ଔଷଧ କ୍ଷେତ୍ରରେ ଆତ୍ମନିର୍ଭର ଉଦ୍ୟମକୁ ବୃଦ୍ଧି କରିବାକୁ, ଉନାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଆଇଆଇଆଇଟି ଉନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ - ଏହାର ଭିତ୍ତିପ୍ରସ୍ତର ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ ହୋଇଥିଲା
ହିମାଚଳର ଉନାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଚାମ୍ବାରେ, ଦୁଇଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
​​​​​​​ହିମାଚଳ ପ୍ରଦେଶରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‍ଜିଏସ୍‍ୱାଇ) -୩ ର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩ ତାରିଖରେ ହିମାଚଳ ପ୍ରଦେଶ ଗସ୍ତ କରିବେ । ଉନାରେ ପ୍ରଧାନମନ୍ତ୍ରୀ ଉନା ହିମାଚଳ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇବେ ଶୁଭାରମ୍ଭ କରିବେ । ଏହା ପରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଇଆଇଆଇଟି ଉନାକୁ ଦେଶ ପାଇଁ ଉତ୍ସର୍ଗ କରିବେ ଏବଂ ଉନାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଚାମ୍ବା ଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ହିମାଚଳ ପ୍ରଦେଶରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‍ଜିଏସ୍‍ୱାଇ) -୩ର ଆରମ୍ଭ କରିବେ ।

ଉନାରେ ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଆହ୍ୱାନ ସରକାରଙ୍କ ବିଭିନ୍ନ ନୂତନ ପଦକ୍ଷେପକୁ ସମର୍ଥନ କରି ଏକାଧିକ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଦିଗରେ ଦ୍ରୁତ ଗତିରେ ଦେଶ ଆଗେଇ ଚାଲିଛି । ଏହିପରି ଏକ ପ୍ରମୁଖ କ୍ଷେତ୍ର ହେଉଛି ଔଷଧ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଉନା ଜିଲ୍ଲାର ହରୋଲି ଠାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହା ୧୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ର୍ନିମିତ ହେବ । ପାର୍କ ଏପିଆଇ ଆମଦାନୀ ଉପରେ ର୍ନିଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ । ଏହା ପାଖାପାଖି ୧୦,୦୦୦ କୋଟି କୋଟି ଟଙ୍କାର ବିନିଯୋଗକୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ଏବଂ ୨୦,୦୦୦ ରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବ ।  ଏହା ମଧ୍ୟ ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ଉନାକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହାର ଭିତ୍ତିପ୍ରସ୍ତର ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ବର୍ତ୍ତମାନ ୫୩୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ।

ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଏମ୍‍ବି ଅନ୍ଦାଉରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲୁଥିବା ଏହା ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ହେବ ଏବଂ ଏହା ପୂର୍ବ ତୁଳନାରେ ଏକ ଉନ୍ନତ ସଂସ୍କରଣ ଅଟେ, ଏହା ଅଧିକ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଦ୍ରୁତ ଗତିରେ ପହଞ୍ଚିବାରେ ସକ୍ଷମ । ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ଗତି ଧରିବ ।  ଏହି ଟ୍ରେନର ଚଳାଚଳ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଗତିରେ ଯାତ୍ରା ଯୋଗାଇବ ।

ଚାମ୍ବାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ - ୪୮ ମେଗାୱାଟ ଚାଞ୍ଜୁ -୩ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ଏବଂ ୩୦ ମେଗାୱାଟ ଦେଓଥାଲ ଚାଞ୍ଜୁ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ । ଏହି ଦୁଇଟି ପ୍ରକଳ୍ପରେ ବାର୍ଷିକ ୨୭୦ ନିୟୁତ ୟୁନିଟ୍ ବିଦ୍ୟୁତ୍‍ ଉତ୍ପାଦନ ହେବ ଏବଂ ହିମାଚଳ ପ୍ରଦେଶରେ ବାର୍ଷିକ ପ୍ରାୟ ୧୧୦ କୋଟି ଟଙ୍କାର ରାଜସ୍ୱ ଆୟ ହେବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ହିମାଚଳ ପ୍ରଦେଶରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) -୩ ର ଶୁଭାରମ୍ଭ କରିବେ ଯାହା ରାଜ୍ୟରେ ପ୍ରାୟ ୩୧୨୫ କିଲୋମିଟର ରାସ୍ତାର ନବୀକରଣ ପାଇଁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ସରକାରଙ୍କ ଦ୍ୱାରା ଏହି ପର୍ଯ୍ୟାୟ ପାଇଁ ୪୨୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥିରେ ରାଜ୍ୟର ୧୫ ଟି ସୀମା ତଥା ଦୂର ଦୂରାନ୍ତ ବ୍ଲକରେ ଥିବା ୪୪୦ କିଲୋମିଟର ରାସ୍ତାର ନବୀକରଣ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride