କୃଷକମାନଙ୍କୁ ଉପକୃତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ୟୁରିଆ ଗୋଲ୍ଡ – ସଲଫର କୋଟେଡ ୟୁରିଆର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ନିମ୍ବ -କୋଟେଡ ୟୁରିଆ ଅପେକ୍ଷା ଏହା ଅଧିକ ଶସ୍ତା ଏବଂ ପାରଦର୍ଶୀ ହେବ
ସିକର ଠାରେ ପିଏମ୍‍-କିଷାନର ୧୪ତମ କିସ୍ତି ବାବଦରେ ପ୍ରାୟ ୧୭, ୦୦୦ କୋଟି ଟଙ୍କା ମଞ୍ଜୁର କରିବେ
ଡିଜିଟାଲ କାରବାର ପାଇଁ ଓପନ ନେଟୱାର୍କ (ଓଏନଡିସି)ରେ ୧୫୦୦ କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ରାଜସ୍ଥାନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିସ୍ତାର ଦିଗରେ ପାଞ୍ଚଟି ନୂତନ ମେଡିକାଲ କଲେଜର ଉଦଘାଟନ ଏବଂ ସାତଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ରାଜକୋଟ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ଏବଂ ରାଜକୋଟରେ ୮୬୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଗାନ୍ଧିନଗରରେ ସେମିକନ୍ ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଏବଂ ୨୮ ଜୁଲାଇ ୨୦୨୩ ରେ ରାଜସ୍ଥାନ ଏବଂ ଗୁଜୁରାଟ ଗସ୍ତ କରିବେ ।

୨୭ ଜୁଲାଇ ଦିନ ପ୍ରାୟ ୧୧.୧୫ ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ସିକରରେ ଏକ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଉତ୍ସର୍ଗ କରିବେ । ଏହା ପରେ ସେ ଗୁଜୁରାଟର ରାଜକୋଟରେ ପହଞ୍ଚିବେ ଯେଉଁଠାରେ ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦର ବୁଲି ଦେଖିବେ । ଏହା ପରେ, ପ୍ରାୟ ୪.୧୫ ସମୟରେ ପ୍ରଧାନମନ୍ତ୍ରୀ ରାଜକୋଟରେ ଥିବା ରେସ୍ କୋର୍ସ ଗ୍ରାଉଣ୍ଡରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ୨୮ ଜୁଲାଇ ଦିନ ପ୍ରାୟ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରର ମହାତ୍ମା ମଣ୍ଡପରେ ସେମିକନ୍ ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିବେ ।

ସିକରରେ ପ୍ରଧାନମନ୍ତ୍ରୀ

କୃଷକମାନଙ୍କୁ ଉପକୃତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ମଧ୍ୟ ୧.୨୫ ଲକ୍ଷ ପିଏମ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) କୁ ଦେଶ ପାଇଁ ଉତ୍ସର୍ଗ କରିବେ । ସମସ୍ତ କୃଷକଙ୍କ ଆବଶ୍ୟକତା ପାଇଁ ୱାନ ଷ୍ଟପ୍ ସମାଧାନ ଯୋଗାଇବା ପାଇଁ ପିଏମକେଏସକେ ଗୁଡ଼ିକୁ ବିକଶିତ କରାଯାଉଛି । କୃଷି-ଇନପୁଟ (ସାର, ମଞ୍ଜି, ଉପକରଣ) ଠାରୁ ଆରମ୍ଭ କରି ମୃତ୍ତିକା, ମଞ୍ଜି, ଏବଂ ସାର ପାଇଁ ପରୀକ୍ଷଣ ସୁବିଧା, ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପର୍ଯ୍ୟନ୍ତ, ପିଏମକେଏସକେ ଗୁଡିକ ଦେଶର କୃଷକମାନଙ୍କ ପାଇଁ ଏକ ର୍ନିଭରଯୋଗ୍ୟ ସହାୟତା ବ୍ୟବସ୍ଥା ହେବା ପାଇଁ ଯୋଜନା କରାଯାଇଛି । ସେମାନେ ବ୍ଲକ / ଜିଲ୍ଲା ସ୍ତରୀୟ ବିକ୍ରୟକେନ୍ଦ୍ରଗୁଡିକରେ ସାରର ଖୁଚୁରା ବ୍ୟବସାୟୀଙ୍କ ନିୟମିତ ଦକ୍ଷତା ବୃଦ୍ଧି ନିଶ୍ଚିତ କରିବେ ।

ପ୍ରଧାନମନ୍ତ୍ରୀ ୟୁରିଆ ଗୋଲ୍ଡର ଶୁଭାରମ୍ଭ କରିବେ - ଏହା ଏକ ନୂତନ ପ୍ରକାରର ୟୁରିଆ ଯାହା ସଲଫର କୋଟେଡ ଅଟେ ।  ସଲଫର୍ କୋଟେଡ୍ ୟୁରିଆ ମାଟିରେ ସଲଫର ଅଭାବକୁ ଦୂର କରିବ । ଏହି ଅଭିନବ ସାର ନିମ୍ବ-କୋଟେଡ ୟୁରିଆ ଅପେକ୍ଷା ଅଧିକ ଶସ୍ତା ଏବଂ ପାରଦର୍ଶୀ, ଉଦ୍ଭିଦଗୁଡିକରେ ନାଇଟ୍ରୋଜେନ ବ୍ୟବହାର ଦକ୍ଷତାକୁ ଉନ୍ନତ କରିଥାଏ, ସାର ବ୍ୟବହାରକୁ ହ୍ରାସ କରିଥାଏ ଏବଂ ଫସଲର ମାନ ବଢାଇଥାଏ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଡିଜିଟାଲ୍ କାରବାର ପାଇଁ ଓପନ ନେଟୱାର୍କ (ଓଏନଡିସି) ରେ ୧୫୦୦ କୃଷକ ଉତ୍ପାଦକ ସଂଗଠନ (ଏଫ୍‍ପିଓ) ର ଅନେବୋର୍ଡିଂ ଶୁଭାରମ୍ଭ କରିବେ । ଓଏନଡିସି ଡିଜିଟାଲ ମାର୍କେଟିଂ, ଅନଲାଇନ୍ ପଇଠ, ବିଜନେସ-ଟୁ-ବିଜିନେସ୍‍ (ବି୨ବି) ଏବଂ ବିଜିନେସ୍‍-ଟୁ-କଞ୍ଜ୍ୟୁମର କାରବାରକୁ ସିଧାସଳଖ ପ୍ରବେଶ ସହିତ ଏଫପିଓ କୁ ସଶକ୍ତ କରିବ ଏବଂ ଗ୍ରାମାଞ୍ଚଳରେ ଲଜିଷ୍ଟିକ ଅଭିବୃଦ୍ଧିରେ ସ୍ଥାନୀୟ ମୂଲ୍ୟ ଯୋଗକୁ ଉତ୍ସାହିତ କରିବ ।

ଏକ ପଦକ୍ଷେପ ଭାବେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧିନରେ ୧୪ତମ କିସ୍ତି ବାବଦରେ ପ୍ରାୟ ୧୭,୦୦୦ କୋଟି ଟଙ୍କା ମଞ୍ଜୁର କରିବେ ଯାହା କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶନ କରିବ ଏବଂ ଏହା ୮.୫ କୋଟିରୁ ଅଧିକ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ମାଧ୍ୟମରେ ଟ୍ରାନ୍ସଫର କରାଯିବ ।

ରାଜସ୍ଥାନ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବ୍ୟାପକ ବିସ୍ତାରର ସାକ୍ଷୀ ହେବ କାରଣ ପ୍ରଧାନମନ୍ତ୍ରୀ ଚିତ୍ତୋରଗଡ, ଧୋଲପୁର, ସିରୋହି, ସିକର ଏବଂ ଶ୍ରୀ ଗଙ୍ଗାନଗରରେ ପାଞ୍ଚଟି ନୂତନ ମେଡିକାଲ କଲେଜ ଉଦଘାଟନ କରିବେ ଏବଂ ବରନ, ବୁନ୍ଦି, କରଉଲି, ଝୁଞ୍ଜୁନୁ, ସାୱାଇ ମାଧପୁର, ଜୟସଲମର୍ ଏବଂ ଟୋଙ୍କରେ ସାତୋଟି ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବିଦ୍ୟମାନ ଜିଲ୍ଲା / ରେଫରାଲ ହସ୍ପିଟାଲ ସହିତ ସଂଲଗ୍ନ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅଧୀନରେ ଏହି ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ପାଞ୍ଚଟି ମେଡିକାଲ କଲେଜକୁ ୧୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ କରାଯାଇଥିବାବେଳେ ସାତୋଟି ମେଡିକାଲ କଲେଜ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ସେଗୁଡିକ ୨୨୭୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବ ।

୨୦୧୪ ପର୍ଯ୍ୟନ୍ତ, ରାଜସ୍ଥାନରେ କେବଳ ୧୦ ଟି ମେଡିକାଲ୍ କଲେଜ ଥିଲା । କେନ୍ଦ୍ର ସରକାରଙ୍କ ଉତ୍ସର୍ଗୀକୃତ ଉଦ୍ୟମ ମାଧ୍ୟମରେ ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ୩୫ କୁ ବୃଦ୍ଧି ପାଇଛି, ଯାହାକି ୨୫୦% ବୃଦ୍ଧି ହୋଇଛି । ଏହି ୧୨ ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ୨୦୧୩-୧୪ ରେ ୧୭୫୦ ଟି ଆସନରୁ ରାଜ୍ୟରେ ଏମବିବିଏସ୍‍ ଆସନ ସଂଖ୍ୟା ୬୨୭୫ କୁ ବୃଦ୍ଧି ପାଇବ, ଯାହାକି ୨୫୮% ବୃଦ୍ଧି ହେବ ।

ଏହାବାଦ୍‍ ପ୍ରଧାନମନ୍ତ୍ରୀ ଉଦୟପୁର, ବନସ୍ୱାରା, ପ୍ରତାପଗଡ଼ ଏବଂ ଡୁଙ୍ଗରପୁର ଜିଲ୍ଲାରେ ଅବସ୍ଥିତ ଛଅ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ ଯାହା ଏହି ଜିଲ୍ଲାରେ ବାସ କରୁଥିବା ଆଦିବାସୀଙ୍କୁ ଉପକୃତ କରିବ । ଏହି କାର୍ଯ୍ୟକ୍ରମରେ ସେ ଯୋଧପୁର ସ୍ଥିତ ତିଭ୍ରି କେନ୍ଦ୍ରୀୟ ବିଦ୍ୟାଳୟକୁ ମଧ୍ୟ ଉଦଘାଟନ କରିବେ ।

ରାଜକୋଟରେ ପ୍ରଧାନମନ୍ତ୍ରୀ

ସାରା ଦେଶରେ ବିମାନ ସଂଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ରାଜକୋଟରେ ଏକ ନୂତନ ଆନ୍ତର୍ଜାତୀୟ ବିମାନବନ୍ଦରର ବିକାଶ ସହିତ ପୂରଣ ହେବ । ୨୫୦୦ ଏକରରୁ ଅଧିକ ଜମି ଏବଂ ୧୪୦୦ କୋଟିରୁ ଅଧିକ ମୂଲ୍ୟରେ ନୂତନ ବିମାନବନ୍ଦରର ବିକାଶ କରାଯାଇଛି । ନୂତନ ବିମାନବନ୍ଦରରେ ଆଧୁନିକ ଜ୍ଞାନକୌଶଳ ଏବଂ ସହନଶୀଳ ବୈଶିଷ୍ଟ୍ୟଗୁଡିକର ମିଶ୍ରଣ ରହିଛି । ଟର୍ମିନାଲ୍ ସୌଧ ହେଉଛି ଜିଆରଆଇଏଚଏ -୪ ଅନୁକୂଳ (ଗ୍ରିନ୍‍ ରେଟିଂ ଫର୍‍ ଇଣ୍ଟିଗ୍ରେଟେଡ୍ ହାବିଟାଟ୍ ଆସେସମେଣ୍ଟ) ଏବଂ ନୂତନ ଟର୍ମିନାଲ୍ ସୌଧ (ଏନଆଇଟିବି) ଡବଲ୍ ଇନସୁଲେଟେଡ୍ ଛାତ ସିଷ୍ଟମ୍‌, ସ୍କାଏଲାଇଟ୍‌, ଏଲଇଡି ଲାଇଟିଂ, ଲୋ ହିଟ୍ ଗ୍ଲେନ ଇତ୍ୟାଦି ସହିତ ବିଭିନ୍ନ ସହନଶୀଳ ବୈଶିଷ୍ଟ୍ୟ ସହିତ ସଜ୍ଜିତ ।

ରାଜକୋଟର ଜୀବନ୍ତ ସାଂସ୍କୃତିକ ବିଭବ ବିମାନବନ୍ଦରର ଟର୍ମିନାଲର ଡିଜାଇନକୁ ପ୍ରେରଣା ଦେଇଛି ଏବଂ ଏହାର ଗତିଶୀଳ ବାହ୍ୟ ଆବରଣ ଏବଂ ଚମତ୍କାର ଆନ୍ତଃ ସାଜସଜା ମାଧ୍ୟମରେ ଲିପନ୍ କଳାଠାରୁ ନେଇ ଦାଣ୍ଡିଆ ନୃତ୍ୟ ପର୍ଯ୍ୟନ୍ତ କଳାକୁ ରୂପକୁ ଚିତ୍ରଣ କରିବ । ଏହି ବିମାନବନ୍ଦର ସ୍ଥାନୀୟ ସ୍ଥାପତ୍ୟ ଐତିହ୍ୟର ଏକ ଉଦାହରଣ ହେବ ଏବଂ ଗୁଜୁରାଟର କାଥିୱାର୍ ଅଞ୍ଚଳର କଳା ଏବଂ ନୃତ୍ୟର ସାଂସ୍କୃତିକ ଗୌରବକୁ ପ୍ରତିଫଳିତ କରିବ । ରାଜକୋଟରେ ଥିବା ନୂତନ ବିମାନବନ୍ଦର କେବଳ ରାଜକୋଟର ସ୍ଥାନୀୟ ଅଟୋମୋବାଇଲ୍ ଶିଳ୍ପର ବିକାଶ ଦିଗରେ ସହାୟକ ହେବ ନାହିଁ ବରଂ ଗୁଜୁରାଟର ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯ ଜଳସେଚନ ସୁବିଧାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ ଏବଂ ସୌରାଷ୍ଟ୍ର ଅଞ୍ଚଳକୁ ପାନୀୟ ଜଳ ସୁବିଧା ଉପଲବ୍ଧ କରିବ । ଦ୍ୱାରକା ଆରଡବ୍ଲୁଏସଏସର ନବୀକରଣ ପାଇପଲାଇନ ଦ୍ୱାରା ଗ୍ରାମଗୁଡ଼ିକୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବାରେ ସାହାଯ୍ୟ କରିବ ।  ନିଆଯାଉଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକରେ ଉପରକୋଟ ଦୁର୍ଗର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଜଳ ବିଶୋଧନ ପ୍ଲାଣ୍ଟ ର୍ନିମାଣ; ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ; ଫ୍ଲାଏ ଓଭର ବ୍ରିଜ୍ ଆଦି ରହିଛି ।

ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ ଗାନ୍ଧିନଗରର ମହାତ୍ମା ମଣ୍ଡପରେ ସେମିକନ୍ ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ସମ୍ମିଳନୀର ବିଷୟବସ୍ତୁ ହେଉଛି "କାଟାଲାଇଜିଂ ଇଣ୍ଡିଆସ୍‍ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌” । ଶିଳ୍ପ, ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ବିଶ୍ୱସ୍ତରୀୟ ନେତୃତ୍ୱଙ୍କୁ ଏକତ୍ର କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶନ କରେ ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ କରିବାକୁ କଳ୍ପନା କରେ । ସେମିକନ୍ ଇଣ୍ଡିଆ ୨୦୨୩  ମାଇକ୍ରୋନ୍ ଟେକ୍ନୋଲୋଜି, ଆପ୍ଲାଏଡ୍ ମେଟେରିଆଲ୍ସ, ଫକ୍ସକନ୍‌, ସେମି, କ୍ୟାଡେନ୍ସ ଭଳି ଆଗଧାଡିର କମ୍ପାନୀ ପ୍ରତିନିଧୀଙ୍କ ଅଂଶଗ୍ରହଣକୁ ଜାହିର କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight