ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ୍ - ସୁରଜ) ପୋର୍ଟାଲର ଶୁଭାରମ୍ଭ କରିବେ ଏବଂ ପଛୁଆ ବର୍ଗର ୧ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନମସ୍ତେ ଯୋଜନା ଅଧୀନରେ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିବେ
ଏହି କାର୍ଯ୍ୟକ୍ରମରେ ଦେଶର ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରୁ ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୩ ତାରିଖ ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଛୁଆ ବର୍ଗଙ୍କ ପାଇଁ ଋଣ ସହାୟତା ପାଇଁ ଦେଶବ୍ୟାପୀ ପହଂଚ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ୍ - ସୁରଜ) ଜାତୀୟ ପୋର୍ଟାଲର ଶୁଭାରମ୍ଭ କରିବେ ଏବଂ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କ ସମେତ ଅବହେଳିତ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ ।

ପଛୁଆ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ୍ - ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା (ବଞ୍ଚିତ କୋ ବରିୟତା) ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ଏକ ପରିବର୍ତ୍ତନମୂଳକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି କରିବା । ବ୍ୟାଙ୍କ, ଏନ୍‌ବିଏଫ୍‌ସି -ଏମ୍‌ଏଫ୍‌ଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଆକ୍ସନ ଫର ମେକାନାଇଜ୍‌ଡ ସାନିଟେସନ୍  ଇକୋସିଷ୍ଟମ (ନମସ୍ତେ) ଯୋଜନା ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଏବଂ ସେପ୍ଟି ଟ୍ୟାଙ୍କ କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିବେ । ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେବା କରୁଥିବା ଆଗଧାଡ଼ିର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ଦିଗରେ ଏହା ହେଉଛି ଆଉ ଏକ ପଦକ୍ଷେପ ।

ଏହି କାର୍ଯ୍ୟକ୍ରମରେ ଦେଶର ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରୁ ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KISAN crosses ₹4.27 lakh crore disbursal, over 9.35 crore farmers benefit

Media Coverage

PM-KISAN crosses ₹4.27 lakh crore disbursal, over 9.35 crore farmers benefit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2026
March 25, 2026

PM Modi’s Blueprint for a Stronger India: Empowerment, Infrastructure & Economic Resilience in Action