ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ 31,400 କୋଟି ଟଙ୍କାରୁ ଅଧିକ ନିବେଶର 11 ଟି ପ୍ରକଳ୍ପକୁ ଦେଶକୁ ସମର୍ପିତ ଓ ଶିଳାନ୍ୟାସ କରିବେ
ଏହି ପ୍ରକଳ୍ପ ଦ୍ବାରା ଭିତ୍ତିଭୂମି ବିକାଶ ବୃଦ୍ଧି ହେବ, କନେକ୍‌ଟିଭିଟି ବଢ଼ିବ ଏବଂ ଏହି କ୍ଷେତ୍ରରେ ଜୀବନକୁ ସହଜ କରିବାର ପ୍ରକ୍ରିୟାକୁ ଗତି ମିଳିବ
ପ୍ରଧାନମନ୍ତ୍ରୀ ଆଇଏସବି ହାଇଦ୍ରାବାଦର 20 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ସମାରୋହରେ ଭାଗ ନେବେ ଏବଂ 2022 ର ପିଜିପି ଶ୍ରେଣୀର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବେ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ମେ 2022 ରେ ହାଇଦ୍ରବାଦ ଓ ଚେନ୍ନାଇ ପରିଦର୍ଶନ କରିବେ। ଅପରାହ୍ନ ପ୍ରାୟ 2 ଘ. ରେ ପ୍ରଧାନମନ୍ତ୍ରୀ ଆଇଏସବି ହାଇଦ୍ରାବାଦର 20 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ସମାରୋହରେ ଭାଗ ନେବେ ଏବଂ 2022 ର ସ୍ନାତକୋତ୍ତର ପାଠ୍ୟକ୍ରମ (ପିଜିପି) ଶ୍ରେଣୀର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ 5.45 ଘ.ରେ ଚେନ୍ନାଇର ଜେଏଲଏନ୍ ଇଣ୍ଡୋର ଷ୍ଟାଡିୟମରେ 31,400 କୋଟି ଟଙ୍କାରୁ ଅଧିକ ନିବେଶର 11 ଟି ପ୍ରକଳ୍ପକୁ ଦେଶକୁ ସମର୍ପିତ ଓ ଶୀଳାନ୍ୟାସ କରିବେ। 

ପ୍ରଧାନମନ୍ତ୍ରୀ ଚେନ୍ନାଇରେ 

ଭିତ୍ତିଭୂମି ବିକାଶକୁ ବଢ଼ାଇବା, କନେକ୍‌ଟିଭିଟି ବଢ଼ାଇବା ଏବଂ ଏହି କ୍ଷେତ୍ରରେ ଜୀବନକୁ ସହଜ କରିବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଏକ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ 31,400 କୋଟି ଟଙ୍କାରୁ ଅଧିକ ନିବେଶର 11 ଟି ପ୍ରକଳ୍ପକୁ ଦେଶକୁ ସମର୍ପିତ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ଦ୍ବାରା ଏହି ଅଞ୍ଚଳର ସାମାଜିକ ଆର୍ଥିକ ସମୃଦ୍ଧିରେ ଉଲ୍ଲେଖନୀୟ ଉନ୍ନତିରେ ସହାୟତା ମିଳିବ। ଏହି ପ୍ରକଳ୍ପ ଗୁଡ଼ିକର ଅନେକ କ୍ଷେତ୍ରରେ ପରିବର୍ତ୍ତନକାରୀ ପ୍ରଭାବ ପଡ଼ିବ ଏବଂ ଏହାଦ୍ବାରା ରୋଜଗାର ସୁଯୋଗ ସୃଷ୍ଟି ହେବାରେ ସହାୟତା ମିଳିବ। 

ଚେନ୍ନାଇରେ ପ୍ରଧାନମନ୍ତ୍ରୀ 2900 କୋଟି ଟଙ୍କାରୁ ଅଧିକ ନିବେଶର ପାଞ୍ଚଟି ପ୍ରକଳ୍ପକୁ ଦେଶକୁ ସମର୍ପିତ କରିବେ। ସମୁଦାୟ 500 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ନିବେଶରେ ନିର୍ମିତ 75 କିଲୋମିଟର ଲମ୍ବ ମଦୁରାଇ-ତୈନି (ରେଲୱେ ଗଜ୍ ପରିବର୍ତ୍ତନ ଯୋଜନା) ଯାତ୍ରାକୁ ସୁବିଧାଜନକ କରିବ ଏବଂ ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ସମୁଦାୟ 590 କୋଟି ଟଙ୍କାରୁ ଅଧିକ ର ନିବେଶରେ ନିର୍ମିତ ତାମ୍ବରମ୍ –ଚେଙ୍ଗଲପେଟ୍ଟୁ ମଧ୍ୟରେ 30 କିଲୋମିଟର ଲମ୍ବର ତୃତୀୟ ରେଳ ଲାଇନ୍ ଏବଂ ଅଧିକ ଉପନଗରୀୟ ସେବାକୁ ଆରମ୍ଭ କରିବାର ସୁବିଧା ପ୍ରଦାନ କରିବ ଯେଉଁଥିରେ ଯାତ୍ରୀମାନଙ୍କ ପାଇଁ ବ୍ୟାପକ ବିକଳ୍ପ ଉପଲବ୍ଧ ହେବ ତଥା ସେମାନଙ୍କର ଯାତ୍ରା ଆହୁରି ଅଧିକ ଆରାମଦାୟକ ହେବ। 

କ୍ରମଶଃ ପ୍ରାୟ 850 କୋଟି ଟଙ୍କା ଏବଂ 910 କୋଟି ଟଙ୍କାର ପ୍ରକଳ୍ପ ନିବେଶରେ ନିର୍ମିତ ଇଟିବିପିଏନଏମଟି ପ୍ରାକୃତିକ ଗ୍ୟାସ ପାଇପ୍‌ ଲାଇନର 115 କିଲୋମିଟର ଲମ୍ବ ଏନ୍ନୋର-ଚେଙ୍ଗଲପେଟ୍ଟୁ ଖଣ୍ଡ ଏବଂ 271 କିଲୋମିଟର ଲମ୍ବା ତିରୁବଲ୍ଲୁର-ବାଙ୍ଗାଲୋର ସେକ୍‌ସନ ତାମିଲନାଡ଼ୁ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ଗ୍ରାହକମାନଙ୍କ ସହିତ ଉଦ୍ୟୋଗ ଗୁଡ଼ିକୁ ପ୍ରାକୃତିକ ଗ୍ୟାସର ଯୋଗାଣର ସୁବିଧା ପ୍ରଦାନ କରିବ। 

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରୀ ଅନ୍ତର୍ଗତ 116 କୋଟି ଟଙ୍କାର ନିବେଶରେ ପ୍ରସ୍ତୁତ ଲାଇଟ୍ ହାଉସ ପ୍ରୋଜେକ୍ଟ ଚେନ୍ନାଇର ଅଂଶ ଭାବରେ ନିର୍ମିତ 1152 ଘରକୁ ମଧ୍ୟ ଉଦ୍‌ଘାଟନ କରାଯିବ। 

ପ୍ରଧାନମନ୍ତ୍ରୀ 28,500 କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରସ୍ତୁତ କରାଯାଉଥିବା ଛଅଟି ପ୍ରକଳ୍ପର ଶିଳାନ୍ୟାସ କରିବେ। 

262 କିଲୋମିଟର ଲମ୍ବ ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସର ନିର୍ମାଣ 14,870 କୋଟି ଟଙ୍କାରୁ ଅଧିକ ନିବେଶରେ କରାଯିବ। ଏହି ଏକ୍ସପ୍ରେସୱେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁ ଦେଇ ଯିବ ଏବଂ ବେଙ୍ଗାଲୁରୁ ଏବଂ ଚେନ୍ନାଇ ମଧ୍ୟରେ ଯାତ୍ରାର ସମୟ 2-3 ଘଣ୍ଟା କମ କରିବାରେ ସହାୟତା କରିବ। ଚେନ୍ନାଇ ପୋର୍ଟର ମଦୁରାଭୋୟାଲ୍ (ଜାତୀୟ ରାଜମାର୍ଗ ସଂଖ୍ୟା -4) ସହିତ ଯୋଡ଼ୁଥିବା ପ୍ରାୟ 21 କିଲୋମିଟର ଲମ୍ବା ଚାରି ଲେନ୍ ର ଡବଲ ଡେକର ଏଲିଭେଟେଡ୍‌ ସଡ଼କ 5850 କୋଟି ଟଙ୍କାରୁ ଅଧିକ ନିବେଶରେ ନିର୍ମାଣ କରାଯିବ। ଏହି ସଡ଼କ ମାଲବାହି ବାହନକୁ ଚବିଶ ଘଣ୍ଟା ଚେନ୍ନାଇ ବନ୍ଦରରେ ପହଞ୍ଚାଇବାର ସୁବିଧା ପ୍ରଦାନ କରିବ। ଜାତୀୟ ରାଜମାର୍ଗ ସଂଖ୍ୟା -844 ର 94 କିଲୋମିଟର ଲମ୍ବ ନେରାଲୁରୁ ଠାରୁ ଧର୍ମପୁରୀ ଖଣ୍ଡରେ ଚାରି ଲେନ୍ ଏବଂ ଜାତୀୟ ରାଜମାର୍ଗ ସଂଖ୍ୟା 227 ର 31 କିଲୋମିଟର ଲମ୍ବ ମିନସୁରୁଟ୍ଟି ରୁ ଚିଦାମ୍ବରମସ ସେକ୍‌ସନରେ ଦୁଇ ଲେନ୍ ଯୁକ୍ତ ସଡ଼କ କ୍ରମଶଃ ପ୍ରାୟ 3870 କୋଟି ଏବଂ 720 କୋଟି ଟଙ୍କାର ନିବେଶରେ ନିର୍ମାଣ କରାଯାଉଛି ଯଦ୍ବାରା ଏହି ଅଞ୍ଚଳରେ ବିନା କୌଣସି ବାଧାରେ ସମ୍ପର୍କ ସୁବିଧା ପ୍ରଦାନ କରିବାରେ ସହାୟତା ମିଳିବ। 

ଏହି କାର୍ଯ୍ୟକ୍ରମ ସମୟରେ ପାଞ୍ଚ ରେଲୱେ ଷ୍ଟେସନ – ଚେନ୍ନାଇ ଏଗମୋର, ରାମେଶ୍ବରମ୍, ମଦୁରାଇ, କଟପଡ଼ି ଏବଂ କନ୍ୟାକୁମାରୀର ପୁନର୍ବିକାଶର ଶିଳାନ୍ୟାସ ମଧ୍ୟ କରାଯିବ। ଏହି ପ୍ରକଳ୍ପ 1800 କୋଟି ଟଙ୍କାରୁ ଅଧିକ ନିବେଶରେ ସମ୍ପୂର୍ଣ୍ଣ କରାଯିବ ଏବଂ ଏହି ଆଧୁନିକ ସୁବିଧାର ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନଙ୍କୁ ଯାତ୍ରାକୁ ଆହୁରି ଅଧିକ ସୁବିଧାଜନକ ଏବଂ ଆରାମଦାୟକ କରିବା ଦୃଷ୍ଟିରେ ଆରମ୍ଭ କରାଯାଉଛି। 

ପ୍ରଧାନମନ୍ତ୍ରୀ ଚେନ୍ନାଇ ରେ 1400 କୋଟି ଟଙ୍କାରୁ ଅଧିକ ନିବେଶରେ ଏକ ମଲ୍‌ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ ମଧ୍ୟ କରିବେ। ଏହି ପ୍ରକଳ୍ପ ସୁଗମ ଇଣ୍ଟରମଡେଲ୍ ମାଲ୍ ପରିବହନ ର ସୁବଧା ପ୍ରଦାନ କରିବ ଏବଂ ଅନେକ ପ୍ରକାର କାର୍ଯ୍ୟକ୍ଷମତାକୁ ମଧ୍ୟ ଉପଲବ୍ଧ କରାଇବ। 

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ 

ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ଆଇଏସବି) ହାଇଦ୍ରାବାଦର 20 ବର୍ଷ ପୂରଣ ଅବସରରେ ଆୟୋଜିତ ସମାରୋହରେ ଭାଗ ନେବେ ଏବଂ 2022 ର ସ୍ନାତକୋତ୍ତର ପାଠ୍ୟକ୍ରମ (ପିଜିପି) ଶ୍ରେଣୀର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବେ। ଆଇଏସବି ର ଉଦ୍‌ଘାଟନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଦ୍ବାରା 2 ଡିସେମ୍ବର 2021 ରେ କରାଯାଇଥିଲା। ଦେଶର ଶୀର୍ଷ ବି-ସ୍କୁଲ୍‌ ମଧ୍ୟରୁ ଗୋଟିଏ ଭାବରେ ପ୍ରସିଦ୍ଧ ଆଇଏସବି ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ପାଇଁ ସରକାରଙ୍କ ଅନେକ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମଧ୍ୟ ସହଯୋଗ କରିଥାଏ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi