ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନେବେ ପ୍ରମୁଖ ପଦକ୍ଷେପ
ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମଇ ଦକ୍ଷତା ବୃଦ୍ଧି ପାଇଁ ଆରମ୍ଭ କରିବେ ଏମ୍‌ଏସ୍‌ଏମ୍‌ଇର ଉତ୍‌ଥାନ ଓ ଅଗ୍ରଗତି ଯୋଜନା (ଆରଏଏମ୍‌ପି) ସାମର୍ଥ୍ୟ ବୃଦ୍ଧି ଓ ପ୍ରଥମ ଥର ରପ୍ତାନୀକାରୀ (ସିବିଏଫଟିଇ) ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ ନୂତନ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି)
ପ୍ରଧାନମନ୍ତ୍ରୀ ପିଏମ୍‌ଇଜିପି ହିତାଧିକାରୀଙ୍କୁ ଡିଜିଟାଲ ଜରିଆରେ କରିବେ ସୁବିଧା ହସ୍ତାନ୍ତର
ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ ଆଇଡିଆ ହକାଥନ, ୨୦୨୨ର ଫଳାଫଳ ଘୋଷଣା କରିବା ସହ ଜାତୀୟ ଏମ୍‌ଏସଏମଇ ପୁରସ୍କାର, ୨୦୨୨ ମଧ୍ୟ ପ୍ରଦାନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ, ୩୦, ୨୦୨୨ ପୂର୍ବାହ୍ନ ପ୍ରାୟ ସାଢେ ଦଶଟାବେଳେ, ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ସାମର୍ଥ୍ୟ ବୃଦ୍ଧି (ଆରଏସଏମ୍‌ପି) ଯୋଜନା, ପ୍ରଥମ ଥର ନିମନ୍ତେ ଏମ୍‌ଏସ୍‌ଏମ୍‌ଇ ରପ୍ତାନୀକରୀଙ୍କ ସାମର୍ଥ୍ୟ ଗଠନ (ସିବିଏଫଟିଇ) ଯୋଜନା ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ନୂତନ ମୌଳିକ ନୀତିର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୨-୨୩ ପାଇଁ ପିଏମ୍‌ଇଜିପି ହିତାଧିକାରୀ ସହାୟତା ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବେ ଓ ୨୦୨୨ ଏମ୍‌ଏସ୍‌ଏମଇ ଆଇଡିଆ ହକାଥନର ଫଳାଫଳ ମଧ୍ୟ ଘୋଷଣା କରିବେ । ସେ ମଧ୍ୟ ୨୦୨୨ ଜାତୀୟ ଏମଏସଏମଇ ପୁରସ୍କାର ବିତରଣ କରିବା ସହ ଆତ୍ମନିର୍ଭର ଭାରତ ପାଣ୍ଠି ଅଧୀନରେ ୭୫ ଏମ୍‌ଏସ୍‌ଏମ୍‌ଇଙ୍କୁ ଡିଜିଟାଲ ଇକ୍ୟୁଟି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବେ ।

ଉଦ୍ୟମୀ ଭାରତ ହେଉଛି ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ସଶକ୍ତିକରଣ ପାଇଁ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତାର ପ୍ରତିଫଳନ । ସରକାର ବିଭିନ୍ନ ସମୟରେ ମୁଦ୍ରା ଯୋଜନା, ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା, ପାରମ୍ପରିକ ଶିଳ୍ପ ପୁନରୁଦ୍ଧାର ପାଣ୍ଠି ଯୋଜନା (ଏସଏଫୟୁଆରଟିଆଇ) ଭଳି ଯୋଜନା ପ୍ରବର୍ତ୍ତନ କରି ଏମ୍‌ଏସ୍‌ଏମଇ କ୍ଷେତ୍ରକୁ  ସମୟଭିତ୍ତିକ ସହାୟତା ଦେଇ ଆସୁଛନ୍ତି । ଏହା ଦେଶବ୍ୟାପୀ, କୋଟି କୋଟି ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବ ।

ପ୍ରଧାନମନ୍ତ୍ରୀ ଛଅହଜାର କୋଟି ବ୍ୟୟ ଅଟକଳରେ ଏମ୍‌ଏସ୍‌ଏମ୍‌ଇ ଦକ୍ଷତା ବୃଦ୍ଧି (ଆରଏଏମ୍‌ପି) ଯୋଜନା ଶୁଭାରମ୍ଭ କରିବେ । ଏହାର ତ୍ୱରାନ୍ୱିତ ସାମର୍ଥ୍ୟ ବୃଦ୍ଧି କରିବା ସହ ବର୍ତ୍ତମାନର ଏମ୍‌ଏସ୍‌ଏମ୍‌ଇ ଯୋଜନାଗୁଡିକର ମଧ୍ୟ ସାମର୍ଥ୍ୟ ବୃଦ୍ଧି କରାଯିବ । ନବନ୍ମୋଷ ବିକାଶ, ଗୁଣାତ୍ମକମାନ ବୃଦ୍ଧି କରି ନୂତନ ବ୍ୟବସାୟ ଓ ଔଦ୍ୟୋଗିକତା ବୃଦ୍ଧି, ବଜାର ପହଞ୍ଚ ବୃଦ୍ଧି, ବୈଷୟିକ ମାନବୃଦ୍ଧି କରି ଦେଶକୁ ଆତ୍ମନିର୍ଭର ପଥରେ ଆଗେଇ ନେବାକୁ ଏମ୍‌ଏସ୍‌ଏମ୍‌ଇକୁ ଅଧିକ ଆତ୍ମନିର୍ଭରଶୀଳ ଓ ପ୍ରତିଯୋଗିତାମୂଳକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ଥର ଏମ୍‌ଏସ୍‌ଏମ୍‌ଇ ରପ୍ତାନୀକାରୀଙ୍କ ସାମର୍ଥ୍ୟ ବୃଦ୍ଧି (ସିବିଏଫ୍‌ଟିଇ) ଯୋଜନା ମଧ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ । ବୈଶ୍ୱିକ ବଜାର ପାଇଁ ଆନ୍ତର୍ଜାତିକ ମାନର ସାମଗ୍ରୀ ଓ ସେବା ପ୍ରଦାନ ପାଇଁ ଏହା ଉଦ୍ଦିଷ୍ଟ । ଏହା ଭାରତୀୟ ଏମ୍‌ଏସ୍‌ଏମ୍‌ଇ ମାନଙ୍କୁ ବୈଶ୍ୱିକ ବଜାରରେ ଅଧିକ ଅଂଶଗ୍ରହଣ ପାଇଁ ସୁଯୋଗ ଦେବ ।

 ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର କେତେକ ନୂତନ ନୀତି ଓ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ଏଥି ମଧ୍ୟରେ ସର୍ବାଧିକ ପ୍ରକଳ୍ପ ଅଟକଳ ପରିମାଣ ୨୫ରୁ ୫୦ଲକ୍ଷକୁ ବୃଦ୍ଧି (ନିର୍ମାଣ କ୍ଷେତ୍ର ନିମନ୍ତେ), ସେବା  କ୍ଷେତ୍ର ପାଇଁ ପରିମାଣ ୧୦ରୁ ୨୦ଲକ୍ଷକୁ ବୃଦ୍ଧି, ଆକାଂକ୍ଷିତ ଜିଲ୍ଲା ଓ ତୃତୀୟ ଲିଙ୍ଗ ଆବେଦନକାରୀ ଅଧିକ ରିହାତି ପ୍ରଦାନ ସହ ସେମାନଙ୍କର ଅନ୍ତର୍ଭୁକ୍ତୀକରଣ ଯୋଜନା ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏମ୍‌ଏସ୍‌ଏମ୍‌ଇ ଆଇଡିଆ ହକାଥନ ୨୦୨୨ର ଫଳାଫଳ ଘୋଷଣା କରିବେ । ମାର୍ଚ୍ଚ ୧୦, ୨୦୨୨ରେ ଆରମ୍ଭ କରାଯାଇଥିବା ଏହି ହକାଥନ୍ ସର୍ବାଧୁନିକ ପ୍ରଯୁକ୍ତି ବିଦ୍ୟାର ଗ୍ରହଣୀୟତା ଓ ନବୋନ୍ମେଷ ଦିଗରେ ସହାୟକ ହେବ । ନବୋନ୍ମେଷକାରୀ ଆଇଡିଆକୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୨ର ଜାତୀୟ ଏମ୍‌ଏସ୍‌ଏମ୍‌ଇ ପୁରସ୍କାର ପ୍ରଦାନ କରିବେ । ଏମ୍‌ଏସ୍‌ଏମ୍‌ଇର ଅବଦାନ, ରାଜ୍ୟ ଓ ଆକାଂକ୍ଷିତ ଜିଲ୍ଲା ଓ ବ୍ୟାଙ୍କଗୁଡିକର ସାଫଲ୍ୟ ଇତ୍ୟାଦି ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 2,312-crore deal with HALfor 8 Dornier aircraft for Coast Guard

Media Coverage

Defence ministry inks Rs 2,312-crore deal with HALfor 8 Dornier aircraft for Coast Guard
NM on the go

Nm on the go

Always be the first to hear from the PM. Get the App Now!
...
World Radio Day is about celebrating a trusted voice for people: Prime Minister
February 13, 2026
PM asks for inputs for this month’s Mann Ki Baat, scheduled for 22nd February

The Prime Minister, Shri Narendra Modi, said that World Radio Day is about celebrating a medium that is a trusted voice for people, be it in remote villages or bustling cities. Shri Modi noted that for years, the radio has delivered timely information, amplified talent and encouraged creativity.

"Through Mann Ki Baat, I have experienced the potential of the radio firsthand in bringing out the societal strength of our people. This month’s programme will take place on Sunday, 22nd February. Do share your inputs for the programme", Shri Modi stated.

The Prime Minister posted on X:

"World Radio Day is about celebrating a medium that is a trusted voice for people, be it in remote villages or bustling cities. For years, the radio has delivered timely information, amplified talent and encouraged creativity. This is a day to acknowledge the efforts of all those associated with this medium.

Through #MannKiBaat, I have experienced the potential of the radio firsthand in bringing out the societal strength of our people. This month’s programme will take place on Sunday, 22nd February. Do share your inputs for the programme."

https://mygov.in/group-issue/inviting-ideas-mann-ki-baat-prime-minister-narendra-modi-22nd-february-2026/?target=inapp&type=group_issue&nid=366266