ସାନନ୍ଦରେ ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ ସୁବିଧା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଏହି ଉଦ୍‌ଘାଟନ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ
ପ୍ରଥମ ମେଡ୍‌-ଇନ୍‌-ଇଣ୍ଡିଆ ସେମିକଣ୍ଡକ୍ଟର ମେମୋରୀ ମଡ୍ୟୁଲରେ ବାଣିଜ୍ୟିକ ଉତ୍ପାଦନ ଏବଂ ପରିବହନ ଆରମ୍ଭ ହେବ
ଏହି ପ୍ଲାଣ୍ଟ ବିଶ୍ୱର ସର୍ବବୃହତ ଉଚ୍ଚ-ମହଲା କ୍ଲିନ୍‌ରୁମ୍ ମଧ୍ୟରୁ ଅନ୍ୟତମ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ସାନନ୍ଦରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ (ଏଟିଏମ୍‌ପି) ପ୍ଲାଣ୍ଟର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହି ଉଦ୍‌ଘାଟନ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣଣ୍ଟ । ସାନନ୍ଦ ଏଟିଏମ୍‌ପି ପ୍ଲାଣ୍ଟ୍‌ରୁ ନିର୍ମିତ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ମେମୋରୀ ମଡ୍ୟୁଲର ବାଣିଜ୍ୟିକ ଉତ୍ପାଦନ ଏବଂ ପରିବହନ ଆରମ୍ଭ ହୋଇଛି । ଏହି ବିକାଶ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।

ଏହି ପ୍ରକଳ୍ପର ଶିଳାନ୍ୟାସ ସେପ୍ଟେମ୍ବର ୨୦୨୩ରେ ହୋଇଥିଲା ଏବଂ ଏହା ଭାରତ ସେମିକଣ୍ଡକ୍ଟର ମିଶନ (ଆଇଏସ୍‌ଏମ୍‌) ଅଧୀନରେ ଅନୁମୋଦିତ ପ୍ରଥମ ପ୍ରସ୍ତାବ ଥିଲା । ୨୨,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ସହିତ, ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଥିଲା । ଏହା ଦେଶରେ ରଣନୈତିକ ସେମିକଣ୍ଡକ୍ଟର ନିବେଶକୁ ଗତିଶୀଳ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ସମ୍ପୂର୍ଣ୍ଣ ଭାବରେ ଉନ୍ନତୀକରଣ ହେବା ପରେ ସାନନ୍ଦ ପ୍ଲାଣ୍ଟରେ ପ୍ରାୟ ୫୦୦,୦୦୦ ବର୍ଗଫୁଟ କ୍ଲିନ୍‌ରୁମ୍ କ୍ଷେତ୍ର ଉପଲବ୍ଧ ହେବ, ଯାହା ବିଶ୍ୱର ସର୍ବବୃହତ୍ ରେଜ୍‌ଡ-ଫ୍ଲୋର୍ କ୍ଲିନ୍‌ରୁମ୍ ମଧ୍ୟରୁ ଅନ୍ୟତମ ହେବ । ଏହି ସୁବିଧା ବିଶ୍ୱବ୍ୟାପୀ ଗ୍ରାହକମାନଙ୍କୁ ସେବା ଯୋଗାଇବା ଏବଂ କୃତ୍ରିମ ବୁଦ୍ଧିମତ୍ତା ତଥା ଉଚ୍ଚ-କାର୍ଯ୍ୟକ୍ଷମ କମ୍ପ୍ୟୁଟିଂରେ ଦ୍ରୁତ ଉନ୍ନତି ଦ୍ୱାରା ପରିଚାଳିତ ମେମୋରୀ ଏବଂ ଷ୍ଟୋରେଜ୍ ସମାଧାନର ବର୍ଦ୍ଧିତ ବିଶ୍ୱ ଚାହିଦାକୁ ସମାଧାନ କରିବା ପାଇଁ ଡିଜାଇନ୍ କରାଯାଇଛି ।

ସାନନ୍ଦ ଏଟିଏମ୍‌ପି ପ୍ଲାଣ୍ଟ ମାଇକ୍ରୋନ୍‌ର ବିଶ୍ୱବ୍ୟାପୀ ଉତ୍ପାଦନ ନେଟୱାର୍କକୁ ଉନ୍ନତ ଡାଇନାମିକ୍ ରାଣ୍ଡମ ଆକ୍ସେସ୍ ମେମୋରୀ (ଡିଆର୍‌ଏଏମ୍‌) ଏବଂ ଏନ୍‌ଏଏନ୍‌ଡି ସେମିକଣ୍ଡକ୍ଟର ୱେଫର୍ସଗୁଡିକୁ ପ୍ରସ୍ତୁତ ମେମୋରୀ ଏବଂ ଷ୍ଟୋରେଜ୍ ଉତ୍ପାଦରେ ପରିଣତ କରିବ । ଏହାଦ୍ୱାରା ବିଶ୍ୱସ୍ତରୀୟ ବଜାରରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରାଯାଇପାରିବ ।

ଏହି ପ୍ଲାଣ୍ଟର ପ୍ରତିଷ୍ଠା ଏବଂ କାର୍ଯ୍ୟକ୍ଷମତା ଯୋଗୁଁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତ ଏବଂ ପ୍ରତିଯୋଗିତାମୂଳକ ଗନ୍ତବ୍ୟବସ୍ଥଳରେ ପରିଣତ ହେବ । ଏହା ଦେଶରେ ଏକ ସ୍ଥିର ତଥା ଆତ୍ମନିର୍ଭରଶୀଳ ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ ଇକୋସିଷ୍ଟମ୍ ନିର୍ମାଣ କରିବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts