ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟର ଏକାଧିକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ
ପ୍ରକଳ୍ପଗୁଡିକ ସଡକ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଏବଂ ଉଚ୍ଚଶିକ୍ଷା କ୍ଷେତ୍ର ସହିତ ଜଡିତ
ଆଇଆଇଟି ଯୋଧପୁର କ୍ୟାମ୍ପସକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଯୋଧପୁର ବିମାନବନ୍ଦରରେ ନୂତନ ଟର୍ମିନାଲ୍ ବିଲ୍ଡିଂର ଶିଳାନ୍ୟସ କରିବେ ପ୍ରଧାନମନ୍ତ୍ରୀ
ଯୋଧପୁରର ଏମ୍ସ ଠାରେ ‘ଟ୍ରାଉମା ସେଣ୍ଟର ଏବଂ କ୍ରିଟିକାଲ୍ କେୟାର ହସ୍ପିଟାଲ ବ୍ଲକ’ର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରଦେଶରେ 12,600 କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡିକ ସଡକ, ରେଳ, ଗ୍ୟାସ ପାଇପଲାଇନ, ଗୃହ ଏବଂ ସ୍ୱଚ୍ଛ ପାନୀୟ ଜଳ ପରି କ୍ଷେତ୍ର ସହିତ ଜଡିତ
ଇନ୍ଦୋରରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଅଧୀନରେ ନିର୍ମିତ 1000 ରୁ ଅଧିକ ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 5 ଅକ୍ଟୋବର, 2023 ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ।

ପୂର୍ବାହ୍ନ ପ୍ରାୟ 11: 15 ରେ ରାଜସ୍ଥାନର ଯୋଧପୁରରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ସଡକ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପୂର୍ବାହ୍ନ ପ୍ରାୟ 03:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଜବଲପୁରରେ ପହଞ୍ଚିବେ ଯେଉଁଠାରେ ସେ ସଡ଼କ, ରେଳ, ଗ୍ୟାସ, ପାଇପଲାଇନ୍, ଆବାସ ଏବଂ ସ୍ବଚ୍ଛ ପାନୀୟଜଳ ପରି କ୍ଷେତ୍ରରେ 12,600 କୋଟି ଟଙ୍କାରୁ ଅଧିକ ନିବେଶରେ ହୋଇଥିବା ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ତତା ତାହାକୁ ଦେଶକୁ ଉତ୍ସର୍ଗ କରିବେ। 

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ

ରାଜସ୍ଥାନରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମୂଳଦୁଆ ପକାଇବ। ଏହି ପ୍ରକଳ୍ପ ଅନ୍ତର୍ଗତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଯୋଧପୁରରେ 350 ଶଯ୍ୟା ବିଶିଷ୍ଟ ‘ଟ୍ରାଉମା ସେଣ୍ଟର ଏବଂ କ୍ରିଟିକାଲ୍‌ କେୟାର ହସ୍ପିଟାଲ ବ୍ଲକ’ଏବଂ ସମଗ୍ର ରାଜସ୍ଥାନରେ ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ହେଲ୍‌ଥ ଇନ୍‌ଫ୍ରାଷ୍ଟ୍ରକଚର ମିଶନ୍ (ପିଏମ-ଏବିଏଚଆଇଏମ)  ଅନ୍ତର୍ଗତ ସାତଟି କ୍ରିଟିକାଲ୍ କେୟାର ବ୍ଲକର ବିକାଶ କରାଯିବ। ଏମ୍‌ସ ଯୋଧପୁରରେ ‘ଟ୍ରାଉମା ଏମର୍ଜେନସି ଏବଂ କ୍ରିଟିକାଲ୍ କେୟାର’ ପାଇଁ ଏକିକୃତ କେନ୍ଦ୍ର 350 କୋଟିରୁ ଅଧିକ ନିବେଶରେ ବିକାଶ କରାଯିବ।

ଏଥିରେ ବିଭିନ୍ନ ସୁବିଧା ଯଥା ଟ୍ରାଇଏଜ୍, ଡାଇଗ୍ନୋଷ୍ଟିକ୍, ଡେ କେୟାର, ୱାର୍ଡ, ବେସରକାରୀ କୋଠରୀ, ମଡ୍ୟୁଲାର୍ ଅପରେଟିଂ ଥିଏଟର, ଆଇସିୟୁ ଏବଂ ଡାୟଲିସିସ୍ କ୍ଷେତ୍ର ପରି ବିଭିନ୍ନ ସୁବିଧା ଅନ୍ତର୍ଭୁକ୍ତ ରହିବ। ଏହା ରୋଗୀଙ୍କୁ ବହୁମୁଖୀ ଏବଂ ବ୍ୟାପକ ଚିକିତ୍ସା ଯୋଗାଇ ଆଘାତ ଏବଂ ଜରୁରୀକାଳୀନ ପରିସ୍ଥିତି ପରିଚାଳନାରେ ଏକ ସାମଗ୍ରିକ ସମାଧାନ ପ୍ରଦାନ କରିବ। ରାଜସ୍ଥାନରେ ଥିବା ସାତଟି କ୍ରିଟିକାଲ୍ କେୟାର ବ୍ଲକ୍ ଜିଲ୍ଲା ସ୍ତରର ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରି ରାଜ୍ୟବାସୀଙ୍କୁ ଉପକୃତ କରିବ।

ଯୋଧପୁର ବିମାନବନ୍ଦରରେ ଅତ୍ୟାଧୁନିକ ନୂତନ ଟର୍ମିନାଲ୍ ବିଲ୍ଡିଂର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ମୋଟ 480 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲ୍ ବିଲଡିଂ ପ୍ରାୟ 24,000 ବର୍ଗମିଟର ଅଞ୍ଚଳରେ ବିକଶିତ ହେବ ଏବଂ ପିକ୍‌ ସମୟରେ 2500 ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ସଜ୍ଜିତ ହେବ। ଏହା ବାର୍ଷିକ 35 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ, ସଂଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇଆଇଟି ଯୋଧପୁର କ୍ୟାମ୍ପସକୁ ଦେଶ ପାଇଁ ଉତ୍ସର୍ଗ କରିବେ। 1135 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ କ୍ୟାମ୍ପସ ନିର୍ମାଣ କରାଯାଇଛି। ଉଚ୍ଚମାନର ସାମଗ୍ରିକ ଶିକ୍ଷା ପ୍ରଦାନ ଏବଂ ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ଅଭିନବ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଭିତ୍ତିଭୂମି ନିର୍ମାଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।

ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ‘କେନ୍ଦ୍ରୀୟ ଯନ୍ତ୍ରପାତି ଲାବୋରେଟୋରୀ’, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ‘ଯୋଗ ଏବଂ କ୍ରୀଡ଼ା ବିଜ୍ଞାନ ଭବନ’ ଦେଶକୁ ଉତ୍ସର୍ଗ କରିବେ। ସେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କେନ୍ଦ୍ରୀୟ ପୁସ୍ତକାଳୟ, 600 ଛାତ୍ରଙ୍କ କ୍ଷମତା ଥିବା ଛାତ୍ରାବାସ ଏବଂ ଛାତ୍ରମାନଙ୍କ ପାଇଁ ଏକ ଭୋଜନ କକ୍ଷର ସୁବିଧାର ଶିଳାନ୍ୟାସ କରିବେ।

ରାଜସ୍ଥାନରେ ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏନଏଚ-125 ଏ ରେ ଯୋଧପୁର ରିଙ୍ଗ ରୋଡ଼ର କାରୱଡରୁ ଡାଙ୍ଗିଆୱାସ ଖଣ୍ଡକୁ ଚାରି ଲେନ୍ କରିବା ସହିତ ଅନେକ ସଡ଼କ ବିକାଶ ପ୍ରକଳପର ଆଧାରଶିଳା ରଖିବେ। ଏଥିରେ ଜାଲୋର (ଏନଏଚ-325) ର ସଡ଼କରେ ବାଲୋତରା ଠାରୁ ସାଣ୍ଡେରାବ ଖଣ୍ଡର ପ୍ରମୁଖ ସହରୀ ଭାଗକୁ ଯୋଡ଼ିବା ପାଇଁ ସାତ ବାଇପାସର ନିର୍ମାଣ ଏବଂ ଏନଏଚ-25ର ପଚପଦରା-ବାଗୁଣ୍ଡି ବିଭାଗର ଚାରିଲେନ୍ କରିବାର ପ୍ରକଳ୍ପ ସାମିଲ୍ ରହିଛି। ଏହି ସଡ଼କ ପ୍ରକଳ୍ପ ପ୍ରାୟ 1475 କୋଟି ଟଙ୍କାର ନିବେଶରେ ପ୍ରସ୍ତୁତ କରାଯିବ।  ଯୋଧପୁର ରିଙ୍ଗ ରୋଡ୍ ଟ୍ରାଫିକ୍ ଚାପକୁ ହ୍ରାସ କରିବାରେ ଏବଂ ସହରରେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣରେ ଉନ୍ନତି ଆଣିବା, ବାଣିଜ୍ୟ ବୃଦ୍ଧି, ନିଯୁକ୍ତି ଉତ୍ପାଦନ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବ |

ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ଦୁଇଟି ନୂତନ ଟ୍ରେନ୍ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିମଧ୍ୟରେ ଏକ ନୂତନ ଟ୍ରେନ୍ - ରୁନିଚା ଏକ୍ସପ୍ରେସ୍ - ଜୟସଲମରକୁ ଦିଲ୍ଲୀ ସହିତ ସଂଯୋଗ କରୁଥିବା ଏବଂ ମାରୱାଡ଼ ଜଙ୍କସନକୁ ସଂଯୋଗ କରୁଥିବା ଏକ ନୂତନ ଐତିହ୍ୟ ଟ୍ରେନ୍ ଅନ୍ତର୍ଭୁକ୍ତ। ରୁନିଚା ଏକ୍ସପ୍ରେସ ଯୋଧପୁର, ଦେଗାନା, କୁଚମାନ ସିଟି, ଫୁଲେରା, ରିଙ୍ଗସ, ଶ୍ରୀମାଧୋପୁର, ନିମ୍ କା ଥାନା, ନାରନୌଲ, ଆଟେଲି, ରେୱାରୀ ଦେଇ ଯିବ ଯଦ୍ବାରା ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତ ସହରର ସଂଯୋଗରେ ଉନ୍ନତି ଆସିବ।  ମାରୱାଡ଼ ଜଙ୍କସନ- ଖାମ୍ବୋଲି ଘାଟକୁ ସଂଯୋଗ କରୁଥିବା ନୂତନ ହେରିଟେଜ ଟ୍ରେନ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବ। ଆହୁରି ମଧ୍ୟ ଅନ୍ୟ ଦୁଇଟି ରେଳ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶ ପାଇଁ ଉତ୍ସର୍ଗ କରାଯିବ। 145 କିଲୋମିଟର ଲମ୍ବା ‘ଡେଗାନା-ରାୟ କା ବାଗ’ ରେଳ ଲାଇନ ଏବଂ 58 କିଲୋମିଟର ଲମ୍ବା ‘ଡେଗାନା-କୁଚମାନ ସିଟି’ ରେଳ ଲାଇନକୁ ଦୋହରୀକରଣ କରିବା ପାଇଁ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶର ଇନ୍ଦୋରରେ ଲାଇଟ୍ ହାଉସ୍ ପ୍ରକଳ୍ପ ଉଦ୍ଘାଟିତ ହେବା ପରେ ‘ସମସ୍ତଙ୍କ ପାଇଁ ଗୃହ’ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ମଜବୁତି ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରୀ ଅଧୀନରେ ପ୍ରାୟ 128 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ 1000 ରୁ ଅଧିକ ହିତାଧିକାରୀ ପରିବାର ପାଇଁ ଲାଭଦାୟକ ହେବ। ସମସ୍ତ ମୌଳିକ ସୁବିଧା ସହିତ ଗୁଣାତ୍ମକ ଘର ନିର୍ମାଣ ପାଇଁ କିନ୍ତୁ ଅଭିନବ ପ୍ରଯୁକ୍ତିବିଦ୍ୟା ‘ପ୍ରି-ଇଞ୍ଜିନିୟରିଂ ଷ୍ଟିଲ୍ ଷ୍ଟ୍ରକଚରାଲ୍ ସିଷ୍ଟମ୍ ସହିତ ପ୍ରିଫାବ୍ରିକେଟେଡ୍ ସାଣ୍ଡୱିଚ୍ ପ୍ୟାନେଲ୍ ସିଷ୍ଟମ୍’ର ବ୍ୟବହାର କରାଯାଇଛି।

ବ୍ୟକ୍ତିଗତ ଘରୋଇ ଟ୍ୟାପ୍ ସଂଯୋଗ ମାଧ୍ୟମରେ ନିରାପଦ ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ପଦକ୍ଷେପରେ 2350 କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାର ଏକାଧିକ ଜଳ ମିସନ୍ ପ୍ରକଳ୍ପର ମୂଳଦୁଆ ପକାଯିବ। ପ୍ରଧାନମନ୍ତ୍ରୀ 100 କୋଟିରୁ ଅଧିକ ଟଙ୍କା ନିବେଶରେ ସେଓନି ଜିଲ୍ଲାର ଜଳ ଜୀବନ ମିଶନ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିବେ। ରାଜ୍ୟର ଚାରୋଟି ଜିଲ୍ଲାର ଏହି ପ୍ରକଳ୍ପଗୁଡିକ ମଧ୍ୟପ୍ରଦେଶର ପ୍ରାୟ 1575 ଟି ଗ୍ରାମ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ମଧ୍ୟପ୍ରଦେଶର ସଡକ ଭିତ୍ତିଭୂମିର ଉନ୍ନତି ପାଇଁ 4800 କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଏନଏଚ-346 ର ଝାରଖଡା- ବେରାସିଆ-ଢୋଲଖେଡିକୁ ଯୋଡ଼ୁଥିବା ସଡ଼କର ଉନ୍ନତି ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଏନଏଚ୍ 543 ର ବାଲଘାଟ-ଗୋଣ୍ଡିଆ ଖଣ୍ଡର ଚାରି ଲେନ୍ କରିବା, ରୁଢ଼ୀ ଓ ଦେଶଗାଓଁକୁ ସଂଯୋଗ କରୁଥିବା ଖଣ୍ଡୱା ବାଇପାସକୁ ଚାରି ଲେନ୍ କରିବା, ଏନଏଚ୍ 47 ର ଟେମାଗାଓଁ ରୁ ଚିଚୋଲି ଖଣ୍ଡକୁ ଚାରି ଲେନ୍ କରିବା, ବୋରେଗାଓଁକୁ ଶାହପୁର ସହିତ ସଂଯୋଗ କରୁଥିବା ସଡ଼କକୁ ଚାରି ଲେନ୍ କରିବା ଏବଂ ଶାହପୁରକୁ ମୁକତାଇନଗର ସହିତ ଯୋଡ଼ୁଥିବା ସଡ଼କର ଚାରି ଲେନ୍ କରିବା ସାମିଲ୍ ରହିଚି। ପ୍ରଧାନମନ୍ତ୍ରୀ ଏନଏଚ୍ 347ସି ର ଖଲଘାଟରୁ ସରବରଦେୱଲାକୁ ଯୋଡ଼ୁଥିବା ସଡ଼କର ଉନ୍ନୟନ କାର୍ଯ୍ୟକୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ।

ପ୍ରଧାନମନ୍ତ୍ରୀ ଦେଶକୁ 1850 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉତ୍ସର୍ଗ କରିବେ। ଏଥିରେ କାଟନି - ବିଜୟସୋଟା (102 କିଲୋମିଟର) ଏବଂ ମାରୱାସଗ୍ରାମ - ସିଙ୍ଗ୍ରାଉଲି (78.50 କିମି) କୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରିକରଣ କରିବା ଅନ୍ତର୍ଭୁକ୍ତ। କାଟନି - ସିଙ୍ଗ୍ରାଉଲି ବିଭାଗକୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ କରିବା ପାଇଁ ଏହି ଦୁଇଟି ପ୍ରକଳ୍ପ ଏହାର ଏକ ଅଂଶ | ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶର ରେଳ ଭିତ୍ତିଭୂମିରେ ଉନ୍ନତି ଆଣି ରାଜ୍ୟର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଲାଭବାନ କରିବ।

ପ୍ରଧାନମନ୍ତ୍ରୀ ବିଜୟପୁର - ଔରିଆ- ଫୁଲପୁର ପାଇପଲାଇନ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ। 352 କିଲୋମିଟର ଲମ୍ବା ପାଇପଲାଇନ 1750 କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ବିଭାଗ (317 କିଲୋମିଟର) ର ମୂଳଦୁଆ ପକାଇବେ। 1100 କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଗ୍ୟାସ ପାଇପଲାଇନ ପ୍ରକଳ୍ପ ଶିଳ୍ପ ଏବଂ ଘରକୁ ସ୍ୱଚ୍ଛ ଏବଂ ସୁଲଭ ମୂଲ୍ୟରେ ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ପରିବେଶରେ ନିର୍ଗମନ ହ୍ରାସ ଦିଗରେ ଏକ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀ ପ୍ରାୟ 147 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜବଲପୁରରେ ଏକ ନୂତନ ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉତ୍ସର୍ଗ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”