ଭାରତର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ କୋଚିରେ ୪୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ କୋଚିନ୍ ଶିପୟାର୍ଡ ଲିମିଟେଡ୍ (ସିଏସ୍ଏଲ୍)ରେ 'ନ୍ୟୁ ଡ୍ରାଇ ଡକ୍' ଏବଂ 'ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା (ଆଇଏସ୍ଆରଏଫ୍)'କୁ ଉଦଘାଟନ କରିବେ
ବିଦେଶ ଉପରେ ଆମ ଦେଶର ନିର୍ଭରଶୀଳତା ଦୂର କରି 'ନ୍ୟୁ ଡ୍ରାଇ ଡକ୍' ଦ୍ବାରା ସିଏସ୍ଏଲରେ ବଡ଼ ବଡ଼ ବାଣିଜ୍ୟିକ ଜାହାଜ ଡକିଂ ହୋଇପାରିବ
ପ୍ରଧାନମନ୍ତ୍ରୀ କୋଚିର ପୁଥୁଭିପିନଠାରେ ଆଇଓସିଏଲର ଏଲପିଜି ଆମଦାନୀ ଟର୍ମିନାଲକୁ ଉଦଘାଟନ କରିବେ
ଆନ୍ଧ୍ରପ୍ରଦେଶର ବୀରଭଦ୍ର ମନ୍ଦିର; କେରଳର ଗୁରୁବାୟୁର ମନ୍ଦିର ଓ ଥ୍ରିପ୍ରୟାର ଶ୍ରୀରାମସ୍ୱାମୀ ମନ୍ଦିର ରେ ପୂଜା ଓ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୬-୧୭, ୨୦୨୪ ରେ ଆନ୍ଧ୍ରପ୍ରଦେଶ ଏବଂ କେରଳ ଗସ୍ତ କରିବେ

ଜାନୁଆରୀ ୧୬ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଲେପାକ୍ଷୀସ୍ଥିତ ବୀରଭଦ୍ର ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସମୁଦ୍ରମରେ ପହଞ୍ଚିବେ ଏବଂ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ ତମ ଏବଂ ୭୫ତମ ବ୍ୟାଚ୍ ର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ ସିଭିଲ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବେ ।

ଜାନୁଆରୀ ୧୭ ତାରିଖ ସକାଳ ପ୍ରାୟ ସାଢେ ୭ ଟାରେ ପ୍ରଧାନମନ୍ତ୍ରୀ କେରଳର ଗୁରୁବାୟୁର ମନ୍ଦିରରେ ପୂଜା ଓ ଦର୍ଶନ କରିବେ । ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଥ୍ରିପ୍ରୟାର ଶ୍ରୀରାମସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ।


ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ

କୋଚି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କୋଚିନ ଶିପୟାର୍ଡ ଲିମିଟେଡ୍ (ସିଏସ୍ଏଲ୍)ରେ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଯଥା ନ୍ୟୁ ଡ୍ରାଇ ଡକ୍ (ଏନଡିଡି), ସିଏସଏଲର ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା (ଆଇଏସଆରଏଫ); ଏବଂ କୋଚିର ପୁଥୁଭିପିନଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଏଲପିଜି ଆମଦାନୀ ଟର୍ମିନାଲର ଉଦଘାଟନ କରିବେ। । ଭାରତର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏଥିରେ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ଏହି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ରହିଛି।

କୋଚିସ୍ଥିତ ସିଏସ୍ଏଲ୍ ପରିସରରେ ପ୍ରାୟ ୧,୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ଡ୍ରାଇ ଡକ୍ ହେଉଛି ନ୍ୟୁ ଇଣ୍ଡିଆର ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରତିଫଳିତ କରୁଥିବା ଏକ ପ୍ରମୁଖ ପ୍ରକଳ୍ପ। ୭୫/୬୦ ମିଟର ପ୍ରସ୍ଥ, ୧୩ ମିଟର ଗଭୀରତା ଏବଂ ୯.୫ ମିଟର ପର୍ଯ୍ୟନ୍ତ ଡ୍ରଟ୍ ବିଶିଷ୍ଟ ଏହି ୩୧୦ ମିଟର ଲମ୍ବା ଶୁଖିଲା ଡକ୍ ଏହି ଅଞ୍ଚଳର ଅନ୍ୟତମ ବୃହତ୍ତମ ସାମୁଦ୍ରିକ ଭିତ୍ତିଭୂମି। ନ୍ୟୁ ଡ୍ରାଇ ଡକ୍ ପ୍ରକଳ୍ପରେ ଭାରୀ ଗ୍ରାଉଣ୍ଡ ଲୋଡିଂ ବ୍ୟବସ୍ଥା ରହିଛି ଯାହା ଭବିଷ୍ୟତର ବିମାନବାହୀ ଜାହାଜ ଯଥା ୭୦,୦୦୦ଟି ବିସ୍ଥାପନ ଏବଂ ବୃହତ ବାଣିଜ୍ୟିକ ଜାହାଜ ଭଳି ରଣନୈତିକ ସମ୍ପତ୍ତି ପରିଚାଳନା ପାଇଁ ଭାରତକୁ ଉନ୍ନତ ସାମର୍ଥ୍ୟ ପ୍ରଦାନ କରିବ, ଯାହା ଜରୁରୀକାଳୀନ ଜାତୀୟ ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ଭାରତର ନିର୍ଭରଶୀଳତାକୁ ଦୂର କରିବ ।

ପାଖାପାଖି ୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା (ଆଇଏସଆରଏଫ୍) ପ୍ରକଳ୍ପ ଏକ ଅନନ୍ୟ ସୁବିଧା। ଏଥିରେ ୬୦ଟି କ୍ଷମତା ବିଶିଷ୍ଟ ଜାହାଜ ଲିଫ୍ଟ ସିଷ୍ଟମ, ଟ୍ରାନ୍ସଫର ସିଷ୍ଟମ, ୬ଟି ୱାର୍କଷ୍ଟେସନ ଏବଂ ପାଖାପାଖି ୧୪୦୦ ମିଟର ବର୍ଥ ରହିଛି, ଯେଉଁଥିରେ ଏକାସାଙ୍ଗରେ ୧୩୦ ମିଟର ଲମ୍ବର ୭ ଟି ଜାହାଜ ରହିପାରିବ । ଆଇଏସଆରଏଫ ସିଏସଏଲର ବର୍ତ୍ତମାନର ଜାହାଜ ମରାମତି କ୍ଷମତାର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ କରିବ ଏବଂ କୋଚିକୁ ଏକ ବିଶ୍ୱସ୍ତରୀୟ ଜାହାଜ ମରାମତି କେନ୍ଦ୍ର ଭାବରେ ପରିଣତ କରିବା ଦିଗରେ ଏକ ପଦକ୍ଷେପ ହେବ ।

ପାଖାପାଖି ୧୨୩୬ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଚିର ପୁଥୁଭିପିନଠାରେ ଥିବା ଇଣ୍ଡିଆନ ଅଏଲର ଏଲପିଜି ଆମଦାନୀ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ରହିଛି। ୧୫୪୦୦ ମେଟ୍ରିକ୍ ଟନ୍ ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ଏହି ଟର୍ମିନାଲ୍ ଅଞ୍ଚଳର ଲକ୍ଷ ଲକ୍ଷ ପରିବାର ଓ ବ୍ୟବସାୟପାଇଁ ଏଲପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବ। ସମସ୍ତଙ୍କ ପାଇଁ ସୁଲଭ ଏବଂ ଉପଯୁକ୍ତ ଶକ୍ତି ସୁନିଶ୍ଚିତ କରିବା ଦିଗରେ ଭାରତର ପ୍ରୟାସକୁ ଏହି ପ୍ରକଳ୍ପ ଅଧିକ ସୁଦୃଢ଼ କରିବ ।

ଏହି ୩ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଦେଶର ଜାହାଜ ନିର୍ମାଣ ଓ ମରାମତି କ୍ଷମତା ସହିତ ଆନୁଷଙ୍ଗିକ ଶିଳ୍ପ ସମେତ ଶକ୍ତି ଭିତ୍ତିଭୂମିର ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ। ଏହି ପ୍ରକଳ୍ପଗୁଡ଼ିକ ଏକଜିମ୍ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଆତ୍ମନିର୍ଭରଶୀଳତା ସୃଷ୍ଟି କରିବ ଏବଂ ଅନେକ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ ।


 

ନ୍ୟାସନାଲ ଏକାଡେମୀ ଅଫ୍ କଷ୍ଟମ୍ସ, ପରୋକ୍ଷ ଟିକସ ଓ ନାର୍କୋଟିକ୍ସ (ଏନଏସିଆଇଏନ)

ବେସାମରିକ ସେବା ଦକ୍ଷତା ବୃଦ୍ଧି ମାଧ୍ୟମରେ ଶାସନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ ଅତ୍ୟାଧୁନିକ କ୍ୟାମ୍ପସର ପରିକଳ୍ପନା ଓ ନିର୍ମାଣ କରାଯାଇଥିଲା । ପରୋକ୍ଷ ଟିକସ (ସୀମା ଶୁଳ୍କ, କେନ୍ଦ୍ରୀୟ ଉତ୍ପାଦ ଓ ଦ୍ରବ୍ୟ ଓ ସେବା ଟିକସ) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଏହି ଏକାଡେମୀ ଭାରତ ସରକାରଙ୍କ ସର୍ବୋଚ୍ଚ ଅନୁଷ୍ଠାନ । ଜାତୀୟସ୍ତରର ଏହି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠାନ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଓ ପରୋକ୍ଷ ଟିକସ) ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଆନୁଷଙ୍ଗିକ ସେବା, ରାଜ୍ୟ ସରକାର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକୁ ପ୍ରଶିକ୍ଷଣ ପ୍ରଦାନ କରିବ।

ଏହି ନୂତନ କ୍ୟାମ୍ପସ କୁ ଯୋଡିବା ସହିତ ଏନଏସିଆଇଏନ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପାଇଁ ଅଗମେଣ୍ଟେଡ୍ ଏବଂ ଭର୍ଚୁଆଲ ରିଆଲିଟି, ବ୍ଲକ-ଚେନ୍ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଉଦୀୟମାନ ଟେକ୍ନୋଲୋଜିର ବ୍ୟବହାର ଉପରେ ଧ୍ୟାନ ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India achieves near-universal banking coverage, says Ministry of Finance

Media Coverage

India achieves near-universal banking coverage, says Ministry of Finance
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026