ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୦୧ ଓ ୦୨ ତାରିଖ ଦିନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ
ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ୩୫୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ସିନ୍ଧ୍ରୀ ସାର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ଗୋରଖପୁର ଓ ରାମଗୁଣ୍ଡମ ପରେ ଏହା ତୃତୀୟ ସାର କାରଖାନା ଭାବେ ପୁନଃ କାର୍ଯ୍ୟକ୍ଷମ ହୋଇଛି ।
ପ୍ରଧାନମନ୍ତ୍ରୀ ଛତ୍ରାରେ ଉତ୍ତର କରନପୁର, ସୁପର ତାପଜ ବିଦ୍ୟୁତ କେନ୍ଦ୍ର ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ
ଝାଡ଼ଖଣ୍ଡରେ ରେଳବାଇ କ୍ଷେତ୍ର ପାଇବ ପ୍ରାଧାନ୍ୟ । ପ୍ରଧାନମନ୍ତ୍ରୀ ରାଜ୍ୟରେ ତିନିଟି ନୂତନ ଟ୍ରେନର ଚଳାଚଳର କରିବେ ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ପଶ୍ଚିବଙ୍ଗରେ ୨୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ
ପ୍ରଧାନମନ୍ତ୍ରୀ ରଘୁନାଥପୁର ତାପଜ ବିଦ୍ୟୁତ କେନ୍ଦ୍ର ଦ୍ୱିତୀୟ ପର୍ଯ୍ୟାୟର କରିବେ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ହଳଦିଆ-ବାରାଉଣୀ ଅଶୋଧିତ ତୈଳ ପାଇପଲାଇନକୁ କରିବେ ଉଦଘାଟନ
ପ୍ରଧାନମନ୍ତ୍ରୀ କୋଲକାତାସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର ଭିତ୍ତିଭୂମି ମଜଭୁତ କରିବା ପାଇଁ କରିବେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
ପଶ୍ଚିମବଙ୍ଗରେ ରେଳ, ସଡ଼କ, ଏଲପିଜି ଯୋଗାଣ ଓ ବର୍ଜ୍ୟ ଜଳ ନିଷ୍କାସନ ପରିଚାଳନା ପ୍ଲାଣ୍ଟ ପ୍ରକଳ୍ପ ଉପରେ ଦିଆଯିବ ଗୁରୁତ୍ୱ
ଦେଶରେ ଶକ୍ତି କ୍ଷ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧-୨ ତାରିଖ ଦିନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ସିନ୍ଧ୍ରୀରେ ସାର, କୋଇଲା, ରେଳ ଓ ଶକ୍ତି କ୍ଷେତ୍ରରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।
ଏଗୁଡ଼ିକ ହେଲା ଦେଓଘର-ଦିବ୍ରୁଗଡ଼ ଟ୍ରେନ ସେବା, ଟାଟା ନଗର ବାଦାମପାହାଡ଼ (ଦୈନିକ) ମେମୁ ଟ୍ରେନ ସେବା ଓ ଶିବପୁର ଷ୍ଟେସନରୁ ମାଲ ପରିବହନ ଟ୍ରେନ ସେବା ।
ହୁଗୁଳି ଜିଲ୍ଲାର ଆରମବାଗ ଠାରେ ପ୍ରଧାନମନ୍ତ୍ରୀ ରେଳ, ବନ୍ଦର, ତୈଳ ପାଇପ ଲାଇନ, ଏଲପିଜି ଯୋଗାଣ ଓ ବର୍ଜ୍ୟ ଜଳ ପରିଚାଳନା କ୍ଷେତ୍ରରେକେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।
PMଏହି ପ୍ରକଳ୍ପଗୁଡ଼ିକ ସେ ଅଞ୍ଚଳର ରେଳ ପରିବହନ ସୁବିଧାର ସମ୍ପ୍ରସାରଣ କରିବା ସହ ଯାତାୟତ ସୁବିଧା, ମାଲ ପରିବହନ ଇତ୍ୟାଦି କରିବା ସହ ଆର୍ଥିକ ଓ ଶିଳ୍ପ ଅଭିବୃଦ୍ଧି ସେ ଅଞ୍ଚଳରେ ଘଟାଇବ ।
ପ୍ରଧାନମନ୍ତ୍ରୀ ଖଡ଼ଗପୁର ବିଦ୍ୟାସାଗର ଶିଳ୍ପ ଉଦ୍ୟାନରେ ଭାରତୀୟ ତୈଳ ନିଗମର ୧୨୦ ଟିଏମଟିପିଏ ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ । ୨୦୦ କୋଟିରୁ ଅଧିକ ବ୍ୟୟରେ ସ୍ଥାପିତ ଏହି ବଟଲିଂ ପ୍ଲାଣ୍ଟ ସେ ଅଞ୍ଚଳର ପ୍ରଥମ ଏଲପିଜି ବଟଲିଂ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପଶ୍ଚିମବଙ୍ଗର ୧୪.୫ ଲକ୍ଷ ଗ୍ରାହକଙ୍କୁ ଏଲପିଜି ଯୋଗାଇବ ।
ପ୍ରଧାନମନ୍ତ୍ରୀ ମେଜିଆ ତାପଜ ଶକ୍ତି କେନ୍ଦ୍ରର (ଏଫଜିଡି) ପ୍ରଣାଳୀ ଏହାର ସାଢ଼େ ୮ ନମ୍ବର ୟୁନିଟର ଉଦଘାଟନ କରିବେ । ୬୫୦ କୋଟି ଟଙ୍କା ବ୍ୟୟରେ ଏହି ଏଫଜିଡି ପ୍ରଣାଳୀ ଫ୍ଲୁ ଗ୍ୟାସରୁ ସଲଫର ଡାଇଅକ୍ସାଇଡ ଅଲଗା କରି ଗନ୍ଧକ ପ୍ରସ୍ତୁତ କରିବ ଓ ତାହା ସିମେଣ୍ଟ କାରଖାନାରେ ବ୍ୟବହୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧-୨ ତାରିଖ ଦିନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ ।

ମାର୍ଚ୍ଚ ପହିଲା ଦିନ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଧାନବାଦସ୍ଥିତ ସିନ୍ଧ୍ରୀରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚô ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ୩୫୭୦୦ କୋଟି ଟଙ୍କାର ଝାଡ଼ଖଣ୍ଡ ନିମନ୍ତେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରାୟ ଅପରାହ୍ଣ ୩ଟା ବେଳେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେରେ ଯୋଗଦେଇ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଆରାମବାଗ ଠାରେ ୭୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ମାର୍ଚ୍ଚ ୨ ତାରିଖ ଦିନ ପୂର୍ବାହ୍ନ ସାଢ଼େ ଦଶଟା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କି୍ରଷ୍ଣ ନଗର ଠାରେ ପହଞ୍ଚô ୧୫୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଅପରାହ୍ଣ ୨ଟା ୩୦ରେ ସେ ବିହାର, ଔରଙ୍ଗାବାଦରେ ୨୧୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଅପରାହ୍ଣ ୫ଟା ୧୫ରେ ଶ୍ରୀ ମୋଦୀ ବିହାର ବେଗୁସରାଇର ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇ ୧.୪୮ ଲକ୍ଷ କୋଟି ଟଙ୍କାର ବିଭିନ୍ନ ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାଛଡ଼ା ବିହାରରେ ୧୩୪୦୦ କୋଟି ଟଙ୍କାର କେତେକ ବିକାଶମୂଳକ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିବେ ।

ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ସିନ୍ଧ୍ରୀରେ ସାର, କୋଇଲା, ରେଳ ଓ ଶକ୍ତି କ୍ଷେତ୍ରରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ଶ୍ରୀ ମୋଦୀ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ (ଏଚଭିଆରଆଇ) ସିନ୍ଧ୍ରୀ ସାର କାରଖାନାକୁ ଉଦଘାଟନ କରିବେ । ୮୯୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ଏହି ସାର କାରଖାନା ୟୁରିଆ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ । ଏହା ବାର୍ଷିକ ୧୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ କରି ଚାଷୀମାନଙ୍କୁ ସୁବିଧା ପହଂଚାଇବ । ଏହା ଦେଶର ତୃତୀୟ ପୁନରୁଥାନକାରୀ ସାର କାରଖାନା । ଏହା ଆଗରୁ ଗୋରଖପୁର ଓ ରାମଗୁଣ୍ଡମ ପୁନଃକାର୍ଯ୍ୟକ୍ଷମ ହୋଇଥିଲା ଓ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୦୨୧ ଓ ନଭେମ୍ବର ୨୦୨୨ରେ ଦେଶ ଉଦେଶ୍ୟରେ ଏହାକୁ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡ଼ଖଣ୍ଡରେ ୧୭୬୦୦ କୋଟି ଟଙ୍କାର କେତେକ ରେଳ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଗୁଡ଼ିକ ମଧ୍ୟରେ ସୋନନଗର-ଅଣ୍ଡେଲର ଚତୁର୍ଥ ଲାଇନ, ତୋରୀ-ଶିବପୁର ପ୍ରଥମ ଓ ଦ୍ୱିତୀୟ ଲାଇନ, ବାରାଟୋଲ-ଶିବପୁର ତୃତୀୟ ରେଳ ଲାଇନ (ଏହା ଟୋରି-ଶିବପୁର ପ୍ରକଳ୍ପର ଅଂଶବିଶେଷ), ମୋହନପୁର-ହଂସଡିହା ନୂତନ ରେଳପଥ, ଧାନବାଦ-ଚନ୍ଦ୍ରପୁର ରେଳପଥ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଏହି ରେଳ ପ୍ରକଳ୍ପଗୁଡ଼ିକ ରେଳ ସେବା ସମ୍ପ୍ରସାରଣ କରିବା ସହ ସେ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ସାଧନ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅଧିନରେ ତିନିଟି ନୂତନ ଟ୍ରେନ ଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ । ଏଗୁଡ଼ିକ ହେଲା ଦେଓଘର-ଦିବ୍ରୁଗଡ଼ ଟ୍ରେନ ସେବା, ଟାଟା ନଗର ବାଦାମପାହାଡ଼ (ଦୈନିକ) ମେମୁ ଟ୍ରେନ ସେବା ଓ ଶିବପୁର ଷ୍ଟେସନରୁ ମାଲ ପରିବହନ ଟ୍ରେନ ସେବା ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡ଼ଖଣ୍ଡରେ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଜାତି ଉଦେଶ୍ୟରେ ଉଦଘାଟନ କରିବେ । ତାହା ମଧ୍ୟରେ ୬୬୦ ମେଗାୱାଟ ଉତ୍ତର କରନପୁରା ସୁପର ତାପଜ ବିଦ୍ୟୁତ ପ୍ରକଳ୍ପ (ଏସଟିପିପି)ର ପ୍ରଥମ ୟୁନିଟ ଛତ୍ରା ଅନ୍ତର୍ଭୁକ୍ତ । ୭୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସେ ଅଞ୍ଚଳରେ ବିଦ୍ୟୁତ ଶକ୍ତି ସରବରାହକୁ ଉନ୍ନତ କରିବ । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ସାମାଜିକ ଆର୍ଥିକ ବିକାଶରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ କୋଇଲା କ୍ଷେତ୍ରରେ ପ୍ରକଳ୍ପ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ ।

ପଶ୍ଚିମବଙ୍ଗର ଆରାମବାଗରେ ପ୍ରଧାନମନ୍ତ୍ରୀ

ହୁଗୁଳି ଜିଲ୍ଲାର ଆରମବାଗ ଠାରେ ପ୍ରଧାନମନ୍ତ୍ରୀ ରେଳ, ବନ୍ଦର, ତୈଳ ପାଇପ ଲାଇନ, ଏଲପିଜି ଯୋଗାଣ ଓ ବର୍ଜ୍ୟ ଜଳ ପରିଚାଳନା କ୍ଷେତ୍ରରେକେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୭୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତୀୟ ତୈଳ ନିଗମର ୫୧୮ କିଲୋମିଟର ଦୀର୍ଘ ହଳଦିଆ-ବାରାଉଣୀ ଅଶୋଧିତ ତୈଳ ପାଇପଲାଇନର ଉଦଘାଟନ କରିବେ । ଏହି ପାଇପଲାଇନ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଯିବ । ଏହି ପାଇପଲାଇନ ବାରାଉଣୀ ବଶୋଧନାଗାର, ବୋଙ୍ଗାରଗାଓଁ ବିଶୋଧନାଗାର ଓ ଗୌହାଟୀ ବିଶୋଧନଗାରକୁ ନିରାପଦ ଓ ସୁଲଭ ମୂଲ୍ୟଯୁକ୍ତ ଓ ପରିବେଶ ଅନୁକୂଳ ଢଙ୍ଗରେ ତେଲ ଯୋଗାଇବ ।

ପ୍ରଧାନମନ୍ତ୍ରୀ ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟରେ କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ଭିତ୍ତିଭୂମି ମଜଭୁତ କରିବା ଉଦେଶ୍ୟରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ, ସେଗୁଡ଼ିକ ହେଲା ବର୍ଥ ନମ୍ବର ୮ ଏନଏସଡି ଓ ବର୍ଗ ୭ ଓ ୮ର ଯାନ୍ତ୍ରିକୀକରଣ ଓ ଏହା କୋଲକାତା ଡକ୍ ସିଷ୍ଟମରେ ହେବ । ହଳଦିଆ ବନ୍ଦ ପରିସର ଶ୍ୟାମା ପ୍ରସାଦ ମୁଖାର୍ଜ ବନ୍ଦରରେ ଅଏଲ ଜେଟିରେ ପ୍ରଧାନମନ୍ତ୍ରୀ ଅଗ୍ନିନିରୋଧକ ପଦ୍ଧତି ଉନ୍ନୀତକରଣ ପ୍ରକଳ୍ପକୁ ଉଦଘାଟନ କରିବେ । ଅତ୍ୟାଧୁନିକ ଅଗ୍ନି ନିରୋଧକ ପଦ୍ଧତି ସ୍ୱୟଂସକ୍ରିୟ ଓ ଏହା ସଙ୍ଗେ ସଙ୍ଗେ ଆସନ୍ନ ବିପଦର ସୂଚନା ଦେଇପାରିବ । ପ୍ରଧାନମନ୍ତ୍ରୀ ହଳଦିଆ ବନ୍ଦର ପରିସରରେ ତୃତୀୟ ରେଲ ମାଉଣ୍ଟ କ୍ୱେକ୍ରୋନ (ଆରଏମକ୍ୟୁସି)କୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହା ୪୦ ଟନ ପର୍ଯ୍ୟନ୍ତ ଭାର ଉଠାଇବାର ସାମର୍ଥ୍ୟ ରହିଛି । ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର, କୋଲକାତାର ଏହି ନୂତନ ପ୍ରକଳ୍ପ ବନ୍ଦରର ଉତ୍ପାଦକତା ଯଥେଷ୍ଟ ବୃଦ୍ଧି କରିବା ସହ ପଣ୍ୟ ଦ୍ରବ୍ୟ ବୋଝେଇ ଓ ଖଲାସ ଅନାୟାସରେ କରିପାରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୬୮୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଝାରଗ୍ରାମ-ସାଲଘାଝରୀ (୯୦ କିଲୋମିଟର), ସେନଡାଲିଆ-ଚମ୍ପାପୁକୁର ରେଳପଥ (୨୪ କିମି), ଡାଙ୍କୁଣୀ-ଭଟ୍ଟନଗର-ବାଲଟିକୁରୀ ରେଳପଥ (୯ କିମି) ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ସେ ଅଞ୍ଚଳର ରେଳ ପରିବହନ ସୁବିଧାର ସମ୍ପ୍ରସାରଣ କରିବା ସହ ଯାତାୟତ ସୁବିଧା, ମାଲ ପରିବହନ ଇତ୍ୟାଦି କରିବା ସହ ଆର୍ଥିକ ଓ ଶିଳ୍ପ ଅଭିବୃଦ୍ଧି ସେ ଅଞ୍ଚଳରେ ଘଟାଇବ ।

ପ୍ରଧାନମନ୍ତ୍ରୀ ଖଡ଼ଗପୁର ବିଦ୍ୟାସାଗର ଶିଳ୍ପ ଉଦ୍ୟାନରେ ଭାରତୀୟ ତୈଳ ନିଗମର ୧୨୦ ଟିଏମଟିପିଏ ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ । ୨୦୦ କୋଟିରୁ ଅଧିକ ବ୍ୟୟରେ ସ୍ଥାପିତ ଏହି ବଟଲିଂ ପ୍ଲାଣ୍ଟ ସେ ଅଞ୍ଚଳର ପ୍ରଥମ ଏଲପିଜି ବଟଲିଂ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପଶ୍ଚିମବଙ୍ଗର ୧୪.୫ ଲକ୍ଷ ଗ୍ରାହକଙ୍କୁ ଏଲପିଜି ଯୋଗାଇବ ।

ପ୍ରଧାନମନ୍ତ୍ରୀ ବର୍ଜ୍ୟ ଜଳ ପରିଚାଳନାରେ ତିନିଟି କାରଖାନା ପଶ୍ଚିମବଙ୍ଗରେ ଉଦଘାଟନ କରିବେ । ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତା ପ୍ରାୟ ୬୦୦ କୋଟି ଟଙ୍କାରେ ଏଗୁଡ଼ିକ ନିର୍ମିତ ହୋଇଅଛି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟରସୋସନ ଓ ଡାଇଭରସନ (ଆଇଆଣ୍ଡଡି) କାର୍ଯ୍ୟ ଓ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ (ଏସଟିପି) ହାଓଡ଼ାରେ ହେବ । ୬୨ ଏମଏଲଡି ସହ ଏସଟିପି ବାଲିରେ ହେବ । ଏହାଛଡ଼ା କମରହଟି ଓ ବରାନଗରରେ ୬୦ ଏମଏଲଡି ଓ ବର୍ଜ୍ୟବସ୍ତୁ ନେଟୱର୍କ ୮.୧୫ କିମିର ହେବ ।

ପଶ୍ଚିମବଙ୍ଗ କ୍ରିଷ୍ଣା ନଗରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ ଓ ରେଳବାଇ କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଦେଶର ଶକ୍ତି କ୍ଷେତ୍ରକୁ ମଜଭୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପୁରୁଲିଆ ଜିଲ୍ଲାର ରଘୁନାଥପୁର ତାପଜ ଶକ୍ତି କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ (୨ ଗୁଣନ ୬୬୬୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଦାମୋଦର ଉପତ୍ୟକା ନିଗମର ଏହି କୋଇଲାଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପ ଅତ୍ୟାଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ । ଏହା ଦେଶର ଶକ୍ତି ସୁରକ୍ଷା ଦିଗରେ ବେଶ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ମେଜିଆ ତାପଜ ଶକ୍ତି କେନ୍ଦ୍ରର (ଏଫଜିଡି) ପ୍ରଣାଳୀ ଏହାର ସାଢ଼େ ୮ ନମ୍ବର ୟୁନିଟର ଉଦଘାଟନ କରିବେ । ୬୫୦ କୋଟି ଟଙ୍କା ବ୍ୟୟରେ ଏହି ଏଫଜିଡି ପ୍ରଣାଳୀ ଫ୍ଲୁ ଗ୍ୟାସରୁ ସଲଫର ଡାଇଅକ୍ସାଇଡ ଅଲଗା କରି ଗନ୍ଧକ ପ୍ରସ୍ତୁତ କରିବ ଓ ତାହା ସିମେଣ୍ଟ କାରଖାନାରେ ବ୍ୟବହୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଫାରାକ୍କା-ରାଇଗଞ୍ଜ ଏନଏଚ-୧୨ର ଚାରିଲେନ ବିଶିଷ୍ଟ ସଡ଼କ ପ୍ରକଳ୍ପ ଉଦଘାଟନ କରିବେ । ପ୍ରାୟ ୧୯୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଯୋଗୁ ଗହଳି ହ୍ରାସ ପାଇବା ସହ ଉତ୍ତର ବଙ୍ଗ ଓ ଉତ୍ତର-ପୂର୍ବ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ହେବ ।

ଶ୍ରୀ ମୋଦୀ ମଧ୍ୟ ପଶ୍ଚିମବଙ୍ଗରେ ୯୪୦ କୋଟିରୁ ଊଦ୍ଧ୍ୱର୍ ଅର୍ଥର ଚାରିଟି ରେଳ ପ୍ରକଳ୍ପ ଉଦଘାଟନ କରିବେ । ଏଥିମଧ୍ୟରେ ଦାମୋଦର-ମୋହିଶୀଲା ରେଳପଥ ଦୋହରୀକରଣ, ରାମପୁରହାଟ-ମୁରାରାଇର ତୃତୀୟ ରେଳପଥ, ବଜାରସାଓ-ଅଜିମଗଞ୍ଜ ରେଳପଥ ଦୋହରୀକରଣ ଓ ଅଜିମଗଞ୍ଜ-ମୁର୍ଶିଦାବାଦ ନୂତନ ରେଳପଥ ସଂଯୋଗୀକରଣ ଅନ୍ତର୍ଭୁକ୍ତ ।

ବିହାର ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଔରଙ୍ଗାବାଦରେ ୨୧୪୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୮୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କେତେକ ଜାତୀୟ ରାଜପଥର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେବ ସେଥିମଧ୍ୟରେ ୬୩.୪ କିଲୋମିଟର ଦୀର୍ଘ ଜୟନଗର-ନରହିଆ ସେକ୍ସନ ଏନଏଚ-୨୨୭, ଏନଏଚ-୧୩୧ଜି ଅନ୍ତର୍ଗତ କାହ୍ୱାଉଲୀରୁ ରାମନଗର ଛଅ ଲେନ ବିଶିଷ୍ଟ ପାଟନା ରିଂ ରୋଡ, କିଶନଗଞ୍ଜ ସହରରେ ୩.୨ କିମି ଦୀର୍ଘ ଉଡ଼ନ୍ତା ପୋଲ, ୪୭ କିମି ଦୀର୍ଘ ବକ୍ତିଆରପୁର-ରାଜୌଲୀ ଚାରି ଲେନ ଯୁକ୍ତ ସଡ଼କ ଓ ୫୫ କିମି ଦୀର୍ଘ ଆରା-ପରାରିୟା ଏନଏଚ-୩୯ ସେକ୍ସନ ରୋଡ଼ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଛଅଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ସେଗୁଡ଼ିକ ମଧ୍ୟରେ ଅମାସରୁ ଶିବରାମପୁର ୫୫ କିମି ଦୀର୍ଘ ସବୁଜ ଜାତୀୟ ରାଜପଥ, ୫୪ କିମି ଦୀର୍ଘ ଶିବରାମପୁର-ରାମନଗର ରାଜପଥ, ୪୭ କିମି ଦୀର୍ଘ ଚାରି ଲେନ ଯୁକ୍ତ ବଳଭଦ୍ରପୁର-ବେଲା ନୱାଜା, ୨୫ କମି ଦୀର୍ଘ ଦାନାପୁର-ବିହିଟା-କେଇଆର ସେକ୍ସନ ସଡ଼କ ଅନ୍ତର୍ଭୁକ୍ତ

ନମାମି ଗଙ୍ଗେ ପ୍ରକଳ୍ପ ଅଧିନରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୯୦ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପ ଉଦଘାଟନ କରିବେ । ସେଗୁଡ଼ିକ ମଧ୍ୟରେ ସଇଦପୁର-ପାହାଲି ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, ସଇଦପୁର, ବେଉର, ପାହାରୀ ଜେନା ଆଇଭିଏ, କର୍ମାଲୀଛକ ସେଓରନେଟୱର୍କ, ବାରା, ଛାପ୍ରା, ନୈଗାଛିଆ, ସୁଲତାନଗଞ୍ଜ, ସୋନପୁର ଟାଉନ ମଇଳା ଜଳ ନିଷ୍କାସନ ଓ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଗଙ୍ଗା ନଦୀକୁ ଜଳ ନିଷ୍କାସନ ଆଗରୁ ଏହି ସବୁ ପ୍ଲାଣ୍ଟ ଜଳ ବିଶୋଧନକୁ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ପାଟନା ୟୁନିଟ ମଲର ମଧ୍ୟ ଶିଳାନ୍ୟାସ କରିବେ । ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ମଲ ଆନ୍ତର୍ଜାତିକ ଡିଜାଇନ ମାନର ରହିବା ସହ ଏହା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟାନ୍ୟ ସାମଗ୍ରୀ ଓ କଳାକୃତି ପ୍ରଦର୍ଶନ ପାଇଁ ସ୍ଥାନ ଦେବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୩୬ଟି ବୃହତ ଷ୍ଟଲ ଓ ବିହାରର ପ୍ରତ୍ୟେକ ଜିଲ୍ଲା ନିମନ୍ତେ ୩୮ଟି କ୍ଷୁଦ୍ର ଷ୍ଟଲ ରହିବ । ଏହି ମଲ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ, ଭୌଗଳିକ ପରିଚିତି (ଜିଆଇ) ସାମଗ୍ରୀ ଓ ବିହାର ଏବଂ ଭାରତର ହସ୍ତକଳା ସାମଗ୍ରୀ ଜନାଦ୍ରୁତ କରାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିହାରର ତିନିଟି ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବେ । ସେଗୁଡ଼ିକ ମଧ୍ୟରେ ପାଟଳିପୁତ୍ର-ପହେଲଦା ପ୍ରକଳ୍ପ ଦୋହାରୀକରଣ, ୨୬ କିମି ଦୀର୍ଘ ବନ୍ଧୁଆ-ପାରମର ନୂତନ ରେଳପଥ ଓ ଗୟାରେ ମେମୁ ରହଣିସ୍ଥଳ ଅନ୍ତର୍ଭୁକ୍ତ । ଶ୍ରୀ ମୋଦୀ ଆରା ବାଇପାସ ରେଳପଥର ଶିଳାନ୍ୟାସ କରିବେ ।

 

ବିହାର ବେଗୁସରାଇରେ ପ୍ରଧାନମନ୍ତ୍ରୀ

ବେଗୁସରାଇରେ ଅନୁଷ୍ଠିତ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧.୪୮ ଲକ୍ଷ କୋଟି ଟଙ୍କାର ତୈଳ ଓ ବାଷ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ପ୍ରକଳ୍ପ ଦେଶର ଅନେକ ରାଜ୍ୟ ଯଥା ବିହାର, ହରିୟାଣା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଓ କର୍ଣ୍ଣାଟକ ସହିତ କେଜି ବେସିନକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ କେଜି ବେସିନରୁ ପ୍ରଥମ ତୈଳ ଉତ୍ପାଦନ ଦେଶ ଉଦେଶ୍ୟରେ ସମର୍ପଣ କରିବେ । ପ୍ରଥମ ଅଶୋଧିତ ତୈଳ ଟ୍ୟାଙ୍କର ଓଏନଜିସି କ୍ରିଷ୍ଣା ଗୋଳାବରୀ ଗଭୀର ଜଳ ପ୍ରକଳ୍ପ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଭାରତ ଶକ୍ତି କ୍ଷେତ୍ରରେ ଏହି ଐତିହାସିକ ସଫଳତା ଯୋଗୁ ଆମର ଶକ୍ତି ଆମଦାନୀ ନେଇ ବିଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ।

୧୪୦୦୦ କୋଟି ଟଙ୍କାର ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳପ୍ ବିହାରରେ ହାତକୁ ନିଆଯିବ । ଏଥି ମଧ୍ୟରେ ୧୧୪୦୦ କୋଟି ଟଙ୍କାର ବାରାଉଣୀ ତୈଳ ବିଶୋଧନ ପ୍ରକଳ୍ପ ସମ୍ପ୍ରସାରଣ ଓ ବାରାଉଣୀ ତୈଳ ବିଶୋଧନାଗାର ଗ୍ରୀଡ୍ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନର ପାଟନା ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ।

ଅନ୍ୟାନ୍ୟ ତୈଳ ଓ ଗ୍ୟାସ ପ୍ରକଳ୍ପ ସମ୍ପ୍ରସାରଣ ମଧ୍ୟରେ ପାନିପଥ ବିଶୋଧନାଗାର ଓ ପେଟ୍ରୋରସାୟନ କମ୍ପ୍ଲେକ୍ସ ହରିୟାଣା, ପାନିପଥ ବିଶୋଧନାଗାରରେ ୩୪ ଇଥାନଲ ପ୍ଲାଣ୍ଟ ଓ କାଟାଲିଷ୍ଟପ୍ଲାଣ୍ଟ, ଆନ୍ଧ୍ର ପ୍ରଦେଶରେ ବିକାଶ ବିଶୋଧନାଗାର ଆଧୁନିକୀକରଣ ପ୍ରକଳ୍ପ (ଭିଆରଏମପି), ବାଜିଲିକା, ଗଙ୍ଗା ନଗର ଓ ହନୁମାନ ଗ୍ରହ ଜିଲ୍ଲାରେ ନଗରୀ ଗ୍ୟାସ ବଣ୍ଟନ ବ୍ୟବସ୍ଥା, କର୍ଣ୍ଣାଟକର ଗୁଲବର୍ଗାରେ ନୂତନ ପିଓଏଲ ଡିପୋ ଇତ୍ୟାଦି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଭର୍ବରିକ ଓ ରସାୟନ ଲିମିଟେଡ ସାର କାରଖାନା ବାରାଉଣୀରେ ଉଦଘାଟନ କରିବେ । ୯୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି କାରଖାନା ଯୋଗୁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ୟୁରିଆ ମିଳିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୩୯୧୭ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ ଉଦଘାଟନ କରିବେ । ସେଥିମଧ୍ୟରେ ରାଘୋପୁର-ଫର୍ବିସଗଞ୍ଜ ରେଳପଥ ପ୍ରଶସ୍ତୀକରଣ, ମକୁରିଆ-କଟିହାର-କୁମେଜପୁର ରେଳପଥ, ବାରାଉଣୀ-ବଚୱାରା ତୃତୀୟ ଓ ଚତୁର୍ଥ ଲାଇନ, କଟିହାର-ଯୋଗବାଣୀ ବିଦ୍ୟୁତିକରଣ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁଙ୍କ ନିମନ୍ତେ ଡିଜିଟାଲ ଡାଟାବେସ ‘ଭାରତ ପଶୁଧନ’ ଉତ୍ସର୍ଗ କରିବେ । ଏହା ଚାଷୀମାନଙ୍କୁ ସଶକ୍ତ କରିବ ଓ ସେମାନେ ବିଭିନ୍ନ ରୋଗ ନିରୀକ୍ଷଣ କରିପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୯୬୨ ଫାର୍ମର୍ସ ଆପ, ଚାଷୀଙ୍କ ହିତ ନିମନ୍ତେ ଶୁଭାରମ୍ଭ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre's ₹9,585-cr green scheme for NCR may boost CV replacement demand

Media Coverage

Centre's ₹9,585-cr green scheme for NCR may boost CV replacement demand
NM on the go

Nm on the go

Always be the first to hear from the PM. Get the App Now!
...
PM to visit Surat and Daman on 5th June
June 04, 2026
PM to inaugurate, dedicate to the nation and lay the foundation stone of various development projects worth around ₹18,800 Crore in Surat
PM to dedicate key packages of the 8-Lane Access-Controlled Vadodara-Mumbai Expressway to the nation
PM to lay foundation stone for four-laning of critical sections on NH-56; project to enhance connectivity across tribal regions and boost access to the Statue of Unity
PM to inaugurate, dedicate to the nation and lay the foundation stone of development projects worth around ₹2,970 Crore in Daman
PM to dedicate New Terminal Building of NAMO Airport in Daman
PM to lay foundation stones of port projects worth ₹885 Crore for the UT of Lakshadweep

Prime Minister Shri Narendra Modi will visit Gujarat and Daman on 5th June, 2026. At around 2:30 PM, Prime Minister will visit Hazira in Surat district and review ongoing industrial operations and infrastructure projects. At around 4:15 PM, Prime Minister will inaugurate, dedicate to the nation and lay the foundation stone of various development projects worth around ₹18,800 crore in Surat. He will also address the gathering on the occasion.

Prime Minister will then travel to Daman, where at around 6:15 PM, he will inaugurate the New Terminal Building of NAMO Airport in Daman. This will be followed by the dedication of NAMO Hospital in Daman to the nation. Thereafter, at around 7:15 PM, Prime Minister will inaugurate, dedicate and lay the foundation stone of various development projects worth around ₹2,970 crores in Daman. He will also lay the foundation stone of four important projects for the Union Territory of Lakshadweep worth around ₹885 crore. He will also address the gathering on the occasion.

PM in Surat

Prime Minister will inaugurate, dedicate to the nation and lay the foundation stone of multiple development projects worth over ₹18,800 crore in Surat across the road, power and industrial sectors.

Prime Minister will dedicate Packages VI and VII of the Vadodara-Mumbai Expressway to the nation, enhancing high-speed transportation, logistics efficiency and economic connectivity between Gujarat and Maharashtra. Prime Minister will lay the foundation stone for key infrastructure projects which includes the four-laning of critical sections on NH-56 to enhance connectivity across tribal regions and boost access to the Statue of Unity.

Prime Minister will also inaugurate a 200 bedded ESIC Hospital in Surat, providing modern secondary healthcare across key specialties, backed by a central laboratory and essential ancillary services. It also features 24/7 emergency and trauma care to ensure the timely management of occupational injuries and medical emergencies. Prime Minister will inaugurate critical utility and industrial infrastructure projects, including the Transmission Network Expansion in Gujarat to enhance power evacuation capacity under the Inter-State Transmission System. Prime Minister will also inaugurate several important initiatives of Government of Gujarat, including modern power distribution upgrades under the Revamped Reforms-Based Distribution Sector Scheme in Valsad, advanced effluent disposal and treatment infrastructure at Dahej Petroleum, Chemicals and Petrochemical Investment Region (PCPIR) and Sarigam Gujarat Industrial Development Corporation (GIDC), and essential layout utilities at the Jambusar Bulk Drug Park.

PM in Daman

Prime Minister will inaugurate, dedicate to the nation and lay the foundation stone of development projects worth around ₹2,970 crore in Daman. These projects span various sectors including healthcare, civil aviation, tourism, infrastructure, connectivity and public welfare and are expected to provide a major boost to the overall development of the Union Territory of Dadra and Nagar Haveli and Daman and Diu.

Prime Minister will inaugurate and dedicate projects worth around ₹1,340 crore, including the New Terminal Building of NAMO Airport and NAMO Hospital, among others in Daman. The new airport terminal will significantly enhance regional air connectivity and facilitate economic growth in the region. NAMO Hospital, the district hospital in Daman district, has been developed to cater to nearly 1,500 OPD patients per day and will strengthen access to quality healthcare services for the people.

Prime Minister will also lay the foundation stone of projects worth around ₹1,630 crore. Major projects include the Iconic Bridge, the Daman Convention Centre and the NIFT Campus at Daman, among others. These projects are expected to strengthen modern infrastructure, boost tourism, promote investment, generate employment opportunities and improve the quality of life of the people.

Prime Minister will also lay the foundation stone of important projects for the Union Territory of Lakshadweep worth around ₹885 crore. These projects include Development of Port Facilities on the Eastern and Western Sides of both Kalpeni Island and Kadmat Island. The development of these multipurpose jetties will facilitate year-round berthing of large passenger vessels, including cruise vessels of up to 300 metres in length. The projects will enable safe and efficient passenger and cargo handling and provide integrated facilities for fish handling, fuel distribution, ice supply and boat repair. These initiatives will strengthen maritime connectivity, support the livelihoods of local fishermen, promote tourism and contribute to the socio-economic development of the islands.