ପ୍ରଧାନମନ୍ତ୍ରୀ ୮ ଜାନୁଆରିରେ ଆନ୍ଧ୍ରପ୍ରଦେଶରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ, ଉଦଘାଟନ, ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ - ଏହା ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ଅଧୀନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ହେବ
ପ୍ରଧାନମନ୍ତ୍ରୀ ୯ ଜାନୁଆରିରେ ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଘାଟନ କରିବେ
୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଶୀର୍ଷକ: ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ
ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ରୁ ୯ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସଂପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆସନ୍ତା ୮ ଜାନୁଆରି ଅପରାହ୍ଣ ୫ଟା ୩୦ ମିନିଟ ସମୟରେ ବିଶାଖାପାଟଣାଠାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ମଧ୍ୟ ୯ ଜାନୁଆରି ପୂର୍ବାହ୍ଣ ୧୦ଟା ସମୟରେ ଭୁବନେଶ୍ବରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହର ଉଦଘାଟନ କରିବେ ।

ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ
ଏକ ସ୍ଥାୟୀ ଭବିଷ୍ୟତ ଓ ସବୁଜ ଶକ୍ତି ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଆଉ ଏକ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯାହାକି ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିସନ ଅଧିନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ।
ଏହି ପ୍ରକଳ୍ପରେ ୧,୮୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହା ମଧ୍ୟରେ ରହିଛି ୨୦ ଗିଗାଓ୍ବାଟ୍ ଅକ୍ଷୟ ଶକ୍ତି କ୍ଷମତା ଲାଗି ପୁଞ୍ଜିନିବେଶ, ଯାହାକି ହେବ ଭାରତର ବୃହତ୍ତମ ସମନ୍ବିତ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କାରଖାନା। ଏଥିରେ ଅନ୍ତର୍ଭୁକ୍ତ ରହିଛି ଦୈନିକ ୧୫୦୦ ଟନ ଗ୍ରୀନ ହାଇଡ୍ରୋଜେନ୍ କାରଖାନା ଓ ମୁଖ୍ୟତଃ ରପ୍ତାନି ବଜାର ପାଇଁ  ଉଦ୍ଦିଷ୍ଟ ଗ୍ରୀନ ମିଥାନଲ, ଗ୍ରୀନ ୟୁରିଆ ଓ ସ୍ଥାୟୀ ବିମାନ ଇନ୍ଧନ ଉତ୍ପାଦନ କରୁଥିବା ଦୈନିକ ୭୫୦୦ ଟନ ହାଇଡ୍ରୋଜେନ ଡେରିଭେଟିଭ୍ କାରଖାନା । ଏହି ପ୍ରକଳ୍ପ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବା ଦିଗରେ ଯଥେଷ୍ଟ ଯୋଗଦାନ କରିବ ।
ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶରେ ୧୯,୫୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଓ ଉଦଘାଟନ କରିବେ ଯାହା ମଧ୍ୟରେ ରହିଛି ବିଶାଖାପାଟଣାଠାରେ ଦକ୍ଷିଣ-ତଟ ରେଳପଥ ମୁଖ୍ୟାଳୟର ଶିଳାନ୍ୟାସ। ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ କରିବ। 
ସ୍ବାସ୍ଥ୍ୟସେବାକୁ ସୁଗମ୍ୟ ଓ ସୁଲଭ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପସ୍ବରୂପ ପ୍ରଧାନମନ୍ତ୍ରୀ ଅନାକାପଲ୍ଲି ଜିଲ୍ଲାରେ ନାକାପଲ୍ଲିଠାରେ ଏକ ବଲକ୍ ଡ୍ରଗ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। 
 ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର (ଭିସିଆଇସି) ଏବଂ ବିଶାଖାପାଟଣା-କାକିନାଡା ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜିୟନର ନିକଟତର ହେତୁ ଏହି ବଲକ୍ ଡ୍ରଗ୍ ପାର୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଚେନ୍ନାଇ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡର ଅଧିନସ୍ଥ କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏକ ଗ୍ରୀନଫିଲଡ ଔଦ୍ୟୋଗିକ ସ୍ମାର୍ଟ ସିଟି ଭାବରେ ପରିକଳ୍ପନା କରାଯାଇଥିବା କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି) ଜାତୀୟ ଶିଳ୍ପ କରିଡର ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ଏକ ଫ୍ଲାଗସିପ୍ ପ୍ରକଳ୍ପ ହେବ । ଏହି ପ୍ରକଳ୍ପପ୍ରାୟ ୧୦,୫୦୦ କୋଟି ଟଙ୍କାର ଉଲ୍ଲେଖନୀୟ ଉତ୍ପାଦନ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଯାହାକି ଜୀବିକା ସୃଷ୍ଟି ସହ ଆଞ୍ଚଳିକ ବିକାଶକୁ ତ୍ବରାନ୍ବିତ କରିବ । 
 
ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଘାଟନ କରିବେ । ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ ଓ ସଂପର୍କ ସ୍ଥାପନ ଓ ସେମାନଙ୍କ ଲାଗି ନିଜ ନିଜ ମଧ୍ୟରେ ମତବିନିମୟର  ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ । 
୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଏଥର ଏହି ସମାରୋହର ବିଷୟବସ୍ତୁ ହେଉଛି "ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ"। ପିବିଡି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମଧ୍ୟ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରବାସୀ ଭାରତୀୟମାନଙ୍କ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନଟି ଦିଲ୍ଲୀର  ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରି ତିନି ସପ୍ତାହ ଧରି ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ।ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରା ଆୟୋଜନ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
No more long queues or repeated visits to govt offices? UMANG has 2,575 services & DigiLocker has 72 crore users

Media Coverage

No more long queues or repeated visits to govt offices? UMANG has 2,575 services & DigiLocker has 72 crore users
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.