ବିହାରର ମୋତିହାରିରେ ୭,୨୦୦ କୋଟିରୁ ଅଧିକ ଟଙ୍କାର ଅନେକ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ଉଦଘାଟନ, ଲୋକାର୍ପିତ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଦରଭଙ୍ଗାରେ ନୂତନ ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ଏବଂ ପାଟନା ଏସଟିପିଆଇରେ ଷ୍ଟେଟ ଅଫ ଦ ଆର୍ଟ ଇନକ୍ୟୁବେସନ ସୁବିଧାର ଉଦଘାଟନ କରିବେ
ବିହାରରେ ଯୋଗାଯୋଗ କ୍ଷେତ୍ରରେ ବଡ଼ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଚାରିଟି ନୂତନ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଦୁର୍ଗାପୁରରେ ୫ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ
ପ୍ରକଳ୍ପ ଗୁଡ଼ିକରେ ତେଲ, ଗ୍ୟାସ, ଶକ୍ତି, ସଡ଼କ ଏବଂ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିହାରର ମୋତିହାରିରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେ ୭,୨୦୦ କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏକ ସାଧାରଣ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଏହାପରେ ସେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଦୁର୍ଗାପୁରରେ ଅପରାହ୍ଣ ପ୍ରାୟ ୩ଟା ବେଳେ ୫,୦୦୦ କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏହି ଅବସରରେ ଏକ ସାଧାରଣ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ବିହାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଗ୍ରାମୀଣ ବିକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକୀ କ୍ଷେତ୍ର ସହ ଜଡ଼ିତ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ ।

ଯୋଗାଯୋଗ ଏବଂ ମୌଳିକ ଢାଞ୍ଚାର ବିକାଶ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ମଧ୍ୟରେ ଅଛି ସମସ୍ତିପୁର-ବଛୱାଡା ରେଳଲାଇନରେ ସ୍ୱୟଂଚାଳିତ ସିଗନାଲିଂ ସିଷ୍ଟମ । ଏହା ଦ୍ୱାରା ଏହି ଜୋନରେ ରେଳ ଚଳାଚଳ ସୁଗମ ହୋଇପାରିବ । ଦରଭଙ୍ଗା-ଥଲୱାଡା ଏବଂ ସମସ୍ତିପୁର-ରାମଭଦ୍ରପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପ ୫୮୦ କୋଟିରୁ ଅଧିକ ଟଙ୍କାର ଦରଭଙ୍ଗା-ସମସ୍ତିପୁର ଦୋହରୀକରଣ ପ୍ରକଳ୍ପର ଏକ ଅଂଶ । ଏହାଦ୍ୱାରା ରେଳ ପରିଚାଳନା କ୍ଷମତା ବୃଦ୍ଧି ପାଇବ ଏବଂ ରେଳ ଚଳାଚଳ ବିଳମ୍ବ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପାଟଳୀପୁତ୍ରରେ ବନ୍ଦେ ଭାରତ ଟ୍ରେନର ରହଣୀ ପାଇଁ ମୌଳିକ ଢାଞ୍ଚାର ବିକାଶ ରହିଛି । ଭଟନୀ-ଛପ୍ରା ଗ୍ରାମୀଣ ରେଳ ଲାଇନ (୧୧୪ କି.ମି.)ରେ ସ୍ୱୟଂଚାଳିତ ସିଗନାଲିଂ ଦ୍ୱାରା ରେଳ ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ । ଭଟନୀ-ଛପ୍ରା ଗ୍ରାମୀଣ ସେକ୍ସନରେ ଟ୍ରାକ୍ସନ ସିଷ୍ଟମରେ ଉନ୍ନତି ଦ୍ୱାରା ଉର୍ଜା ଖର୍ଚ୍ଚ କମ୍ ହେବ ଏବଂ ଟ୍ରେନ ଚଳାଚଳର ଗତି ମଧ୍ୟ ବୃଦ୍ଧି ପାଇପାରିବ । ପ୍ରାୟ ୪.୦୮୦ କୋଟି ଟଙ୍କାରେ ଦରଭଙ୍ଗା-ନରକଟିଆଗଞ୍ଜ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଦ୍ୱାରା ରେଳ ଲାଇନର କ୍ଷମତା ବୃଦ୍ଧି ପାଇବ ଏବଂ ଅଧିକ ଯାତ୍ରୀ ମାଲଭଡ଼ା ପରିଚାଳନା ସମ୍ଭବ ହୋଇପାରିବ । ଏହାଦ୍ୱାରା ଉତ୍ତର ଭାରତ ଏବଂ ଦେଶର ଅବଶିଷ୍ଟ ଅଞ୍ଚଳ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ।

ଅଞ୍ଚଳରେ ସଡ଼କ ବ୍ୟବସ୍ଥାର ମୌଳିକ ଢାଞ୍ଚାରେ ବିକାଶ ପାଇଁ ପ୍ରଧାନମନ୍ତ୍ର ଅନେକ ଗୁଡ଼ିଏ ପଦକ୍ଷେପ ନେବେ । ଜାତୀୟ ରାଜପଥ-୩୧୯ରେ ୪ ଲେନ ବିଶିଷ୍ଟ ଆରା ବାଇପାସର ଶିଳାନ୍ୟାସ କରିବେ । ଏହା ଆରା-ମୋହନିଆ ଏନଏଚ-୩୧୯ ଏବଂ ପାଟନା-ବକ୍ସର ଏନଏଚ-୯୨୨କୁ ଯୋଡ଼ିବ। ଏହାଦ୍ୱାରା ଅବାଦ ଯାତ୍ରା ସୁନଶ୍ଚିତ ହେବ ଏବଂ ଯାତ୍ରା ସମୟ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ୮୨୦ କୋଟିରୁ ଅଧିକ ଟଙ୍କାରେ ଏନଏଚ-୩୧୯ରେ ନିର୍ମିତ ପରାରିୟା-ମୋହନିୟା ୪ ଲେନ୍ ବିଶିଷ୍ଟ ସଡ଼କର ଉଦଘାଟନ କରିବେ । ଏହା ଏନଏଚ-୩୧୯ର ଏକ ଅଂଶ ଯାହାକି ଆରା ସହରକୁ ଏନଏଚ-୦୨ (ସ୍ୱର୍ଣ୍ଣିମ ଚତୁର୍ଭୁଜ) ସହ ଯୋଡ଼ିବ । ଏହାଦ୍ୱାରା ମାଲ ପରିବହନ ଏବଂ ଯାତ୍ରୀ ଯାତାୟାତ ରେ ସୁଧାର ହେବ । ଏଥିସହ ଏନଏଚ-୩୩୩ରେ ସରୱନରୁ ଚକାଇ ପର୍ଯ୍ୟନ୍ତ ପକ୍କା ସଡ଼କ ସହିତ ୨ ଲେନର ନିର୍ମାଣ ମଧ୍ୟ କରାଯିବ । ଏହାଦ୍ୱାରା ମାଲ ପରିବହନ ଏବଂ ଯାତ୍ରୀଙ୍କ ଯାତାୟାତ ସୁବିଧା ହେବ । ଏହା ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରିବ।

ପ୍ରଧାନମନ୍ତ୍ରୀ ଦରଭଙ୍ଗାରେ ନୂଆ ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ଏବଂ ପାଟନା ଏସଟିପିଆଇରେ ଅତ୍ୟାଧୁନିକ ଇନକ୍ୟୁବେସନ ସୁବିଧାର ଉଦଘାଟନ କରିବେ । ଏହାର ଉଦ୍ଦେଶ୍ୟ ଆଇଟି / ଆଇଟିଇଏସ୍ / ଇଏସଡିଏମ୍ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପକୁ ବଢ଼ାଇବାରେ ସହାୟତା ହେବ । ଏହି ସୁବିଧା ଆଇଟି ସଫ୍ଟୱେର ଏବଂ ସେବା ରପ୍ତାନିକୁ ବୃଦ୍ଧି କରିପାରିବ । ଏହା ନବୋଦିତ ଉଦ୍ୟମୀମାନଙ୍କ ପାଇଁ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ପୋଷଣ କରିବ ଏବଂ ନବାଚାର, ବୌଦ୍ଧିକ ସମ୍ପଦ ଅଧିକାର (ଆଇପିଆର) ଏବଂ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ମତ୍ସ୍ୟ ପାଳନ ଏବଂ ଜଳୀୟ କୃଷି କ୍ଷେତ୍ରକୁ ମଜବୁତ୍ କରିବା ଉଦ୍ଦେଶ୍ୟରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅନ୍ତର୍ଗତ ମଂଜୁର ମତ୍ସ୍ୟ ବିକାଶ ପ୍ରକଳ୍ପର ଏକ ଶୃଙ୍ଖଳାକୁ ଉଦଘାଟନ କରିବେ। ଏହା ବିହାରର ବିଭିନ୍ନ ଜିଲ୍ଲାରେ ପୂତନ ମତ୍ସ୍ୟ ପାଳନ କେନ୍ଦ୍ର (ହ୍ୟାଚେରୀ), ବାୟୋଫ୍ଲକ ସଂସ୍ଥା, ଆଳଙ୍କାରିକ ମତ୍ସ୍ୟ ଚାଷ, ଏକୀକୃତ ଜଳୀୟ କୃଷି ସଂସ୍ଥା ଏବଂ ମାଛ ଖାଦ୍ୟ ମିଲ୍ ସହିତ ଆଧୁନିକ ମତ୍ସ୍ୟ ପାଳନ ଯୋଜନାର ଶୁଭାରମ୍ଭ କରିବେ । ଜଳୀୟ କୃଷି ପ୍ରକଳ୍ପ ରୋଜଗାରର ସୁବିଧା ପ୍ରଦାନ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ଉଦ୍ୟମିତାକୁ ବୃଦ୍ଧି କରିବା ଏବଂ ବିହାରର ଗ୍ରାମୀଣ କ୍ଷେତ୍ରରେ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ ।

ଭବିଷ୍ୟତର ରେଳ ନେଟୱର୍କ ଦୃଷ୍ଟିକୋଣ ଅନୁସାରେ, ପ୍ରଧାନମନ୍ତ୍ରୀ ରାଜେନ୍ଦ୍ର ନଗର ଟର୍ମିନଲ (ପାଟନା) ରୁ ନୂଆଦିଲ୍ଲୀ, ବାପୁଧାମ ମୋତିହାରିରୁ ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନଲ) ଦରଭଙ୍ଗାରୁ ଲକ୍ଷ୍ନୌ (ଗୋମତୀ ନଗର) ଏବଂ ମାଲଦା ଟାଉନ ରୁ ଲକ୍ଷ୍ନୌ (ଗୋମତୀ ନଗର) ମଧ୍ୟରେ ଭାଗଲପୁର ଭାୟାରେ ୪ଟି ନୂଆ ଅମୃତ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହାଦ୍ୱାରା ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ।

ପ୍ରଧାନମନ୍ତ୍ରୀ ଦୀନଦୟାଲ ଅନ୍ତୋଦୟ ଯୋଜନା - ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଅନ୍ତର୍ଗତ ବିହାରରେ ପ୍ରାୟ ୬୧ ହଜାର ୫୦୦ ସ୍ୱୟଂ ସହାୟତା ଗୋଷ୍ଠୀଙ୍କୁ ୪୦୦ କୋଟି ଟଙ୍କା ପ୍ରଦାନ କରିବେ । ମହିଳା ନେତୃତ୍ୱରେ ବିକାଶକୁ ଗୁରୁତ୍ୱ ଦେଇ ୧୦ କୋଟିରୁ ଅଧିକ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହ ଯୋଡ଼ାଯାଇଛି ।

ପ୍ରଧାନମନ୍ତ୍ରୀ ୧୨ ହଜାର ହିତାଧିକାରୀଙ୍କ ଗୃହ ପ୍ରବେଶ ପାଇଁ କେତେକ ହିତାଧିକାରୀଙ୍କୁ ଚାବି ମଧ୍ୟ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୪୦ ହଜାର ହିତାଧିକାରୀଙ୍କୁ ୧୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ତେଲ ଏବଂ ଗ୍ୟାସ, ବିଦ୍ୟୁତ, ସଡକ ଏବଂ ରେଳ କ୍ଷେତ୍ରକୁ ସହାୟତା କରୁଥିବା ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଦେଶକୁ ସମର୍ପିତ କରିବେ ।

ଏହି କ୍ଷେତ୍ରରେ ତୈଳ ଏବଂ ଗ୍ୟାସ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ପାଇଁ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବାଙ୍କୁଡା ଏବଂ ପୁରୁଲିଆ ଜିଲ୍ଲାରେ ପ୍ରାୟ ୧୯୫୦ କୋଟି ଟଙ୍କା ମୂଲ୍ୟର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ସିଟି ଗ୍ୟାସ ବିତରଣ (ସିଜିଡି) ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଘର, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଶିଳ୍ପ ଗ୍ରାହକମାନଙ୍କୁ ପିଏନ୍‌ଜି ସଂଯୋଗ ପ୍ରଦାନ କରିବ, ଖୁଚୁରା ଦୋକାନଗୁଡିକରେ ସିଏନ୍‌ଜି ଯୋଗାଇବା ସହ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ଦୁର୍ଗାପୁରରୁ କୋଲକାତା ସେକ୍ସନ (୧୩୨ କିଲୋମିଟର) ଦୁର୍ଗାପୁର-ହଳଦିଆ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ । ଏହା ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ ଅନ୍ତର୍ଗତ ମହତ୍ୱାକଂକ୍ଷୀ ଯୋଜନାରେ ଆରମ୍ଭ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା (ପିଏମ୍‌ୟୁଜି) ପ୍ରକଳ୍ପ ଭାବରେ ମଧ୍ୟ ପରିଚିତ ।

୧୧୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁର୍ଗାପୁରରୁ କୋଲକାତା ସେକ୍ସନ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ, ହୁଗୁଳି ଏବଂ ନାଦିଆ ଜିଲ୍ଲା ଦେଇ ଗତି କରୁଛି । ଏହି ପାଇପଲାଇନର କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଥିଲା । ଏହା ଫଳରେ ବର୍ତ୍ତମାନ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପରିବାରକୁ ପ୍ରାକୃତିକ ଗ୍ୟାସ ଯୋଗାଣ ସୁବିଧାଜନକ ହେବ ।

ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦୁର୍ଗାପୁର ଷ୍ଟିଲ ଥର୍ମାଲ ପାୱାର ଷ୍ଟେସନ ଏବଂ ଦାମୋଦର ଭ୍ୟାଲି କର୍ପୋରେସନର ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନର ପ୍ରତିରେଧୀ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଣାଳୀ-ଫ୍ଲୁ ଗ୍ୟାସ ଡିସଲଫରାଇଜେସନ୍ (ଏଫଜିଡି)କୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ, ଯାହାର ମୂଲ୍ୟ ୧୪୫୭ କୋଟି ଟଙ୍କାରୁ ଅଧିକ । ଏହା ଦ୍ୱାରା ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ସମର୍ଥନ ମିଳିବା ସହ ଉକ୍ତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପୁରୁଲିଆଠାରେ ୩୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁରୁଲିଆ-କୋଟଶିଲା ରେଳ ଲାଇନ (୩୬ କିଲୋମିଟର)ର ଦୋହରୀକରଣକୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ । ଏହା ଜାମସେଦପୁର, ବୋକାରୋ ଏବଂ ଧନବାଦରୁ ରାଞ୍ଚି ଏବଂ କୋଲକାତା ସହିତ ଶିଳ୍ପଗୁଡିକ ମଧ୍ୟରେ ରେଳ ସଂଯୋଗୀକରଣ ଏବଂ ମାଲବାହୀ ଟ୍ରେନଗୁଡିକର ଦକ୍ଷ ପରିବହନକୁ ଉନ୍ନତ କରିବ । ଏହା ଯାତ୍ରାର ସମୟ ହ୍ରାସ କରିବା ସହ ଶିଳ୍ପ ଏବଂ ବ୍ୟବସାୟ ପାଇଁ ଲଜିଷ୍ଟିକ୍ସ ଉନ୍ନତ କରିବ ।

ପ୍ରଧାନମନ୍ତ୍ରୀ ପଶ୍ଚିମ ବର୍ଦ୍ଧମାନର ତୋପସି ଏବଂ ପାଣ୍ଡବେଶ୍ୱରରେ ୩୮୦ କୋଟିରୁ ଅଧିକ ମୂଲ୍ୟର ସେତୁ ଭାରତମ୍ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଦୁଇଟି ରୋଡ୍ ଓଭର୍ ବ୍ରିଜ (ଆର୍‌ଓବି) ଉଦ୍‌ଘାଟନ କରିବେ । ଏହା ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ରେଳ ଲେଭଲ୍ କ୍ରସିଂରେ ଦୁର୍ଘଟଣା ରୋକିବାରେ ମଧ୍ୟ ସାହାଯ୍ୟ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.