ଦ୍ୱୀପପୁଞ୍ଜର ନାମକରଣ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ
ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସହିତ ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସ୍ୱୀକୃତି ମିଳିବ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ୨୩ ଜାନୁଆରୀ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମକରଣ ହୋଇନଥିବା ୨୧ ଟି ବୃହତ ଦ୍ୱୀପପୁଞ୍ଜର ନାମକରଣ ସମାରୋହରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଐତିହାସିକ ମହତ୍ୱକୁ ମନେ ରଖି ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ରସ୍‌ ଦ୍ୱୀପପୁଞ୍ଜକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ନାମିତ କରାଯାଇଥିଲା । ନୀଲ୍‌ ଦ୍ୱୀପ ଏବଂ ହାଭଲକ୍‌ ଦ୍ୱୀପକୁ ମଧ୍ୟ ସହୀଦ ଦ୍ୱୀପ୍ ଏବଂ ସ୍ୱରାଜ ଦ୍ୱୀପ୍ ନାମରେ ନାମିତ କରାଯାଇଥିଲା ।

ଦେଶର ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଆବେଗ ସହିତ ଆଗକୁ ବଢିବା ପରେ ବର୍ତ୍ତମାନ ଦ୍ୱୀପ ପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତ୍ତମ ଦ୍ୱୀପକୁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବ ବୃହତ ନାମବିହୀନ ଦ୍ୱୀପ ପ୍ରଥମ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ, ଦ୍ୱିତୀୟ ବୃହତ୍ତମ ନାମବିହୀନ ଦ୍ୱୀପ ଦ୍ୱିତୀୟ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ । ଏହି ପଦକ୍ଷେପ ଆମ ବୀରମାନଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ, ସେମାନଙ୍କ ମଧ୍ୟରୁ ଅନେକ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଚରମ ବଳିଦାନ ଦେଇଥିଲେ ।

ଏହି ଦ୍ୱୀପପୁଞ୍ଜଗୁଡିକ ଯେଉଁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ   ସେମାନେ ହେଲେ ମେଜର ସୋମନାଥ ଶର୍ମା; ସୁବେଦାର ଏବଂ ହୋନି କ୍ୟାପଟେନ୍ (ତକ୍ରାଳୀନ ଲାନ୍ସ ନାୟକ) କରମ୍ ସିଂହ, ଏମ୍‌ଏମ୍; ୨ୟ ଲେଫ୍ଟନାଣ୍ଟ ରାମ ରାଘୋବା ରାଣେ; ନାୟକ ଯଦୁନାଥ ସିଂହ; କମ୍ପାନୀ ହାବିଲଦାର ମେଜର ପିରୁ ସିଂହ; କ୍ୟାପଟେନ୍‌ ଜିଏସ୍ ସାଲାରିଆ; ଲେଫ୍ଟନାଣ୍ଟଣ୍ଟ କର୍ଣ୍ଣେଲ (ତତ୍କାଳୀନ ମେଜର) ଧନ ସିଂହ ଥାପା; ସୁବେଦାର ଯୋଗୀନ୍ଦର ସିଂହ; ମେଜର ସୈତାନ ସିଂହ; ସିକ୍ୟୁଏମଏଚ୍‌ ଅବଦୁଲ ହମିଦ; ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍ଦେଶୀର ବୁର୍ଜୋରଜୀ ତାରାପୋରେ; ଲାନ୍ସ ନାଏକ ଆଲବର୍ଟ ଏକକା; ମେଜର ହୋଶିଆର ସିଂହ; ୨ୟ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ; ଫ୍ଲାଇଙ୍ଗ ଅଫିସର ର୍ନିମଲଜିତ ସିଂହ ସେଖୋଁ; ମେଜର ରାମସ୍ୱାମୀ ପରମେଶ୍ୱରନ୍; ନାଏବ ସୁବେଦାର ବାନା ସିଂହ; କ୍ୟାପଟେନ ବିକ୍ରମ ବାତ୍ରା; ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ; ସୁବେଦାର ମେଜର (ତତ୍କାଳୀନ ରାଇଫଲମ୍ୟାନ୍) ସଞ୍ଜୟ କୁମାର; ଏବଂ ସୁବେଦାର ମେଜର ଅବସରପ୍ରାପ୍ତ (ହୋନି କ୍ୟାପଟେନ) ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Seychelles Honours PM Modi With 'Guardian Of The Blue Horizon' Title

Media Coverage

Seychelles Honours PM Modi With 'Guardian Of The Blue Horizon' Title
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥