ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ । ଏସବୁ ଘର କରୋନା ମହାମାରୀ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିର୍ମିତ ହୋଇଛି ।

ପୃଷ୍ଠଭୂମି

2022 ସୁଦ୍ଧା ସବୁ ନିରାଶ୍ରୟଙ୍କୁ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ 2016 ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସମଗ୍ର ଦେଶରେ ଏପର୍ଯ୍ୟନ୍ତ 1.14 କୋଟି ଗୃହ ନିର୍ମିତ ହୋଇଛି । ମଧ୍ୟପ୍ରଦେଶରେ 17 ଲକ୍ଷ ଗରିବ ଲୋକଙ୍କୁ ଏଯାବତ୍‌ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇ ଉପକୃତ କରାଯାଇଛି । ହିତାଧିକାରୀମାନେ ସମସ୍ତେ ଗରିବ ଶ୍ରେଣୀର । ସେମାନଙ୍କର ଆଦୌ ଘର ନ ଥିଲା ବା ଭଙ୍ଗାରୁଜା କାମଚଳା ଘରେ ସେମାନେ ଆଶ୍ରୟ ନେଉଥିଲେ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଶତପ୍ରତିଶତ ଅନୁଦାନ ବା 1.20 ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ କେନ୍ଦ୍ର ସରକାର 60 ଶତାଂଶ ଏବଂ ରାଜ୍ୟ ସରକାର 40 ଶତାଂଶ ଅର୍ଥ ବହନ କରୁଛନ୍ତି । ଏହି ଘର ତିଆରି ପାଇଁ 4ଟି କିସ୍ତିରେ ଅର୍ଥ ଯୋଗାଇ ଦିଆଯାଉଛି । ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ତଦାରଖ କରିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଯାଉଛି । ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ଜିଓଟ୍ୟାଗ ଫଟୋଗ୍ରାଫ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ 2022 ସୁଦ୍ଧା ସମଗ୍ର ଦେଶରେ 2.95 କୋଟି ଘର ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଘର ନିର୍ମାଣ ସହାୟତା ସହିତ ହିତାଧିକାରୀମାନଙ୍କୁ ଅଣକୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ 90ରୁ 95 ଦିନର ମଜୁରି ଏମ୍‌ଜି ନରେଗା ଯୋଜନାରେ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ସଂପୃକ୍ତ ହିତାଧିକାରୀ ଏହାଫଳରେ 3 ମାସର  ରୋଜଗାରର ସୁବିଧା ପାଉଛନ୍ତି । ସେହିଭଳି ଯେଉଁମାନେ ନିଜର ଶୌଚାଳୟ ତିଆରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତ୍ୟେକ 12 ହଜାର ଟଙ୍କା ଲେଖାଏଁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଯୋଗାଇ ଦିଆଯାଉଛି । ହିତାଧିକାରୀଙ୍କୁ ଏହି ସୁବିଧା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌, ବିଜୁଳି ସଂଯୋଗ, ଜଳଜୀବନ ମିଶନରେ ନିରାପଦ ପାନୀୟ ଜଳ ଆଦି ପ୍ରଦାନ କରାଯାଉଛି ।

ମଧ୍ୟପ୍ରଦେଶ ସରକାର ନିଜର ସମୃଦ୍ଧ ପର୍ଯ୍ୟବାସ ଅଭିଯାନ ଯୋଜନାରେ ବିଭିନ୍ନ 17ଟି ଯୋଜନାକୁ ମିଶାଇ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏଥିରେ ସାମାଜିକ ନିରାପତ୍ତା, ପେନସନ ଯୋଜନା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା, ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ଆଦିକୁ ମିଶାଇ ହିତାଧିକାରୀଙ୍କୁ ଅତିରିକ୍ତ ସୁବିଧା ଯୋଗାଇ ଦିଆଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived