ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଡିସେମ୍ବର, ୨୦୨୨ ଦିନ ଅପରରାହ୍ନ ୫.୩୦ରେ ଅହମ୍ମଦାବାଦରେ ପ୍ରମୁଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜ ଜଣେ ମାର୍ଗଦର୍ଶକ ତଥା ଗୁରୁ ଥିଲେ ଯିଏ ଭାରତ ତଥା ବିଶ୍ୱର ଅଗଣିତ ଜୀବନକୁ ଛୁଇଁଥିଲେ । ଜଣେ ମହାନ ଆଧ୍ୟାତ୍ମିକ ଗୁରୁ ଭାବରେ ତାଙ୍କୁ ବହୁଳ ସମ୍ମାନିତ ଏବଂ ପ୍ରଶଂସା କରାଯାଇଥିଲା । ତାଙ୍କ ଜୀବନ ଆଧ୍ୟାତ୍ମିକତା ଏବଂ ମାନବିକତାର ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ବିଏପିଏସ୍‍ ସ୍ୱାମୀ ନାରାୟଣ ସଂସ୍ଥାର ଗୁରୁ ଭାବରେ ସେ ଅଗଣିତ ସାଂସ୍କୃତିକ, ସାମାଜିକ ତଥା ଆଧ୍ୟାତ୍ମିକ ପଦକ୍ଷେପକୁ ପ୍ରେରଣା ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ସୁବିଧା ପ୍ରଦାନ ସହିତ ସେମାନଙ୍କର ଯତ୍ନ ନେଇଥିଲେ । 

ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀରେ, ସାରା ବିଶ୍ୱରୁ ଲୋକମାନେ ତାଙ୍କ ଜୀବନ ଏବଂ କାର୍ଯ୍ୟକୁ ପାଳନ କରୁଛନ୍ତି । ବର୍ଷବ୍ୟାପି ବିଶ୍ୱ ସାରା ଚାଲିଥିବା ଉତ୍ସବ ସମାପ୍ତ ହେବ "ପ୍ରମୁଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବ” ଯାହାକି ବିଏପିଏସ୍‍ ସ୍ୱାମୀ ନାରାୟଣ ସଂସ୍ଥାର ମୁଖ୍ୟାଳୟ ସାହିବାଗ ସ୍ଥିତ ବିଏପିଏସ୍‍ ସ୍ୱାମୀନାରାୟଣ ମନ୍ଦିର ଦ୍ୱାରା ଆୟୋଜିତ ହେଉଛି । ଏହା ଏକ ମାସ ବ୍ୟାପୀ ଉତ୍ସବ ହେବ ଯାହା ୧୫ ଡିସେମ୍ବର ୨୦୨୨ ରୁ ୧୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବ, ଏଥିରେ ଦୈନିକ କାର୍ଯ୍ୟକ୍ରମ, ବିଷୟବସ୍ତୁ ସମ୍ବଳିତ ପ୍ରଦର୍ଶନୀ ଏବଂ ଚିନ୍ତାଧାରା ସୃଷ୍ଟି କରୁଥିବା ପାଭିଲିଅନ୍ ପ୍ରଦର୍ଶିତ ହେବ ।

ବିଏପିଏସ୍‍ ସ୍ୱାମୀ ନାରାୟଣ ସଂସ୍ଥା ୧୯୦୭ ମସିହାରେ ଶାସ୍ତ୍ରୀଜୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ବୈଦିକ ଶିକ୍ଷା ଉପରେ ଆଧାର କରି ଏବଂ ବ୍ୟବହାରିକ ଆଧ୍ୟାତ୍ମିକତାର ସ୍ତମ୍ଭ ଉପରେ ପ୍ରତିଷ୍ଠିତ, ବିଏପିଏସ୍‍ ଆଜିର ଆଧ୍ୟାତ୍ମିକ, ନୈତିକ ଏବଂ ସାମାଜିକ ଆହ୍ୱାନର ସମାଧାନ ପାଇଁ ବହୁ ଦୂର ପର୍ଯ୍ୟନ୍ତ ପହଞ୍ଚିପାରିଛି । ବିଏପିଏସ୍‍ ବିଶ୍ୱାସ, ଏକତା, ଏବଂ ନିସ୍ୱାର୍ଥପର ସେବାର ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ଲକ୍ଷ୍ୟ ରଖିଛି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ, ଶାରୀରିକ ଏବଂ ଭାବଗତ ଆବଶ୍ୟକତା ଯୋଗାଇଥାଏ । ଏହା ବିଶ୍ୱବ୍ୟାପୀ ପ୍ରୟାସ ମାଧ୍ୟମରେ ମାନବିକ କାର୍ଯ୍ୟକଳାପ କରିଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi