ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନବ ର୍ନିମିତ ହସ୍ପିଟାଲ ମାଧ୍ୟମରେ ନେସନନାଲ କ୍ୟାପିଟାଲ ରିଜିଅନରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ପାଇବ
ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ରାଷ୍ଟ୍ର ଉଦ୍ଦେଶ୍ୟରେ "ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର” କୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ଏହି ହସ୍ପିଟାଲ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଏବଂ ସେବା ଯୋଗାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅଗଷ୍ଟ ୨୦୨୨ ରେ ହରିୟାଣା ଏବଂ ପଞ୍ଜାବ ଗସ୍ତରେ ଯିବେ । ସେହିଦିନ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ/ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାତ୍ରା କରିବେ ଏବଂ ଅପରାହ୍ନ ପ୍ରାୟ ୨ଟା ୧୫ ରେ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ଠାରେ "ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର” କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ହରିୟାନାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବା ଫଳରେ ନେସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହେବ, ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ।

ପଞ୍ଜାବରେ ପ୍ରଧାନମନ୍ତ୍ରୀ

ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର’ କୁ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜଡା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ ସହାୟକ ଅନୁଷ୍ଠାନ ଟାଟା ମେମୋରିଆଲ୍ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି ।

ଏହି କର୍କଟ ହସ୍ପିଟାଲ୍ ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ୍ ଏବଂ ସର୍ଜରୀ, ରେଡିଓଥେରାପି ଏବଂ ମେଡିକାଲ୍ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ରହିବ ।

ଉକ୍ତ ଡାକ୍ତରଖାନା ଏହି ଅଞ୍ଚଳରେ କର୍କଟ ରୋଗର ଚିକିତ୍ସା ଏବଂ ଚିକିତ୍ସାର ଏକ "ହବ୍‍”  ଭଳି କାର୍ଯ୍ୟ କରିବ ଏବଂ ସାଙ୍ଗରୁରର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏହାର "ସ୍ପୋକ୍‍”  ଭଳି କାର୍ଯ୍ୟ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi At SRCC:

Media Coverage

PM Modi At SRCC: "Those Who Pushed India Into 'Fragile 5' Can't Digest 7.8%"
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."