ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀର ଦଶମ ସଂସ୍କରଣକୁ ଉଦଘାଟନ କରିବେ
ଶିଖର ସମ୍ମିଳନୀର ବିଷୟବସ୍ତୁ: ଗେଟୱେ ଟୁ ଦି ଫ୍ୟୁଚର (ଭବିଷ୍ୟତର ପ୍ରବେଶ ଦ୍ୱାର)
ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ୍ ସୋ'କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ
ଶୀର୍ଷ ସ୍ତରୀୟ କର୍ପୋରେସନର ସିଇଓଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ
ଗିଫ୍ଟ ସିଟିରେ ଗ୍ଲୋବାଲ୍ ଫିନ୍ ଟେକ୍ ଲିଡରସିପ୍ ଫୋରମ୍ ରେ ପ୍ରମୁଖ ବ୍ୟବସାୟୀ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୮-୧୦, ୨୦୨୪ ପର୍ଯ୍ୟନ୍ତ ଗୁଜରାଟ ଗସ୍ତ କରିବେ ।

ଜାନୁଆରୀ ୯ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ପହଞ୍ଚିବେ, ଯେଉଁଠାରେ ସେ ବିଶ୍ୱନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ଏହା ପରେ ଶୀର୍ଷ ବିଶ୍ୱ ନିଗମର ସିଇଓମାନଙ୍କ ସହ ବୈଠକ କରିବେ । ଅପରାହ୍ନ ପ୍ରାୟ ୩ ଟାରେ ସେ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋ'କୁ ଉଦଘାଟନ କରିବେ।

ଜାନୁଆରୀ ୧୦ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବେ । ଏହାପରେ ସେ ଶୀର୍ଷ ସ୍ତରୀୟ ନିଗମର ସିଇଓମାନଙ୍କ ସହ ବୈଠକ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗିଫ୍ଟ ସିଟି ଗସ୍ତ କରିବେ ଯେଉଁଠାରେ ଅପରାହ୍ନ ପ୍ରାୟ ୫ଟା ୧୫ ରେ ସେ ଗ୍ଲୋବାଲ ଫିନଟେକ୍ ଲିଡରସିପ୍ ଫୋରମରେ ପ୍ରମୁଖ ବ୍ୟବସାୟୀ ନେତାଙ୍କ ସହ ଆଲୋଚନା କରିବେ ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୦୩ମସିହାରେ ପରିକଳ୍ପିତ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ଆଜି ବ୍ୟବସାୟିକ ସହଯୋଗ, ଜ୍ଞାନ ଆଦାନପ୍ରଦାନ ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ କୌଶଳଗତ ଭାଗିଦାରୀ ପାଇଁ ଅନ୍ୟତମ ପ୍ରତିଷ୍ଠିତ ବିଶ୍ୱ ମଞ୍ଚ ଭାବରେ ବିକଶିତ ହୋଇଛି । ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀର ଦଶମ ସଂସ୍କରଣ ୧୦ ରୁ ୧୨ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେଉଛି । ଏହାର ବିଷୟବସ୍ତୁ ରହିଛି 'ଭବିଷ୍ୟତର ପ୍ରବେଶ ଦ୍ୱାର'। ଏହି ସମ୍ମିଳନୀର ଦଶମ ସଂସ୍କରଣରେ " ଭାଇବ୍ରାଣ୍ଟ ଗୁଜରାଟର ୨୦ ବର୍ଷ ପୂର୍ତ୍ତିକୁ ସଫଳତାର ଶିଖର ସମ୍ମିଳନୀ" ଭାବରେ ପାଳନ କରାଯିବ ।

ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ୩୪ ଟି ଅଂଶୀଦାର ଦେଶ ଏବଂ ୧୬ ଟି ଅଂଶୀଦାର ସଂସ୍ଥା ରହିଛି। ଏହାବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରି ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶ ର ସୁଯୋଗ ପ୍ରଦର୍ଶିତ କରିବ।

ଏହି ଶିଖର ସମ୍ମିଳନୀରେ ଶିଳ୍ପ ୪.୦, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ, ସ୍ଥାୟୀ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଲେକ୍ଟ୍ରିକ୍ ମୋବିଲିଟି ଏବଂ ଅକ୍ଷୟ ଶକ୍ତି ଏବଂ ସ୍ଥାୟୀତା ଦିଗରେ ପରିବର୍ତ୍ତନ ଭଳି ବିଶ୍ୱସ୍ତରୀୟ ପ୍ରାସଙ୍ଗିକ ବିଷୟ ଉପରେ ସେମିନାର ଏବଂ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ୍ ସୋ'ରେ କଂପାନିଗୁଡ଼ିକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଜ୍ଞାନକୌଶଳରୁ ନିର୍ମିତ ସାମଗ୍ରୀ ପ୍ରଦର୍ଶନ କରିବେ। ଇ-ମୋବିଲିଟି, ଷ୍ଟାର୍ଟଅପ୍, ଏମଏସଏମଇ, ବ୍ଲୁ ଇକୋନୋମି, ଗ୍ରୀନ ଏନର୍ଜି ଏବଂ ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର ଏହି ଟ୍ରେଡ୍ ସୋ'ର ଫୋକସ୍ ସେକ୍ଟର ଭାବରେ ରହିଛି। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s startup game-changer? ₹10,000 crore FoF 2.0 set to attract investors

Media Coverage

India’s startup game-changer? ₹10,000 crore FoF 2.0 set to attract investors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 26, 2026
April 26, 2026

One Radio Address, Many Milestones: PM Modi Links Clean Energy, Culture & Citizen Power in Mann Ki Baat

Citizens Celeberate Clean Skies, Maritime Might & Defence Milestones: How PM Modi is Scripting India’s Infrastructure Success Story