ଉତ୍ତରପ୍ରଦେଶ ଗ୍ଲୋବାଲ ନିବେଶକ ସମ୍ମିଳନୀ 2023 - ୟୁପି ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତୀର୍ଥ କେନ୍ଦ୍ର ସହିତ ସଂଯୋଗ ବୃଦ୍ଧି ହେବ
ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁରାର୍ ଅଣ୍ଡରପାସକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ - ପ୍ରକଳ୍ପଗୁଡିକ ମୁମ୍ବାଇରେ ସଡକ ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବ
ମୁମ୍ବାଇରେ ଅଲଜାମିଆ-ତୁସ୍-ସାଇଫିଆର ନୂତନ କ୍ୟାମ୍ପସ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 10 ଫେବୃଆରୀରେ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ 10 ଟାରେ ପ୍ରଧାନମନ୍ତ୍ରୀ ଲକ୍ଷ୍ମୌ ଗସ୍ତ କରିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ 2023 ର ଉଦଘାଟନ କରିବେ। ପ୍ରାୟ ଅପରାହ୍ନ 2:45 ସମୟରେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରେ ଦୁଇଟି ବନ୍ଦେ ଭାରତ ଟ୍ରେନରୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଦେଶ ପାଇଁ ଦୁଇଟି ସଡକ ପ୍ରକଳ୍ପ - ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁର ଅଣ୍ଡରପାସ୍ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିବେ। ଏହା ପରେ, ଅପରାହ୍ନ 4.30 ରେ ସେ ମୁମ୍ବାଇର ଅଲଜାମିଆ-ତୁସ୍-ସାଇଫିଆର ନୂତନ କ୍ୟାମ୍ପସ୍ ଉଦଘାଟନ କରିବେ।

ଲକ୍ଷ୍ମୌ ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗ୍ଲୋବାଲ ନିବେଶକ ସମ୍ମିଳନୀ 2023 ର ଉଦଘାଟନ କରିବେ। ସେ ମଧ୍ୟ ଗ୍ଲୋବାଲ୍ ଟ୍ରେଡ୍ ସୋ ର ଉଦ୍‌ଘାଟନ କରିବେ ଏବଂ ଇନଭେଷ୍ଟ ୟୁପି 2.0 ର ଶୁଭାରମ୍ଭ କରିବେ। 

ଉତ୍ତରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ 2023, 10-12 ଫେବୃଆରୀ 2023 ମଧ୍ୟରେ କରାଯାଉଛି। ଏହା ଉତ୍ତରପ୍ରଦେଶ ସରକାରଙ୍କ ଏକ ପ୍ରମୁକ ନିବେଶ ସମ୍ମିଳନୀ। ଏହା ବ୍ୟବସାୟର ସୁଯୋଗ ଏବଂ ସହଭାଗିତା ନିର୍ମାଣ ପାଇଁ ସମଗ୍ର ବିଶ୍ୱରୁ ନୀତି ନିର୍ମାତା, ଶିଳ୍ପପତି, ଶିକ୍ଷାବିତ୍, ଥିଙ୍କ ଟ୍ୟାଙ୍କ ଏବଂ ନେତାମାନଙ୍କୁ ଏକତ୍ର କରିବ ।

ଇନଭେଷ୍ଟର ୟୁପି 2.0 ହେଉଛି ଉତ୍ତରପ୍ରଦେଶର ଏକ ବିସ୍ତୃତ, ନିବେଶକ କୈନ୍ଦ୍ରିକ ଏବଂ ସେବା ଭିତ୍ତିକ ନିବେଶ ଇକୋସିଷ୍ଟମ ଯାହା ନିବେଶକମାନଙ୍କୁ ପ୍ରାସଙ୍ଗିକ, ଉତ୍କୃଷ୍ଟ ପରିଭାଷିତ, ମାନକ ସେବା ପ୍ରଦାନ କରିବାକୁ ଚେଷ୍ଟା କରିଥାଏ। 

ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଏବଂ ମୁମ୍ବାଇ-ସାଇନଗର ଶିରିଡ଼ି ବନ୍ଦେ ଭାରତ ଟ୍ରେନ୍ ହେଉଛି ଦୁଇଟି ଟ୍ରେନ୍ ଯାହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ। ନୂତନ ଭାରତ ପାଇଁ ଉନ୍ନତ, ଦକ୍ଷ ଏବଂ ଯାତ୍ରୀ ଅନୁକୂଳ ପରିବହନ ଭିତ୍ତିଭୂମି ନିର୍ମାଣର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଦେଶର 9ମ ବନ୍ଦେ ଭାରତ ଟ୍ରେନ୍ ହେବ। ଏହି ନୂତନ ବିଶ୍ୱ ସ୍ତରୀୟ ଟ୍ରେନ୍ ମୁମ୍ବାଇ ଏବଂ ସୋଲାପୁର ମଧ୍ୟରେ ସଂଯୋଗକୁ ସୁଗମ କରିବ ଏବଂ ସୋଲାପୁରର ସିଦ୍ଧେଶ୍ୱର, ଆକାଲକୋଟ, ତୁଲଜାପୁର, ସୋଲାପୁର ନିକଟସ୍ଥ ପନ୍ଧାରପୁର ଏବଂ ପୁନେ ନିକଟସ୍ଥ ଅଲାଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନକୁ ଯାତ୍ରା କରିବାରେ ସୁବିଧା ପ୍ରଦାନ କରିବ।

ମୁମ୍ବାଇ-ସାଇନାଗର ସିରିଡ଼ି ବନ୍ଦେ ଭାରତ ଟ୍ରେନ୍ ଦେଶର ଦଶମ ବନ୍ଦେ ଭାରତ ଟ୍ରେନ୍ ହେବ। ଏହା ମଧ୍ୟ ମହାରାଷ୍ଟ୍ରର ନାଶିକ୍, ତ୍ରୟମ୍ବକେଶ୍ବର, ସାଇନଗର ସିରିଡି, ଶନି ସିଗ୍‌ନାପୁର ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥଳ ଗୁଡ଼ିକର ସଂଯୋଗକୁ ଉନ୍ନତ କରିବ |

ମୁମ୍ବାଇରେ ସଡକ ଯାତାୟାତକୁ ସମସ୍ୟାକୁ ସମାଧାନ କରିବା ଏବଂ ଯାନବାହାନ ଚଳାଚଳକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ (ଏସସିଏଲଆର) ଏବଂ କୁର ଅଣ୍ଡରପାସକୁ ଉତ୍ସର୍ଗ କରିବେ। କୁର୍ଲା ଠାରୁ ଭାକୋଲା ଏବଂ ଏମଟିଏନଏଲ୍ ଜଙ୍କସନ, ବିକେସି ରୁ ଏଲବିଏସ୍ ଫ୍ଲାଏଓଭର ପର୍ଯ୍ୟନ୍ତ କୁର୍ଲା ଠାରେ ନୂତନ ଭାବରେ ନିର୍ମିତ ଏଲିଭେଟେଡ୍‌ କରିଡର ସହରରେ ବହୁ ଆବଶ୍ୟକୀୟ ପୂର୍ବ ପଶ୍ଚିମ ସଂଯୋଗକୁ ବଢ଼ାଇବ। ଏହା ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥକୁ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ସହିତ ସଂଯୋଗ କରିବ ଯାହା ଦ୍ବାରା ପୂର୍ବ ଏବଂ ପଶ୍ଚିମ ପାର୍ଶ୍ବକୁ ଦକ୍ଷତାର ସହିତ ସଂଯୋଗ ହୋଇପାରିବ। ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ (ଡବ୍ଲୁଇଏଚ) ରେ ଯାତାୟାତକୁ ସହଜ କରିବା ଏବଂ ଡବ୍ଲୁଇଏଚ୍ ର ମଲାଡ ଏବଂ କୁର ପାର୍ଶ୍ୱକୁ ସଂଯୋଗ କରିବା ପାଇଁ କୁର ଅଣ୍ଡରପାସ୍ ଗୁରୁତ୍ୱପୂର୍ଣ୍ଣ। ଏହା ଲୋକଙ୍କୁ ସହଜରେ ରାସ୍ତା ପାର ହେବା ପାଇଁ ସୁଯୋଗ ଦେଇଥାଏ ଏବଂ ଯାନବାହାନଗୁଡିକ ଡବ୍ଲଉଇଏଚ ରେ ଭାରି ଟ୍ରାଫିକକୁ ନ ଯାଇ ସହଜରେ ଯାତାୟତ କରିପାରିଥାନ୍ତି। 

ପ୍ରଧାନମନ୍ତ୍ରୀ ମୁମ୍ବାଇର ମାରୋଲ ଠାରେ ଅଲଜାମିଆ-ତୁସ୍-ସାଇଫିଆ (ଦି ସାଇଫି ଏକାଡେମୀ) ର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ। ଅଲଜାମିଆ-ତୁସ୍-ସାଇଫିଆ ହେଉଛି ଦାଉଦି ଭୋରା ସମ୍ପ୍ରଦାୟର ମୁଖ୍ୟ ଶିକ୍ଷାନୁଷ୍ଠାନ। ହିଜ୍ ହୋଲିନେସ୍ ସୟଦନା ମୁଫାଦଲ ସାଇଫୁଦ୍ଦିନଙ୍କ ମାର୍ଗଦର୍ଶନରେ ଏହି ଅନୁଷ୍ଠାନ ସମାଜର ଶିକ୍ଷଣ ପରମ୍ପରା ତଥା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi