-ପ୍ରଧାନମନ୍ତ୍ରୀ ବାରାଣସୀରେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
-ସଡ଼କ, ବିଦୁ୍ୟତ, ଶିକ୍ଷା,ପର୍ଯ୍ୟଟନକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ
-ନୂତନ ଭାବେ ପଂଜିକୃତ ହୋଇଥିବା ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ପ୍ରଧାନମନ୍ତ୍ରୀ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ପ୍ରମାଣପତ୍ର ପ୍ରଦାନ କରିବେ
-ମଧ୍ୟପ୍ରଦେଶର ଇସାଗଡ଼ସ୍ଥିତ ଗୁରୁ ଜୀ ମହରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ ତାରିଖରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ କରିବେ । ସେ ବାରାଣସୀ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଏହାପରେ ସେ ମଧ୍ୟ ପ୍ରଦେଶ ଯିବେ ଏବଂ ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟରେ ଇସାଗଡ଼ସ୍ଥିତ ଗୁରୁ ଜୀ ମହରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିବେ । ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ଆନନ୍ଦପୁର ଧାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାରାଣସୀରେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ବାରାଣସୀର ଆନୁଷଙ୍ଗିକ ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ବିଶେଷ କରି ସଡ଼କ ଯୋଗାଯୋଗ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଅଞ୍ଚଳରେ ବିଭିନ୍ନ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥିସହ ସେ ୯୮୦ କୋଟି ଟଙ୍କାରେ ହେବାକୁ ଥିବା ବାରାଣସୀ ରିଙ୍ଗ ରୋଡ ଏବଂ ସାରନାଥ ମଧ୍ୟରେ ଏକ ରୋଡ ବ୍ରିଜ, ସହରର ଭିକାରୀପୁର ଏବଂ ମଣ୍ଡୁଆଡିହ କ୍ରସିଂରେ ଫ୍ଲାଇଓଭର, ଏନଏଚ-୩୧ରେ ଏକ ହାଇୱେ ଅଣ୍ଡରପାସ୍ ରୋଡ ଟନେଲ ଏବଂ ବାରାଣସୀ ଆନ୍ତର୍ଜାତିକ ବିମାନବନ୍ଦରର ଶିଳାନ୍ୟାସ କରିବେ ।

ବିଦୁ୍ୟତ ଯୋଗାଯୋଗର ବୁନିଆଦି ଢାଞ୍ଚା ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ୧୦୪୦ କୋଟି ଟଙ୍କାର ନିର୍ମିତ ବାରାଣସୀ ଡିଭିଜନର ଜଉନପୁର, ଚନେ୍ଦøଲି ଏବଂ ଗାଜିପୁରରେ ଦୁଇଟି ୪୦୦ କେଭି ଏବଂ ଗୋଟିଏ ୨୨୦ କେଭି ସରବରାହ ଷ୍ଟେସନ ଓ ସହାୟକ ସରବରାହ ଲାଇନର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ୭୭୫ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବାରାଣସୀର ଚଉକାଘାଟରେ ଏକ ୨୨୦ କେଭି ଟ୍ରାନ୍ସମିସନ ସବଷ୍ଟେସନ, ଘାଜିପୁରରେ ୧୩୨ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ବାରାଣସୀ ସିଟି ଇଲେକ୍ଟ୍ରିସିଟି ଡିଷ୍ଟ୍ରିବୁ୍ୟସନ ସିଷ୍ଟମ ବୃଦ୍ଧି ବ୍ୟବସ୍ଥାର ଶିଳାନ୍ୟାସ କରିବେ ।

ସୁରକ୍ଷା ବାହିନୀକୁ ମିଳୁଥିବା ସୁବିଧାକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପିଏସି ରାମନଗର କ୍ୟାମ୍ପସ ପୁଲିସ ଲାଇନରେ ଏକ ଟ୍ରାଞ୍ଜିଟ ହଷ୍ଟେଲ ଏବଂ ପୁଲିସ ବାରାକର ଉଦଘାଟନ କରିବେ । ସେ ମଧ୍ୟ ବିଭିନ୍ନ ପୁଲିସ ଥାନାର ପ୍ରଶାସନିକ ଭବନ ଏବଂ ପୁଲିସ ଲାଇନରେ ଏକ ଆବାସିକ ହଷ୍ଟେଲର ଶିଳାନ୍ୟାସ କରିବେ ।

‘ସମସ୍ତଙ୍କୁ ଶିକ୍ଷା’ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପିନ୍ଦରାରେ ଏକ ସରକାରୀ ପଲିଟେକନିକ୍ କଲେଜ, ବାରକି ଗ୍ରାମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ କଲେଜ, ୩୫୬ ଗ୍ରାମାଞ୍ଚଳ ଫାଠାଗର ଏବଂ ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ରର ଲୋକାର୍ପଣ କରିବେ । ସେ ମଧ୍ୟ ସ୍ମାର୍ଟ ସିଟି ମିଶନ ଅଧୀନରେ ୭୭ଟି ପ୍ରାଥମିକ ବିଦ୍ୟାଳୟ କୋଠାର ନବୀକରଣ, ବାରାଣସୀର ଚୋଳପୁରଠାରେ କସ୍ତୁରବା ଗାନ୍ଧୀ ସ୍କୁଲ କୋଠା ନିର୍ମାଣର ଶିଳାନ୍ୟାସ କରିବେ । କ୍ରୀଡ଼ା କ୍ଷେତ୍ରରେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଉଦୟ ପ୍ରତାପ କଲେଜରେ  ଫ୍ଲଡଲାଇଟ ସୁବିଧା ଥାଇ ଏକ ସିନ୍ଥେଟିକ୍ ହକି ଟର୍ଫ ଓ ଆକର୍ଷଣୀୟ ଗ୍ୟାଲେରୀ ଏବଂ ଶିବପୁରଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ନଦୀର ସାମନେ ଘାଟ ଓ ଶାସ୍ତ୍ରୀ ଘାଟର ନବୀକରଣ କାର୍ଯ୍ୟକୁ ଉଦଘାଟନ କରିବେ । ୩୪୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଜଳ ଜୀବନ ମିଶନ ଅଧୀନରେ ୧୩୦ ଗ୍ରାମ୍ୟ ପାନୀୟ ଜଳ ଯୋଜନାର ଲୋକାର୍ପଣ କରିବେ । ବାରାଣସୀର ୬ଟି ମୁ୍ୟନିସିପାଲ ୱାର୍ଡର ବିକାଶ ଏବଂ ବାରାଣସୀର ବିଭିନ୍ନ ସ୍ଥାନରେ ଭୂନିର୍ମାଣ ଏବଂ ମୂର୍ତ୍ତି ସ୍ଥାପନ ବ୍ୟବସ୍ଥାର ଲୋକାର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କଳାକାରମାନଙ୍କ ପାଇଁ ଏମଏସଏମଇ ୟୁନିଟି ମଲ୍ ର ଶିଳାନ୍ୟାସ କରିବେ । ଏଥିସହ ସେ ମୋହନସରାଇଠାରେ ଟ୍ରାନ୍ସପୋର୍ଟ ନଗର ଯୋଜନାରେ ଆନୁଷଙ୍ଗିକ ବିକାଶ କାମ, ଭେଲୁପୁର ଡବ୍ଲୁଟିପିଠାରେ ୧ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ, ୪୦ ପଞ୍ଚାୟତରେ କମୁ୍ୟନିଟି ହଲ ଏବଂ ବାରାଣସୀର ବିଭିନ୍ନ ପାର୍କର ସୌନ୍ଦର୍ଯ୍ୟକରଣ କାମର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୭୦ ବର୍ଷରୁ ଅଧିକ ବୟସର ପ୍ରଥମ ଥର ହିତାଧିକାରୀ ହୋଇଥିବା ବ୍ୟକ୍ତିଙ୍କୁ ଆୟୁଷ୍ମାନ ବାୟ ବନ୍ଦନା କାର୍ଡ ହସ୍ତାନ୍ତର କରିବେ । ସେ ମଧ୍ୟ ନୂତନ ଭାବେ ପଂଜିକୃତ ହୋଇଥିବା ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ପ୍ରଧାନମନ୍ତ୍ରୀ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ପ୍ରମାଣପତ୍ର ପ୍ରଦାନ କରିବେ । ଏହା ମଧ୍ୟରେ ତବଲା, ପେଣ୍ଟିଂ, ଥଣ୍ଡାଇ, ତିରଙ୍ଗା ବରଫି ଇତ୍ୟାଦି ସାମିଲ ଅଛି । ପ୍ରଧାନମନ୍ତ୍ରୀ ବନସ ଡାଏରୀ ସହ ସଂପୃକ୍ତ ଥିବା ଉତ୍ତର ପ୍ରଦେଶର ଦୁଗ୍ଧ ଯୋଗାଣକାରୀଙ୍କ ଆକାଉଣ୍ଟକୁ ୧୦୫ କୋଟି ଟଙ୍କାର ବୋନସ୍ ଟ୍ରାନ୍ସଫର କରିବେ । 

ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ

ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦେଶର ଅଶୋକ ନଗର ଜିଲ୍ଲା ଇସାଗଡ ତହସିଲର ଆନନ୍ଦପୁର ଧାମ ପରିଦର୍ଶନ କରିବେ । ସେ ଗୁରୁ ଜୀ ମହାରାଜ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ସେ ମଧ୍ୟ ଆନନ୍ଦପୁର ଧାମ ମନ୍ଦିର କଂପ୍ଲେକ୍ସ ପରିଦର୍ଶନ କରିବେ ।

ଆଧ୍ୟାତ୍ମିକତା ଓ ପରୋପକାରୀ କାର୍ଯ୍ୟ ପାଇଁ ଆନନ୍ଦପୁର ଧାମ ପ୍ରତିଷ୍ଠା ହୋଇଥିଲା । ୩୧୫ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଶ୍ରୀ ଆନନ୍ଦପୁର ଟ୍ରଷ୍ଟ କ୍ୟାମ୍ପସରେ ଥିବା ଆଧୁନିକ ଗୋଶାଳାରେ ୫୦୦ ଗାଈ ଅଛନ୍ତି ଏବଂ କୃଷି କାର୍ଯ୍ୟକଳାପ ଜାରି ରହିଛି । ଏହି ଟ୍ରଷ୍ଟ ସୁଖପୁର ଗ୍ରାମରେ ଏକ ଚାରିଟେବଲ ହସପିଟାଲ, ସୁଖପୁର ଗ୍ରାମରେ ଏକ ସ୍କୁଲ ଏବଂ ଦେଶବ୍ୟାପୀ ଆନନ୍ଦପୁର ଓ ଅନ୍ୟାନ୍ୟ କେତେକ ଅଞ୍ଚଳରେ ସତସଙ୍ଗ ପରିଚାଳନା କରୁଛି । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi