ପ୍ରଧାନମନ୍ତ୍ରୀ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟ୍‌ମେଣ୍ଟ ସମ୍ମିଳନୀ ୨୦୨୪ର ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ଏଲ୍‌ଆଇସିର ‘ବୀମା ସଖୀ ଯୋଜନା’ର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ କର୍ଣ୍ଣାଲ୍‌ରେ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯ରେ ରାଜସ୍ଥାନ ଏବଂ ହରିୟାଣା ଗସ୍ତରେ ଯିବେ । ସେ ଜୟପୁର ଯିବେ ଏବଂ ପ୍ରାୟ ସକାଳ ୧୦:୩୦ ସମୟରେ ସେ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟ୍‌ମେଣ୍ଟ ସମ୍ମିଳନୀ ୨୦୨୪ର ଉଦ୍‌ଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ପାନିପତ୍ ଯାତ୍ରା କରିବେ ଏବଂ ପ୍ରାୟ ୨ ଟା ସମୟରେ ସେ ଏଲ୍‌ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବା ସହ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ମୂଳଦୁଆ ପକାଇବେ ।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜୟପୁରରେ ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟମେଣ୍ଟସମ୍ମିଳନୀ ୨୦୨୪ ଏବଂ ରାଜସ୍ଥାନ ଗ୍ଲୋବାଲ୍ ବିଜନେସ୍ ଏକ୍ସପୋର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଚଳି୍‌ତ ବର୍ଷ ୯ ରୁ ୧୧ ଡିସେମ୍ବର ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନିବେଶ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ପୂର୍ଣ୍ଣ, ଦାୟିତ୍ୱପୂର୍ଣ୍ଣ, ପ୍ରସ୍ତୁତ’ । ଏହି ସମ୍ମିଳନୀରେ ଜଳ ସୁରକ୍ଷା, ସ୍ଥାୟୀ ଖଣି, ସ୍ଥାୟୀ ଅର୍ଥ, ଅନ୍ତର୍ଭୁକ୍ତ ପର୍ଯ୍ୟଟନ, କୃଷି – ବ୍ୟବସାୟ ଉଦ୍ଭାବନ ଏବଂ ମହିଳା ନେତୃତ୍ୱାଧିନ ଷ୍ଟାର୍ଟଅପ୍ ବିଷୟବସ୍ତୁ ଉପରେ ୧୨ଟି ବିଭାଗୀୟ ବିଷୟଗତ ଅଧିବେଶନ ଆୟୋଜିତ ହେବ । ଏହି ସମ୍ମିଳନୀ ସମୟରେ ଆଠଟି  ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ ଭାଗ ନେବାକୁ ଥିବା ଦେଶମାନେ ‘ବାସୋପଯୋଗୀ ସହର ପାଇଁ ଜଳ ପରିଚାଳନା’ ‘ଶିଳ୍ପଗୁଡିକର ବହୁମୁଖୀ ପ୍ରତିଭା – ଉତ୍ପାଦନ ଓ ତା’ଠାରୁ ଅଧିକ’ ଏବଂ ବାଣିଜ୍ୟ ଓ ପର୍ଯ୍ୟଟନ ପରି ବିଷୟବସସ୍ତୁ ଉପରେ ଆଲୋଚନା କରିବେ ।

ତିନି ଦିନ ମଧ୍ୟରେ ପ୍ରବାସୀ ରାଜସ୍ଥାନୀ କନ୍‌କ୍ଲେଭ୍ ଏବଂ ଏମ୍‌ଏସ୍‌ଏମ୍‌ଇ କନ୍‌କ୍ଲେଭ ମଧ୍ୟ ଅନୁଷ୍ଠିତ ହେବ । ରାଜସ୍ଥାନ ଗ୍ଲୋବାଲ୍ ବିଜନେସ୍ ଏକ୍ସପୋରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ପାଭିଲିଅନ୍ , ଷ୍ଟାର୍ଟଅପ୍ ପାଭିଲିଅନ୍‌, କଣ୍ଟ୍ରି ପାଭିଲିଅନ୍ ପରି ଥିମାଟିକ୍ ପାଭିଲିଅନ୍ ସାମିଲ୍ ହେବେ । ଏହି ସମ୍ମିଳନୀରେ ୧୬ ଅଂଶୀଦାର ଦେଶ ଏବଂ ୨୦ ଅନ୍ତର୍ଜାତୀୟ ସଂଗଠନ ସମେତ ୩୨ରୁ ଅଧିକ ଦେଶ ଭାଗ ନେବେ ।

ହରିୟାଣାରେ ପ୍ରଧାନମନ୍ତ୍ରୀ

ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକୁ ନେଇ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପାନିପତ୍‌ରେ ‘ବୀମା ସଖୀ ଯୋଜନା’ର ଶୁଭାରମ୍ଭ କରିବେ । ଲାଇଫ୍‌ ଇନ୍ସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲ୍‌ଆଇସି)ର ଏହି ପଦକ୍ଷେପ ୧୮-୭୦ ବର୍ଷ ବୟସ୍କା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଛି, ଯେଉଁମାନେ ଦଶମ ଶ୍ରେଣୀ ପାସ୍ କରିଛନ୍ତି । ସେମାନଙ୍କର ଆର୍ଥିକ ସାକ୍ଷରତା ଓ ବୀମା ସଚେତନତା ବଢ଼ାଇବା ପାଇଁ ସେମାନଙ୍କୁ ପ୍ରଥମ ତିନି ବର୍ଷ ପାଇଁ ସ୍ୱତନ୍ତ୍ର ତାଲିମ ଏବଂ ଏକ ଷ୍ଟାଇପେଣ୍ଡ୍ ଦିଆଯିବ । ତାଲିମ ପରେ ସେମାନେ ଏଲ୍‌ଆଇସି ଏଜେଣ୍ଟ୍ ଭାବରେ କାର୍ଯ୍ୟ କରିପାରିବେ ଏବଂ ସ୍ନାତକ ବୀମା ସଖୀମାନଙ୍କୁ ଏଲ୍‌ଆଇସିରେ ବିକାଶ ଅଧିକାରୀ ଭୂମିକା ପାଇଁ ବିବେଚିତ ହେବାର ସୁଯୋଗ ମିଳିବ । ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ବୀମା ସଖୀମାନଙ୍କୁ ନିଯୁକ୍ତି ପ୍ରମାଣପତ୍ର ମଧ୍ୟ ବଣ୍ଟନ କରିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ମୂଳଦୁଆ ପକାଇବେ। ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ୪୯୫ ଏକରରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ମୁଖ୍ୟ କ୍ୟାମ୍ପସ ଏବଂ ୬ଟି ଆଞ୍ଚଳିକ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବ । ବିଶ୍ୱବିଦ୍ୟାଳୟରେ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଏକ ଉଦ୍ୟାନ କୃଷି ମହାବିଦ୍ୟାଳୟ ଏବଂ ୧୦ଟି ଉଦ୍ୟାନ କୃଷି ବିଷୟକୁ ଅନ୍ତର୍ଭୁକ୍ତ କରୁଥିବା ୫ଟି ବିଦ୍ୟାଳୟ ରହିବ । ଏହା ଉଦ୍ୟାନ କୃଷି ପ୍ରଯୁକ୍ତିର ବିକାଶ ପାଇଁ ଫସଲ ବିବିଧକରଣ ଏବଂ ବିଶ୍ୱସ୍ତରୀୟ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"