚୀନ ମନ୍ଦିର ପୁନଃଆବିଷ୍କୃତ, ପୁନଃସଂସ୍ଥାପନ ଓ ସୌନ୍ଦର୍ଯ୍ୟକରଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୩-୧୪ ତାରିଖ ଦିନ ବାରାଣାସୀ ଗସ୍ତରେ ଯିବେ । ଡିସେମ୍ବର ୧୩ ତାରିଖ ଦିନ ଅପରାହ୍ନ ୧ଟା ସମୟରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ ଏବଂ ସେଠାରେ ପୂଜାର୍ଚ୍ଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ମନରେ ଦୀର୍ଘ ଦିନରୁ ଏକ ପରିକଳ୍ପନା ଥିଲା ଯେ କିଭଳି ଭାବେ ବାବା ବିଶ୍ୱନାଥଙ୍କ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ସହଜରେ ଦେବ ଦର୍ଶନ ପରେ ସେଠାରୁ ଗଙ୍ଗାନଦୀ ଘାଟ ପର୍ଯ୍ୟନ୍ତ ଯାଇପାରିବେ ଏବଂ ସେଥିପାଇଁ ସେମାନଙ୍କୁ ମାର୍ଗରେ କୌଣସି ପ୍ରକାର ଜନଗହଳି କିମ୍ବା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । ଏହାକୁ ଦୃଷ୍ଟିରେ ରଖି ପାଶ୍ୱର୍ବର୍ତ୍ତୀ ସ୍ଥାନରେ ଥିବା ଦୁର୍ବଳ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି । ଫଳରେ ଏବେ ଶ୍ରଦ୍ଧାଳୁମାନେ ସହଜରେ ପବିତ୍ର ଗଙ୍ଗାନଦୀ ଘାଟକୁ ଯାଇ ଯୁଗ ଯୁଗ ଧରି ଚାଲିଆସୁଥିବା ପରମ୍ପରା ଅନୁସାରେ ଗଙ୍ଗାସ୍ନାନ କରିପାରିବ ଏବଂ ଗଙ୍ଗାଜଳ ସଂଗ୍ରହ କରି ମନ୍ଦିରରେ ତାହା ସମର୍ପଣ କରିପାରିବେ । ଏହି ଇଚ୍ଛାକୁ ସାକାର କରିବା ନିମନ୍ତେ ଶ୍ରୀ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ଏବଂ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଠାରୁ ଗଙ୍ଗା ନଦୀ କୂଳ ପର୍ଯ୍ୟନ୍ତ ଏକ ସହଜରେ ଯାତାୟାତ ପଥ ନିର୍ମାଣ କରାଯାଇଛି । ଏହି ପବିତ୍ର କାର୍ଯ୍ୟକୁ ସାକାର କରିବା ନିମନ୍ତେ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

 ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ନିମନ୍ତେ ଅତି ମାତ୍ରାରେ ଆଗ୍ରହ ପ୍ରଦର୍ଶନ କରିବା ସହ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟ ସହ ସକ୍ରିୟ ଭାବେ ସାମିଲ ହୋଇଥିଲେ । ନିୟମିତ ଭାବେ ପ୍ରକଳ୍ପର କାର୍ଯ୍ୟ ପ୍ରଗତି ସଂପର୍କରେ ତାଙ୍କୁ ସୂଚୀତ କରାଯାଉଥିଲା ଏବଂ ସେ ଏହାର ସମୀକ୍ଷା ମଧ୍ୟ କରିଥିଲେ । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟର ମଧ୍ୟ ନିଜେ ମନିଟରିଂ କରିଆସୁଥିଲେ । ଏଥି ସହିତ ଏହି ପ୍ରକଳ୍ପର ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ନିଜର ସୁଚିନ୍ତିତ ମତ ମଧ୍ୟ ପ୍ରଦାନ କରିଆସୁଥିଲେ ଯାହା ଫଳରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଏହି ଯାତାୟାତ ପଥ ଅତି ମାତ୍ରାରେ ସୁଗମ ହୋଇପାରିବ । ଏପରିକି ଦିବ୍ୟାଙ୍ଗ ଜନମାନେ ଯେଭଳି ସହଜରେ ନଦୀକୂଳରୁ ମନ୍ଦିର ପର୍ଯ୍ୟନ୍ତ ଯାଇପାରିବେ ତାହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରକଳ୍ପ ଏଭଳି ଭାବେ ଡିଜାଇନ କରାଯାଇଥିଲା ଯାହା ଫଳରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ବୟୋବୃଦ୍ଧ ଜନମାନଙ୍କ ନିମନ୍େ‌ତ ରାମ୍ପ, ଏସ୍କାଲେଟର ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ବ୍ୟବସ୍ଥା କରାଯାଇପାରିବ ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ଟି କୋଠା ନିର୍ମାଣ କରାଯାଇଛି ଯାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦ୍ଘାଟନ କରିବେ । ସେହିସବୁ କୋଠାଗୁଡ଼ିକରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ବାହାରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ରହିଛି । ସେଥି ମଧ୍ୟରେ ଯାତ୍ରୀ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ଫାସିଲିଟେସନ କେନ୍ଦ୍ର, ବୈଦିକ କେନ୍ଦ୍ର, ମୁମୁକ୍ଷୁ ଭବନ, ଭୋଗଶାଳା, ସିଟି ମ୍ୟୁଜିୟମ, ଦର୍ଶକ ଗ୍ୟାଲେରୀ, ଫୁଡ୍ କୋର୍ଟ ଆଦି ଅନ୍ୟତମ । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ପ୍ରାୟ ୩୦୦ରୁ ଅଧିକ ପ୍ଲଟ୍ ଓ କୋଠାକୁ ସରକାର ଅଧିଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସାକାର କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କର ଯୋଗଦାନ ରହିଛି । ଏହାର ପରିଣାମ ସ୍ୱରୂପ ପାରସ୍ପରିକ କଥାବାର୍ତ୍ତା ଓ ସହମତ ଆଧାରରେ ସେହିସବୁ କୋଠା ଓ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇଥିଲା । ଏହି ପ୍ରୟାସରେ ପ୍ରାୟ ୧୪୦୦ ଦୋକାନୀ, ଭଡ଼ାଟିଆ ଓ ଘରମାଲିକଙ୍କୁ ପାରସ୍ପରିକ ସହମତ ଆଧାରରେ ପୁନଃଥଇଥାନ କରାଯାଇଛି । ଏହି ପ୍ରକଳ୍ପର ସଫଳତାର ନିଦର୍ଶନ ଏଥିରୁ ସୂଚୀତ ହୁଏଯେ ଏଥିପାଇଁ ଦେଶର କୌଣସି ଅଦାଲତରେ ଗୋଟିଏ ହେଲେ ମାମଲା ବାକିଆ ପଡ଼ିନାହିଁ ଯାହାକି ପ୍ରକଳ୍ପ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଅଥବା ପୁନଃଥଇଥାନ ସମ୍ପର୍କୀତ ହୋଇଥିବ ।

ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନା ଏକଥାକୁ ମଧ୍ୟ ସୁନିଶ୍ଚିତ କରିଛି ଯେ ସମସ୍ତ ପ୍ରକାର ଐତିହ୍ୟ ସୌଧକୁ ଏହି ପ୍ରକଳ୍ପର ବିକାଶ ସମୟରେ ସଂରକ୍ଷଣ କରାଯାଇପାରିଛି । ଏଭଳି ଦୂରଦୃଷ୍ଟି ନଜରକୁ ଆସିଥିଲା ଯେତେବେଳେ ପୁରୁଣା କୋଠାଗୁଡ଼ିକ ଭଙ୍ଗାଯିବା ସମୟରେ ୪୦ରୁ ଅଧିକ ପ୍ରାଚୀନ ମନ୍ଦିର ଆବିଷ୍କୃତ ହୋଇଥିଲା । ସେହିସବୁ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର କରାଯିବା ସହ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଛି ଏବଂ ଏକଥା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି ଯେ ସେଗୁଡ଼ିକର ମୂଳ ଢ଼ାଂଚାକୁ ଅକ୍ଷୁର୍ଣ୍ଣ ରଖାଯିବ । ପ୍ରକଳ୍ପର ନିର୍ମାଣ ପରିସର ବେଶ୍ ବ୍ୟାପକ ଯାହା ୫ ଲକ୍ଷ ବର୍ଗ ଫୁଟରେ ପରିବ୍ୟାପ୍ତ । କିନ୍ତୁ ପୂର୍ବରୁ ତାହା ମାତ୍ର ୩୦୦ ବର୍ଗଫୁଟ ମଧ୍ୟରେ ସୀମିତ ଥିଲା । କୋଭିଡ଼ ମହାମାରୀ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟକୁ ପୂର୍ବରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସଂପୂର୍ଣ୍ଣ କରାଯାଇପାରିଛି । ଡିସେମ୍ବର ୧୩ ତାରିଖ ଦିନ ବାରାଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟାହ୍ନ ୧୨ଟା ବେଳେ କାଳ ଭୈରମ ମନ୍ଦିର ଦର୍ଶନ କରିବେ ଏବଂ ସନ୍ଧ୍ୟା ୬ଟା ସମୟରେ ସେଠାରେ ଗଙ୍ଗା ଆରତୀ ଦେଖିବେ । ଡିସେମ୍ବର ୧୪ ତାରିଖ ଦିନ ୩.୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ସ୍ୱର୍ଦେବ ମହାମନ୍ଦିରଠାରେ ସଦଗୁରୁ ସଦାଫଳଦେଓ ବିହଙ୍ଗମ୍ ଯୋଗ ସଂସ୍ଥାନ ଠାରେ ଆୟୋଜିତ ୯୮ତମ ବାର୍ଷିକ ଉତ୍ସମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ସମୟରେ ସେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀମାନଙ୍କର ଏକ ସମାବେଶରେ ମଧ୍ୟ ଅଂଶଗ୍ରହଣ କରିବେ । ଏହି ସମ୍ମିଳନରରେ ବିହାର ଏବଂ ନାଗାଲାଣ୍ଡର ଉପ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଉଛନ୍ତି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ଶ୍ରେଷ୍ଠ ଶାସନ ଅନୁଭୂତି ପରସ୍ପର ମଧ୍ୟରେ ବିନିମୟ କରିବାର ସୁଯୋଗ ଲାଭ କରିବେ ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଟିମ୍ ଇଣ୍ଡିଆ ଭାବନାକୁ ଆଗକୁ ଆଗେଇ ନେବା ଲକ୍ଷ୍ୟକୁ ସାକାର କରିବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How AI & next-gen tech driving India’s MedTech growth

Media Coverage

How AI & next-gen tech driving India’s MedTech growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi