୩,୭୦୦ କୋଟିରୁ ଅଧିକ ଟଙ୍କାରେ ଅରୁଣାଚଳ ପ୍ରଦେଶରେ ଦୁଇ ନୂଆ ଜଳବିଦ୍ୟୁତ ପ୍ରକଳ୍ପ: ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯୋଗାଯୋଗ, ସ୍ୱାସ୍ଥ୍ୟ ଓ ବିକାଶ ପ୍ରକଳ୍ପର ଶୁଭାରମ୍ଭ
ତ୍ରିପୁରାରେ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିସର ବିକାଶର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ସେପ୍ଟେମ୍ବରରେ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ । ସେ ଇଟାନଗରରେ ୫,୧୦୦ କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ଏହା ପରେ, ସେ ତ୍ରିପୁରା ଗସ୍ତ କରି ପୂଜା କରିବେ ଏବଂ ମାତାବାରିରେ 'ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିସର'ର ବିକାଶ କାର୍ଯ୍ୟର ଉଦଘାଟନ କରିବେ।

ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ

ଏହି ଅଞ୍ଚଳର ବିପୁଳ ଜଳବିଦ୍ୟୁତ୍ କ୍ଷମତାର ଉପଯୋଗ କରିବା ପାଇଁ ଏବଂ ନିରନ୍ତର ଶକ୍ତି ଉତ୍ପାଦନକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଇଟାନଗରରେ ୩,୭୦୦ କୋଟିରୁ ଅଧିକ ଟଙ୍କା ନିବେଶରେ ହେବାକୁ ଥିବା ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ (୨୪୦ ମେଗାୱାଟ) ଏବଂ ଟାଟୋ-୧ ଜଳବିଦ୍ୟୁତ୍ ପ୍ରକଳ୍ପ (୧୮୬ ମେଗାୱାଟ) ଅରୁଣାଚଳ ପ୍ରଦେଶର ସିୟୋମ ଉପ-ବେସିନରେ ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ ତୱାଙ୍ଗରେ ଏକ ଅତ୍ୟାଧୁନିକ କନଭେନସନ ସେଣ୍ଟରର ମଧ୍ୟ ଶିଳାନ୍ୟାସ କରିବେ । ସୀମାବର୍ତ୍ତୀ ଜିଲ୍ଲା ତୱାଙ୍ଗରେ ୯,୮୨୦ ଫୁଟରୁ ଅଧିକ ଉଚ୍ଚରେ ଥିବା ଏହି କେନ୍ଦ୍ର ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ସମ୍ମିଳନୀ, ସାଂସ୍କୃତିକ ଉତ୍ସବ ଏବଂ ପ୍ରଦର୍ଶନୀର ଆୟୋଜନ ପାଇଁ ଐତିହାସିକ ସ୍ଥଳ ଭାବେ କାମ କରିବ । ୧୫ ଶହରୁ ଅଧିକ ପ୍ରତିନିଧିଙ୍କୁ ଆତିଥ୍ୟ ଦେବାର କ୍ଷମତା ସହିତ ଏହି କେନ୍ଦ୍ର ବିଶ୍ୱସ୍ତରୀୟ ମାନାଙ୍କ ପୂରଣ କରିବ ଏବଂ ପର୍ଯ୍ୟଟନ ଓ ସାଂସ୍କୃତିକ ସମ୍ଭାବନାରେ ସହଯୋଗ କରିବ ।

ପ୍ରଧାନମନ୍ତ୍ରୀ ୧୨୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ଯାହା ସଂଯୋଗୀକରଣ, ସ୍ୱାସ୍ଥ୍ୟ, ଅଗ୍ନି ନିରାପତ୍ତା ଏବଂ କର୍ମଜୀବୀ ମହିଳାଙ୍କ ପାଇଁ ଛାତ୍ରାବାସ ସମେତ ବିଭିନ୍ନ କ୍ଷେତ୍ରକୁ ଲାଭଦାୟକ ହେବ। ଏହି ପଦକ୍ଷେପଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ, ଜୀବନଧାରଣ ମାନରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।

ବାଣିଜ୍ୟରେ ସୁଗମତା ସୁନିଶ୍ଚିତ କରିବା ଏବଂ ଏକ ଜୀବନ୍ତ ଉଦ୍ୟମଶୀଳତା ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାର ନିଜସ୍ୱ କଳ୍ପନା ସ୍ୱରୂପ, ପ୍ରଧାନମନ୍ତ୍ରୀ ସ୍ଥାନୀୟ କରାଦାତା,ବ୍ୟବସାୟୀ ଏବଂ ଉଦ୍ୟୋଗ ପ୍ରତିନିଧିମାନଙ୍କ ସହିତ ନିକଟରେ ହୋଇଥିବା ଜିଏସଟି ଦର ସଂଶୋଧନ ସମ୍ପର୍କରେ ଆଲୋଚନା ମଧ୍ୟ କରିବେ ।

ତ୍ରିପୁରାରେ ପ୍ରଧାନମନ୍ତ୍ରୀ

ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସଂରକ୍ଷିତ କରିବା ନିମନ୍ତେ ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନ ଅଭିଯାନ (ପ୍ରସାଦ) ଯୋଜନାରେ ମାତାବାଡ଼ିରେ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିସରରେ ବିକାଶ କାର୍ଯ୍ୟର ଉଦଘାଟନ କରିବେ । ଏହା ତ୍ରିପୁରାର ଗୋମତୀ ଜିଲ୍ଲାରେ ଉଦୟପୁର ସହରରେ ଥିବା ପ୍ରାଚୀନ ୫୧ଟି ଶକ୍ତିପୀଠରୁ ଅନ୍ୟତମ ।

ଏହି ପ୍ରକଳ୍ପ ଉପରୁ କଚ୍ଛପ ଆକାରର ଦୃଶ୍ୟମାନ ହୋଇଥାଏ । ଏଥିରେ ମନ୍ଦିର ପରିସରରେ ସୁଧାର, ନୂତନ ରାସ୍ତା, ପୁନଃନିର୍ମିତ ପ୍ରବେଶ ଦ୍ୱାର ଏବଂ ପ୍ରାଚୀର, ଜଳ ନିଷ୍କାସନ ବ୍ୟବସ୍ଥା, ଷ୍ଟଲ, ଧ୍ୟାନ କକ୍ଷ, ଅତିଥି ନିବାସ, କାର୍ଯ୍ୟାଳୟ କୋଠରୀ ସହିତ ଏକ ନୂତନ ତିନି ମହଲା ବିଶିଷ୍ଠ କୋଠା ସାମିଲ ରହିଛି । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ, ରୋଜଗାର ଓ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହ ଅଞ୍ଚଳରେ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi