ପ୍ରଧାନମନ୍ତ୍ରୀ ୭୯,୧୫୦ କୋଟି ଟଙ୍କାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ୪୦ଟି ଏକଲବ୍ୟ ସ୍କୁଲ ଉଦଘାଟନ ସହ ୨୫ଟି ସ୍କୁଲର ଶିଳାନ୍ୟାସ କରିବେ
ପିଏମ-ଜନମନ ଅଧୀନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ଅକ୍ଟୋବର ୨୦୨୪ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେ ଝାଡ଼ଖଣ୍ଡର ହଜାରୀବାଗରେ ଅପରାହ୍ଣ ୨ଟା ବେଳେ ୮୩,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଶୁଭାରମ୍ଭ କରିବେ । ଦେଶରେ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୭୯,୧୫୦ କୋଟି ଟଙ୍କାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଯାନ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଜିଲ୍ଲା ଏବଂ ୨୭୪୦ ବ୍ଲକର ୬୩ ହଜାର ଗ୍ରାମରେ ଥିବା ୫ କୋଟିରୁ ଅଧିକ ଜନଜାତି ଲୋକଙ୍କୁ ଫାଇଦା ଦେବ । ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୧୭ଟି ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ସାମାଜିକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଅଦି କ୍ଷେତ୍ରରେ ଥିବା ଦୁର୍ବଳତା ଦୂର କରିବାକୁ ୨୫ଟି ଯୋଜନା କାର୍ଯ୍ୟକାରୀ କରିବେ ।

ଜନଜାତି ସମୁଦାୟର ଶିକ୍ଷାଗତ ଢାଞ୍ଚାରେ ବିକାଶ ଆଣିବାକୁ ପ୍ରଧାନମନ୍ତ୍ରୀ ୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ (ଇଏମଆର)କୁ ଉଦଘାଟନ କରିବେ ଏବଂ ୨୮୦୦ କୋଟି ଟଙ୍କାରେ ହେବାକୂୁ ଥିବା ୨୫ଟି ସ୍କୁଲର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ୧୩୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁଡ଼ିଏ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ୧୩୮୦ କିଲୋମିଟରର ରାସ୍ତା, ୧୨୦ଟି ଅଙ୍ଗନବାଡ଼ି, ୨୫୦ଟି ବହୁମୁଖୀ କେନ୍ଦ୍ର ଏବଂ ୧୦ଟି ସ୍କୁଲ ଛାତ୍ରାବାସ । ଏଥିସହ ସେ ପିଏମ୍‌-ଜନମନ ଅଧୀନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହାକି ବିକାଶର ମାଇଲଖୁଣ୍ଟ । ଏହା ମଧ୍ୟରେ ରହିଛି ୩ ହଜାର ଗ୍ରାମରେ ବିଶେଷ ଭାବେ କମ୍‌ଜୋର ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ୭୫,୮୦୦ରୁ ଅଧିକ ଘରର ବିଦ୍ୟୁତୀକରଣ, ୨୭୫ଟି ମୋବାଇଲ ମେଡିକାଲ ୟୁନିଟର ଶୁଭାରମ୍ଭ, ୫୦୦ ଅଙ୍ଗନାବାଡ଼ି କେନ୍ଦ୍ରର ଉଦଘାଟନ, ୨୫୦ଟି ବନ ଧନ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଏବ ୫୫୫୦ ପିଭିଟିଜି ଗ୍ରାମକୁ ‘ନଲସେ ଜଲ’ ଯୋଜନାରେ ଜଳଯୋଗାଣ ଯୋଜନା

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
50 percent of cars sold in South Africa are connected to India: Report

Media Coverage

50 percent of cars sold in South Africa are connected to India: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Emphasizes Power of Benevolent Thoughts for Social Welfare through a Subhashitam
December 31, 2025

The Prime Minister, Shri Narendra Modi, has underlined the importance of benevolent thinking in advancing the welfare of society.

Shri Modi highlighted that the cultivation of noble intentions and positive resolve leads to the fulfillment of all endeavors, reinforcing the timeless message that individual virtue contributes to collective progress.

Quoting from ancient wisdom, the Prime Minister in a post on X stated:

“कल्याणकारी विचारों से ही हम समाज का हित कर सकते हैं।

यथा यथा हि पुरुषः कल्याणे कुरुते मनः।

तथा तथाऽस्य सर्वार्थाः सिद्ध्यन्ते नात्र संशयः।।”