ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 5 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଡିଫଏକ୍ସପୋ 2020ର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ ।

ଏହି ଦ୍ୱିବାର୍ଷିକ ମେଗା ପ୍ରଦର୍ଶନୀର ଏହା ହେଉଛି 11ତମ ସଂସ୍କରଣ । ଏଥିରେ ଏକ ହଜାରରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ କଂପାନୀ ନିଜର ପ୍ରତିରକ୍ଷା ଉତ୍ପାଦ ପ୍ରଦର୍ଶନ କରିବେ । ଏହା ହେବ ଭାରତରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ ।

ଚଳିତ ବର୍ଷ ପ୍ରଦର୍ଶନୀର ବିଷୟବସ୍ତୁ ରହିଛି ‘ଭାରତ: ଉଦୀୟମାନ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର’ । ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ ପ୍ରଯୁକ୍ତି ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବା ଏବଂ ସରକାରୀ, ଘରୋଇ ଉତ୍ପାଦନକାରୀ ଏବଂ ଷ୍ଟାର୍ଟଅପ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ । ଏଥିରେ ଦେଶର ବାୟୁସୀମା, ପ୍ରତିରକ୍ଷା ଏବଂ ସୁରକ୍ଷାର ପ୍ରତ୍ୟେକ ଦିଗ ଉପରେ ଦୃଷ୍ଟି ଦିଆଯିବ ।

ପ୍ରଦର୍ଶନୀର ଉପ ବିଷୟବସ୍ତୁ ରହିଛି ‘ପ୍ରତିରକ୍ଷା କ୍ଷେତ୍ରରେ ଡିଜିଟାଲ ନବୀକରଣ’, ଯେଉଁଥିରେ ଭବିଷ୍ୟତ ଯୁଦ୍ଧ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନୂତନ ଜ୍ଞାନ କୌଶଳ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରାଯିବ ।

ଉଦଘାଟନୀ ସମାରୋହ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଉତ୍ତର ପ୍ରଦେଶ ପାଭିଲିୟନ ପରିଦର୍ଶନ କରିବେ ।

କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସଏମଇ)/ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଇନୋଭସେନ ଇକୋସିଷ୍ଟମ ସମେତ ସରକାରୀ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଦୃଢ଼ ଭାଗିଦାରୀ ଭବିଷ୍ୟତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ବିଷୟବସ୍ତୁକୁ ନେଇ ‘ଭାରତୀୟ ପାଭିଲିୟନ’ରେ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯିବ ।

ଉତ୍ତର ପ୍ରଦେଶ ପାଭିଲିୟନରେ ରାଜ୍ୟର ପ୍ରତିରକ୍ଷା ସାମର୍ଥ୍ୟ ଏବଂ ରାଜ୍ୟରେ ଚିହ୍ନଟ ପ୍ରତିରକ୍ଷା କରିଡରରେ ନିବେଶକାରୀଙ୍କ ପାଇଁ ରହିଥିବା ଅପାର ସମ୍ଭାବନାକୁ ପ୍ରଦର୍ଶିତ କରାଯିବ । ଉତ୍ତର ପ୍ରଦେଶ ସରକାର ମଧ୍ୟ ଏହି ଉତ୍ତରାଂଚଳ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଦର୍ଶିତ କରିବେ । ଆଗନ୍ତୁକମାନଙ୍କ ପାଇଁ ବିଶେଷ ଆକର୍ଷଣ ହେବ ଟେଂଟ ସହର, ଯାହା ସ୍ୱତନ୍ତ୍ର ଭାବେ ପ୍ରଦର୍ଶନୀ ସ୍ଥଳ ନିକଟରେ ନିର୍ମାଣ କରାଯାଇଛି ।

ଦୁଇଟି ପାଭିଲିୟନ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ସ୍ଥଳ, ବାୟୁ ଏବଂ ନୌସେନାର ପ୍ରତିରକ୍ଷା ବ୍ୟବସ୍ଥା ପ୍ରଦର୍ଶନକୁ ସିଧାସଳଖ ନିରୀକ୍ଷଣ କରିବେ ।

ଏହି ପ୍ରତିରକ୍ଷା ପ୍ରଦର୍ଶନୀରେ 70ରୁ ଅଧିକ ଦେଶ ଅଂଶଗ୍ରହଣ କରିବାର ଆଶା କରାଯାଉଛି ଏବଂ ଏହା ବିଶାଳ ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀଗୁଡ଼ିକ ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହେବ ।

ଏହି ପ୍ରଦର୍ଶନୀରେ ବହୁସଂଖ୍ୟାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ, ଯାହାର ପରିଣାମ ସ୍ୱରୂପ ନୂଆ ବ୍ୟବସାୟିକ ସହଭାଗିତା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy