ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୨ ରାତ୍ରୀ ପ୍ରାୟ ୯.୧୫ ସମୟରେ ନୂଆଦିଲ୍ଲୀର ଲାଲ କିଲ୍ଲାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ପ୍ରକାଶ ପୁରବ ଉତ୍ସବରେ ଅଂଶଗ୍ରହଣ କରିବେ । ସେ ଏହି ସମାବେଶକୁ ସମ୍ବୋଧିତ କରିବେ ଏବଂ ଏହି ଅବସରରେ ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।

ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଦୁଇ ଦିନ (୨୦ ଏବଂ ୨୧ ଏପ୍ରିଲ) ବ୍ୟାପି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଗି ଏବଂ ପିଲାମାନେ ‘ଶବଦ୍ କୀର୍ତ୍ତନ\'ରେ ଅଂଶଗ୍ରହଣ କରିବେ । ଗୁରୁ ତେଗ ବାହାଦୂର ଜୀ ଙ୍କ ଜୀବନକୁ ଚିତ୍ରଣ କରୁଥିବା ଏକ ଭବ୍ୟ ଆଲୋକ ଏବଂ ଶବ୍ଦ କାର୍ଯ୍ୟକ୍ରମ ମଧ୍ୟ ହେବ । ଏହା ବ୍ୟତୀତ ଶିଖ୍ ମାନଙ୍କର ପାରମ୍ପାରିକ ସାମରିକ କଳା ‘ଗାଟ୍‍କା’ ମଧ୍ୟ ଆୟୋଜିତ ହେବ ।

ଏହି କାର୍ଯ୍ୟକ୍ରମରେ ନବମ ଶିଖ ଗୁରୁ ଗୁରୁ ତେଗ ବାହାଦୂର ଜୀ ଙ୍କ ଶିକ୍ଷାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଯିଏ ବିଶ୍ୱ ଇତିହାସରେ ଧର୍ମ ତଥା ମାନବିକ ମୂଲ୍ୟବୋଧ, ଆଦର୍ଶ ଏବଂ ନୀତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । କାଶ୍ମୀରୀ ପଣ୍ଡିତଙ୍କ ଧାର୍ମିକ ସ୍ୱାଧୀନତାକୁ ସମର୍ଥନ କରିଥିବାରୁ ମୋଗଲ ଶାସକ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତାଙ୍କ ମୃତ୍ୟୁ ବାର୍ଷିକୀକୁ ପ୍ରତିବର୍ଷ ୨୪ ନଭେମ୍ବରରେ ଶହୀଦ ଦିବସ ଭାବରେ ପାଳନ କରାଯାଏ । ତାଙ୍କର ପବିତ୍ର ବଳିଦାନ ସହିତ ଦିଲ୍ଲୀର ଗୁରୁଦ୍ୱାର ସିସ ଗଞ୍ଜ ସାହେବ ଏବଂ ଗୁରୁଦ୍ୱାର ରାକବ ଗଞ୍ଜ ଜଡିତ । ତାଙ୍କର ଉତ୍ତରାଧିକାରୀ ଦେଶ ପାଇଁ ଏକ ମିଳିତ ଶକ୍ତି ଭାବରେ କାର୍ଯ୍ୟ କରନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership