ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ୧୧,୩୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ
ପ୍ରଧାନମନ୍ତ୍ରୀ ସିକନ୍ଦରାବାଦ- ତିରୁପତି ବଂଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ କରିବେ ଯାତ୍ରାରମ୍ଭ । ଦୁଇ ନଗରୀ ମଧ୍ୟରେ ଯାତ୍ରା ସମୟ ପ୍ରାୟ ସାଢ଼େ ତିନି ଘଣ୍ଟା ହ୍ରାସ ପାଇବ
ପ୍ରଧାନମନ୍ତ୍ରୀ ଏଆଇଆଇଏମଏସ ବିବି ନଗର ଓ ସିକନ୍ଦରାବାଦ ରେଳ ଷ୍ଟେସନ ପୁନର୍ବିନ୍ୟାସର ମଧ୍ୟ କରିବେ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ଚେନ୍ନାଇ ବିମାନବନ୍ଦରର ସମନ୍ୱିତ ଟର୍ମିନାଲ ଭବନର କରିବେ ଉଦଘାଟନ
ପ୍ରଧାନମନ୍ତ୍ରୀ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସର କରାଇବେ ଯାତ୍ରାରମ୍ଭ
ପ୍ରଧାନମନ୍ତ୍ରୀ ଶ୍ରୀ ରାମକୃଷ୍ଣ ମଠର ୧୨୫ତମ ବାର୍ଷିକୀ ସମାରୋହରେ କରିବେ ଅଂଶଗ୍ରହଣ
ପ୍ରଧାନମନ୍ତ୍ରୀ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ସ୍ଥଳୀ ଓ ମୁଡୁମଲାଇ ବ୍ୟାଘ୍ର ସଂରକ୍ଷଣ ସ୍ଥିତି ଅନ୍ତର୍ଗତ ଥେପାକାଡୁ ହସ୍ତୀ ଶିବିର କରିବେ ପରିଦର୍ଶନ
ପ୍ରଧାନମନ୍ତ୍ରୀ ୫୦ତମ ବ୍ୟାଘ୍ର ପ୍ରପଳ୍ପର ସମାବର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଆନ୍ତର୍ଜାତିକ ବିଗ କ୍ୟାଟ ଆଲିଆନ୍ସର ମଧ୍ୟ କରିବେ ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୮ ଓ ୯, ୨୦୨୩ ଦିନ ତେଲେଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକ ଗସ୍ତ କରିବେ

ପ୍ରଧାନମନ୍ତ୍ରୀ ୮ ଏପ୍ରିଲ ୨୦୨୩ ଦିନ ସିକନ୍ଦରାବାଦ ରେଳ ଷ୍ଟେସନରେ ପାଖାପାଖି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ପହଂଚି ସିକନ୍ଦରାବାଦ-ତିରୁପତି ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରାୟ ପୂର୍ବାହ୍ନ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପରେଡ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ହାଇଦ୍ରାବାଦ ସ୍ଥିତ ବିବିନଗର ଏମ୍ସର ଶିଳାନ୍ୟାସ କରିବେ । ସେ ମଧ୍ୟ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମଧ୍ୟ ସିକନ୍ଦରାବାଦ ରେଳ ଷ୍ଟେସନର ପୁନର୍ବିନ୍ୟାସ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରେଳବାଇ ସଂକ୍ରାନ୍ତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ।

ପ୍ରାୟ ଅପରାହ୍ନ ତିନିଟା ବେଳେ ପ୍ରଧାନମନ୍ତ୍ରୀ ଚେନ୍ନାଇର ବିମାନ ବନ୍ଦରରେ ପହଂଚିବେ । ସେଠାରେ ସେ ଚେନ୍ନାଇ ବିମାନ ବନ୍ଦରର ସମନ୍ୱିତ ରହଣୀ ସ୍ଥଳର ଉଦଘାଟନ କରିବେ । ଅପରାହ୍ନ ଚାରିଟାରେ ପ୍ରଧାନମନ୍ତ୍ରୀ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇବେ । କାର୍ଯ୍ୟକ୍ରମ କାଳରେ ସେ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ । ଅପରାହ୍ନ ୪ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଚେନ୍ନାଇ ଠାରେ ରାମକୃଷ୍ଣ ମଠର ୧୨୫ତମ ବାର୍ଷିକ ସମାରୋହରେ ଯୋଗ ଦେବେ । ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଚେନ୍ନାଇର ଆଲଷ୍ଟ୍ରୋମ କ୍ରିକେଟ ପଡ଼ିଆରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ କେତେକ ସଡ଼କ ପ୍ରକଳ୍ପର ଉଦଘାଟନ କରିବେ ।

ଏପ୍ରିଲ ୯, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ପ୍ରାୟ ସକାଳ ୭ଟା ୧୫ରେ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ସ୍ଥଳୀ ପରଦର୍ଶନରେ ଯିବେ । ସେ ମଧ୍ୟ ମୁଡୁମଲାର ବ୍ୟାଘ୍ର ସଂରକ୍ଷଣ ସ୍ଥଳୀରେ ଥେପାକାଡୁ ହସ୍ତୀ ଶିବିର ପରିଦର୍ଶନ କରିବେ । ଅପରାହ୍ନ ପ୍ରାୟ ଏଗାରଟା ବେଳେ ସେ ମହୀଶୂରର କର୍ଣ୍ଣାଟକ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷର ସମାବର୍ତ୍ତନ’ ସମାରୋହକୁ ଉଦଘାଟନ କରିବେ ।

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ-

ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ୧୧,୩୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମାତ୍ର ତିନି ମାସର ବ୍ୟବଧାନରେ ତିରୁପତିର ପ୍ରଭୁ ଭେଙ୍କଟେଶ୍ୱର ପୀଠ ସହ ହାଇଦ୍ରାବାଦ ଆଇଟି ମହାନଗରୀକୁ ସଂଯୋଗ କରୁଥିବା ସିକନ୍ଦରାବାଦ-ତିରୁପତି ଜାତୀୟ ବଂଦେ ଭାରତ ଏକ୍ସପ୍ରେସ ତେଲେଙ୍ଗାନାରୁ ଯାତାୟତ ଯୋଗୁ ଯାତ୍ରା ଅବଧି ପ୍ରାୟ ସମେତ ତିନିଘଣ୍ଟା ହ୍ରାସ ପାଇବା ସହ ତୀର୍ଥଯାତ୍ରୀଙ୍କ ନିମନ୍ତେ ସୁବିଧାଜନକ ହେବ ।

ସିକନ୍ଦରାବାଦ ରେଳ ଷ୍ଟେସନର ପୁନର୍ବିନ୍ୟାସ ପ୍ରାୟ ୭୦୦ କୋଟି ବ୍ୟୟ ଅଟକଳରେ କରାଯିବ ଓ ଏଥିରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିବା ସହ ଆଧ୍ୟାତ୍ମିକ ରୁଚି ଓ ଐତିହ୍ୟସମ୍ପନ୍ନ ପରିପାଟୀ ରହିବା ପାଇଁ ଯୋଜନା ରହିଛି । ଏହି ପୁର୍ନବିକଶିତ ଷ୍ଟେସନ ଭୂତଳବିଶିଷ୍ଟ ହୋଇଥିବା ବେଳେ ଏଥିରେ ସମସ୍ତ ଯାତ୍ରୀ ସୁବିଧା ରହିବ । ଏଥିରେ ବହୁମୁଖୀ ସଂଯୋଗୀକରଣ ବ୍ୟବସ୍ଥା ସହ ଯାତ୍ରୀମାନେ ରେଳରୁ ଅନ୍ୟାନ୍ୟ ପରିବହନ ମାଧ୍ୟମକୁ ଯିବା ନିମନ୍ତେ ମଧ୍ୟ ବାଧାବିଘ୍ନ ବିହୀନ ସୁବିଧା ରହିବ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୧୩ଟି ନୂତନ ମଲ୍ଟି-ମଡେଲ ପରିବହନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଯାତ୍ରୀମାନଙ୍କ ନିମନ୍ତେ ଭିଡ଼ରୁ ମୁକ୍ତି ତଥା ଦ୍ରୁତ ଓ ବିକଳ୍ପ ପରିବହନ ସେବା ଯୋଗାଯାଇ ପାରିବ । ସେ ମଧ୍ୟ ସିକନ୍ଦରାବାଦର ମେହେବୁବ ନଗର ରେଳପଥ ଦୋହରୀକରଣ ଓ ବିଦୁତକରଣ ପ୍ରକଳ୍ପର ଉଦଘାଟନ କରିବେ । ପ୍ରାୟ ୧୪୧୦ କୋଟି ଟଙ୍କା ବ୍ୟୟରେ ଏହି ୮୫ କିଲୋମିଟର ଦୀର୍ଘ ପଥର ବିଦୁତକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ଯୋଗୁ ସଂଯୋଗୀକରଣ ନିର୍ବିଘ୍ନ ହେବା ସହ ଟ୍ରେନଗୁଡ଼ିକର ହାରାହାରି ଗତି ମଧ୍ୟ ବୃଦ୍ଧି ପାଇବ ।

ହାଇଦ୍ରାବାଦର ପରେଡ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିବିନଗର, ହାଇଦ୍ରାବାଦ ଏମ୍ସର ଶିଳାନ୍ୟାସ କରିବେ । ଦେଶରେ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏହା ଏକ ପ୍ରତିଫଳନ । ୧୩୫୦ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟରେ ବିବିନଗର ଏମ୍ସ ବିକଶିତ ହେବ । ତେଲେଙ୍ଗାନା ଜନସାଧାରଣଙ୍କ ଘରେ ଘରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ନିମନ୍ତେ ବିବିନଗର ଏମ୍ସ ବେଶ ପ୍ରଭାବୀ ହେବ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୭୮୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ସଡ଼କ ସଂଯୋଗୀକରଣ ମଜବୁତ କରିବା ସହ ସାମାଜିକ ଓ ଆର୍ଥିକ ବିକାଶରେ ସାହାଯ୍ୟ କରିବ ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ-

ପ୍ରଧାନମନ୍ତ୍ରୀ ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣୀ ସ୍ଥଳ ଭବନ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ପ୍ରାୟ ୧୨୬୦ କୋଟି ଟଙ୍କା ବ୍ୟୟରେ ଏହାନ ନିର୍ମିତ ହୋଇଛି । ଏହି ନୂତନ ରହଣୀ ସ୍ଥଳର ଉଦଘାଟନ ଯୋଗୁ ବିମାନବନ୍ଦରର ବାର୍ଷିକ ଯାତ୍ରୀ ଯାତାୟତ ସାମର୍ଥ୍ୟ ୨୩ ନିୟୁତରୁ ୩୦ ନିୟୁତକୁ ବୃଦ୍ଧି ପାଇବ । ନୂତନ ରହଣୀ ସ୍ଥଳ ସ୍ଥାନୀୟ ତାମିଲ ସଂସ୍କୃତି ସହ ପାରମ୍ପରିକ ବୈଶିଷ୍ଟ୍ୟ ଯେପରିକି କୋଲମ, ଶାଢ଼ୀ, ମନ୍ଦିର ଓ ପ୍ରାକୃତିକ ପାରିପାଶ୍ୱିର୍କ ପରିପାଟୀ ରହିବ ।

ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଇବେ । ଏହା ତାମ୍ବରମ ଓ ସେନଗୋଟାଇ ଷ୍ଟେସନ ମଧ୍ୟରେ ହେବ । ସେ ମଧ୍ୟ ତିରୁଥୁରାଇପଣ୍ଡି - ଅଗସ୍ତିୟାମପାଲ୍ଲୀ ମଧ୍ୟରେ ଡିଇଏମୟୁ ସେବାର ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ଫଳରେ କୋଏମ୍ବାଟୁର ତିରୁଭାରୁର ଓ ନାଗାଫଟିନ୍ନମ ଜିଲ୍ଲାର ଯାତ୍ରୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଶ୍ରୀରାମକୃଷ୍ଣ ମଠର ୧୨୫ତମ ସମାବର୍ତ୍ତନ ସମାରୋହରେ ଚେନ୍ନାଇ ଠାରେ ଯୋଗ ଦେବେ । ୧୮୯୭ ମସିହାରେ ସ୍ୱାମୀ ରାମକୃଷ୍ଣାନନ୍ଦ ଚେନ୍ନାଇରେ ଶ୍ରୀ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ । ଶ୍ରୀରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ଭଳି ଦୁଇଟି ଆଧ୍ୟାତ୍ମିକ ସଂଗଠନ ବିଭିନ୍ନ ମାନବିକ ଓ ସମାଜ ସେବା କାର୍ଯ୍ୟ କରିଥାନ୍ତି ।

ଚେନ୍ନାଇର ଆଲଷ୍ଟ୍ରୋମ କ୍ରିକେଟ ପଡ଼ିଆରେ ଆୟୋଜିତ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ ୩୭୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିରେ ୭.୩ କିଲୋମିଟର ଦୀର୍ଘ ମଦୁରାଇ ନଗରୀ ଏଲିଭିଟେଡ କରିଡର ଓ ୨୪.୪ କିଲୋମିଟର ଦୀର୍ଘ ଚାରି ଲେନ ବିଶିଷ୍ଟ ୭୮୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ରାଜପଥ ୭୪୪ର ନିର୍ମିତ ହେବାକୁ ଥିବା ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ । ୨୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସଡ଼କ ପ୍ରକଳ୍ପ ଯୋଗୁ ତାମିଲନାଡୁ ଓ କେରଳ ମଧ୍ୟ ଆନ୍ତରାଜ୍ୟ ସଂଯୋଗୀକରଣ ମଜବୁତ ହେବା ସହ ମଦୁରାଇର ମିନାକ୍ଷୀ ମନ୍ଦିର, ଶ୍ରୀଭିଲ୍ଲିପୁଥୁରର ଆନ୍ଦଲ ମନ୍ଦିର ଓ କେରଳର ସାବରିମାଲା ମନ୍ଦିର ତୀର୍ଥଯାତ୍ରୀ ଉପକୃତ ହେବେ ।

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ-

ପ୍ରଧାନମନ୍ତ୍ରୀ ସକାଳେ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିଦର୍ଶନ କରି ସେଠାକାର କ୍ଷେତ୍ର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ସଂରକ୍ଷଣ କାର୍ଯ୍ୟ ନେଇ ମତ ବିନିମୟ କରିବେ । ସେ ମଧ୍ୟ ମୁଡୁମଲାଇ ବ୍ୟାଘ୍ର ସଂରକ୍ଷଣ ସ୍ଥଳୀ ଅନ୍ତର୍ଗତ ଟିପାକାଡୁ ହସ୍ତୀ ଶିବିର ପରିଦର୍ଶନ କରି ମାହୁନ୍ତ ଓ କେଭାଡ଼ିମାନଙ୍କ ସହ ମତ ବିନିମୟ କରିବେ । ନିକଟରେ ପଞ୍ଚମ ଶ୍ରେଣୀୟ ପରିଚାଳନା ଓ ମୂଲ୍ୟାୟନରେ ସର୍ବାଧିକ ଅଙ୍କ ଅର୍ଜନ କରିଥିବା କ୍ଷେତ୍ର ନିଦେ୍ର୍ଦଶକଙ୍କ ସହ ଶ୍ରୀ ମୋଦୀ ମତ ବିନିମୟ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ତର୍ଜାତିକ ବିଗ କ୍ୟାଟ ଆଲିଆନ୍ସ (ଆଇବିସିଏ)ର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଜୁଲାଇ ୨୦୧୯ରେ ଏସିଆରୁ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ବ୍ୟବସାୟକୁ ଦମନ କରିବା ପାଇଁ ବୈଶ୍ୱିକ ଦେଶମାନଙ୍କୁ ଆହ୍ୱାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଏହି ଚୁକ୍ତି ଆରମ୍ଭ ହୋଇଛି । ଆଇବିସିଏ ବିଶ୍ୱର ସାତଟି ବିଗ କ୍ୟାଟ ଯଥା ବାଘ, ସିଂହ, କଲରାପତରିଆ ବାଘ, ତୁଷାର ବାଘ, ପୁମା, ଜାଗୁଆର ଓ ଚିତା ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିବ ।

ପ୍ରଧାନମନ୍ତ୍ରୀ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ସମାବର୍ତ୍ତନ ସମାରୋହର ଉଦଘାଟନ କରିବେ । ଏହି ଅବସରରେ “ବ୍ୟାଘ୍ର ସଂରକ୍ଷଣ ନେଇ ଅମୃତ କାଳର ଦୃଷ୍ଟିକୋଣ” ଶୀର୍ଷକ ପୁସ୍ତିକା ଉନ୍ମୋଚନ କରିବେ । ଏଥିରେ ସର୍ବଭାରତୀୟ ବ୍ୟାଘ୍ର ସଂଖ୍ୟା ସହ ବ୍ୟାଘ୍ର ସଂରକ୍ଷଣ ସ୍ଥଳୀର ପଞ୍ଚ ଚକ୍ରୀୟ ଆକଳନ ନେଇ ଘୋଷଣା କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India likely clocked 8%+ growth in early 2026, and remains resilient despite oil shock fears: World Bank official

Media Coverage

India likely clocked 8%+ growth in early 2026, and remains resilient despite oil shock fears: World Bank official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"