ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟରେ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକ ପ୍ରତିଫଳିତ ହେବ
ଜି୨୦ ଅଧ୍ୟକ୍ଷତା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ପର୍କିତ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଦେବା ପାଇଁ ଭାରତକୁ ଏକ ସୁଯୋଗ ମିଳିବ
ଭାରତ ଏହାର ଜି୨୦ ଅଧ୍ୟକ୍ଷତା ଅବଧିରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ

ପ୍ରଧାନମନ୍ତ୍ରୀ ୮ ନଭେମ୍ବର ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତା ସଂକ୍ରାନ୍ତ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ, ଭାରତର ବିଦେଶ ନୀତି ବୈଶ୍ୱିକ ମଞ୍ଚରେ ନେତୃତ୍ୱ ଭୂମିକା ନିର୍ବାହ ନିମନ୍ତେ ବିକଶିତ ହେଉଛି । ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଭାରତ ୧ ଡିସେମ୍ବର ୨୦୨୨ରୁ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ଜି୨୦ ଅଧ୍ୟକ୍ଷତା ଭାରତକୁ ଅନ୍ତର୍ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ଆମର ଜି୨୦ ଅଧ୍ୟକ୍ଷତାର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକୁ ପ୍ରତିଫଳିତ କରିବ ।

ଜି୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ, ଯାହା ବିଶ୍ୱ ଜିଡିପିର ପାଖାପାଖି ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱର ପାଖାପାଖି ଦୁଇ ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି । ଜି୨୦ ଅଧ୍ୟକ୍ଷତା ଅବଧିରେ ଭାରତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ । ଆଗାମୀ ବର୍ଷ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀ, ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ସର୍ବୋଚ୍ଚ ସ୍ତରର ଅନ୍ତର୍ଜାତୀୟ ବୈଠକ ଗୁଡ଼ିକ ମଧ୍ୟରୁ ଅନ୍ୟତମ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi