ବିହାର ମଧୁବଣୀରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବିହାରରେ ୧୩,୪୮୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ
ପ୍ରଧାନମନ୍ତ୍ରୀ ବିହାରରେ ଅମୃତ ଭାରତ ଏକ୍ସପ୍ରେସ ଏବଂ ନାମୋ ଭାରତ ରାପିଡ୍ ରେଳର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅପ୍ରେଲରେ ବିହାର ଗସ୍ତ କରିବେ । ସେ ମଧୁବଣୀ ଯାତ୍ରା କରିବେ ଏବଂ ପ୍ରାୟ ୧୧:୪୫ ସମୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ସେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ବିହାରର ମଧୁବଣୀରେ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡିକୁ ସ୍ୱୀକୃତି ଏବଂ ପ୍ରୋତ୍ସାହନ ଦେଇ ଜାତୀୟ ପଞ୍ଚାୟତ ପୁରସ୍କାର ମଧ୍ୟ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ବିହାରର ଗୋପାଳଗଞ୍ଜ ଜିଲ୍ଲାର ହାଥୁଆଠାରେ ପ୍ରାୟ ୩୪୦ କୋଟି ଟଙ୍କାର ରେଳ ଅନଲୋଡିଂ ସୁବିଧା ବିଶିଷ୍ଟ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଏହା ଯୋଗାଣ ଶୃଙ୍ଖଳାକୁ ସୁଗମ କରିବ ଏବଂ ମାତ୍ରାଧିକ ଏଲ୍‌ପିଜି ପରିବହନର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ ।

ଏହି କ୍ଷେତ୍ରରେ ବିଦ୍ୟୁତ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ବିହାରରେ ବିଦ୍ୟୁତ କ୍ଷେତ୍ରରେ ବିତରଣ କ୍ଷେତ୍ର ଯୋଜନାର ନବୀକରଣ ଅଧୀନରେ ୧,୧୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫,୦୩୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ ।

ଦେଶବ୍ୟାପୀ ରେଳ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସହରସା ଏବଂ ମୁମ୍ବାଇ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ, ଜୟନଗର ଏବଂ ପାଟନା ମଧ୍ୟରେ ନମୋ ଭାରତ ରାପିଡ ରେଳ, ପିପ୍‌ରା ଏବଂ ସହରସା ଏବଂ ସହରସା ଏବଂ ସମସ୍ତିପୁର ମଧ୍ୟରେ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରିବେ । ସେ ଛାପ୍‌ରା ଏବଂ ବଗାହାଠାରେ ସୁପୌଲ ପିପ୍‌ରା ରେଳ ଲାଇନ୍‌, ହସନ୍‌ପୁର ବିଥାନ ରେଳ ଲାଇନ୍ ଏବଂ ଦୁଇଟି ୨-ଲେନ୍ ରେଳ ଓଭର୍ ବ୍ରିଜ ମଧ୍ୟରେ ଉଦ୍‌ଘାଟନ କରିବେ । ସେ ଖଗାରିଆ-ଅଲୌଲି ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସଂଯୋଗୀକରଣକୁ ଉନ୍ନତ କରିବା ସହ ଉକ୍ତ ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ତ୍ୱରାନ୍ୱିତ କରିବ ।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌) ଅଧୀନରେ ପ୍ରଧାନମନ୍ତ୍ରୀ ବିହାରର ୨ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ପ୍ରଦାୟ ନିବେଶ ପାଣ୍ଠି ଅଧୀନରେ ପ୍ରାୟ ୯୩୦ କୋଟି ଟଙ୍କାର ଲାଭ ବଣ୍ଟନ କରିବେ ।

ପ୍ରଧାନମନ୍ତ୍ରୀ ପିଏମ୍‌ଏୱାଇ-ଗ୍ରାମୀଣର ୧୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରିବେ ଏବଂ ଦେଶବ୍ୟାପୀ ୧୦ ଲକ୍ଷ ପିଏମ୍‌ଏୱାଇ-ଜି ହିତାଧିକାରୀଙ୍କୁ କିସ୍ତି ପ୍ରଦାନ କରିବେ । ସେ ବିହାରରେ ୧ ଲକ୍ଷ ପିଏମ୍‌ଏୱାଇ-ଜି ଏବଂ ୫୪,୦୦୦ ପିଏମ୍‌ଏୱାଇ-ୟୁ ଘରର ଗୃହ ପ୍ରବେଶ ଅବସରରେ କିଛି ହିତାଧିକାରୀଙ୍କୁ ଚାବି ପ୍ରଦାନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi