ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସେପ୍‌ଟେମ୍ବର 10) ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍‌ର ଶୁଭାରମ୍ଭ କରାଯିବ । ଏହି ଆପ୍‌ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ । ଏହାଛଡା ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପଶୁ ସଂପଦ ଓ ମତ୍ସ୍ୟ ଚାଷ ବିକାଶ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ତଥା ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ ଏକ ଧ୍ୱଜାଧାରୀ କେନ୍ଦ୍ରୀୟ କାର୍ଯ୍ୟକ୍ରମ । ଚଳିତ ଆର୍ଥିକ ବର୍ଷରୁ 2024-25, ପାଞ୍ଚ ବର୍ଷ ମଧ୍ୟରେ ଏହି ଉଦ୍ୟୋଗରେ 20,050 କୋଟି ଟଙ୍କା ବିନିଯୋଗ କରିବାର ଲକ୍ଷ୍ୟ ରଖାଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜ ମାଧ୍ୟମରେ ଏହି ଅର୍ଥ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିନିଯୋଗ ହେବ । ମତ୍ସ୍ୟ ଉଦ୍ୟୋଗ ପାଇଁ ଏହି ବ୍ୟୟ ଅଟକଳ ଏଯାଏଁ ସର୍ବବୃହତ୍‌ । ଏଥିମଧ୍ୟରୁ 12,340 କୋଟି ଟଙ୍କା ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ତଥା ସଂପୃକ୍ତ ହିତାଧିକାରୀଙ୍କ ଉନ୍ନତିକଳ୍ପେ ଖର୍ଚ୍ଚ କରାଯିବ । ଅବଶିଷ୍ଟ 7,710 କୋଟି ଟଙ୍କା ମତ୍ସ୍ୟ ଉଦ୍ୟୋଗରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ହେବ ।

ଏହି ମତ୍ସ୍ୟ ସଂପଦ ଯୋଜନା ମାଧ୍ୟମରେ ସରକାର 2024-25 ଆର୍ଥିକ ବର୍ଷ ସୁଦ୍ଧା ଅତିରିକ୍ତ 70 ଲକ୍ଷ ଟନ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡା ଏହି ସମୟ ମଧ୍ୟରେ ଦେଶର ମାଛ ରପ୍ତାନୀଜନିତ ଆୟ 1 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ମତ୍ସ୍ୟଜୀବୀ ଏବଂ ମାଛଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ସହ ମାଛ ଅମଳ ପରବର୍ତ୍ତୀ କ୍ଷତିକୁ 10 ଶତାଂଶ ଭିତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଉତ୍ପାଦିତ ମାଛ ମଧ୍ୟରୁ 20ରୁ 25 ଶତାଂଶ ପଚିସଢ଼ି ଯାଉଛି । ମତ୍ସ୍ୟ ଉଦ୍ୟୋଗରେ ପୁଞ୍ଜି ନିବେଶ ବଢିଲେ ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ; ଫଳରେ ଲୋକଙ୍କୁ ରୋଜଗାର ମିଳିପାରିବ ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଓ ଅସୁବିଧା ଦୂର କରିବା ପାଇଁ ଉଦ୍ଦିଷ୍ଟ । ଉତ୍ପାଦନ ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ମାନ, ଟେକ୍ନୋଲଜିର ପ୍ରୟୋଗ, ମାଛଧରା ପରବର୍ତ୍ତୀ ସଂରକ୍ଷଣ ନିମନ୍ତେ ତାହାର ପରିଚାଳନା, ଏହି କ୍ଷେତ୍ରର ଆଧୁନିକୀକରଣ ଏବଂ ଭ୍ୟାଲୁଚେନ ପ୍ରତିଷ୍ଠା ଆଦି ଉପରେ ଏହି ଯୋଜନା ଗୁରୁତ୍ୱ ଦେଉଛି । ମାଛ ଧରିବାଠାରୁ ବିକ୍ରିବଟା ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାରେ ଯେଉଁ ଭିତ୍ତିଭୂମିଗତ ଅଭାବ ରହିଛି ତାହାକୁ ଦୂର କରିବା ପାଇଁ ମଧ୍ୟ ଯୋଜନାରେ ବ୍ୟବସ୍ଥା ରହିଛି । ନୀଳ ବିପ୍ଳବର ଲାଭକୁ ଅଧିକ ସୁସଂହତ କରିବା ସହିତ ଏଥିରେ ଅଧିକରୁ ଅଧିକ ସୁବିଧା ଲୋକଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଇଛି । ମାଛଚାଷୀ ଏବଂ ବ୍ୟବସାୟୀଙ୍କୁ ମାଛଧରା ଡଙ୍ଗାର ବୀମା, ଏସବୁ ଡଙ୍ଗାର ବିକାଶ, ବାୟୋଟଏଲେଟ୍ସ, ଲୁଣାପାଣିରେ ମାଛଚାଷ, ସାଗର ମିତ୍ର, ଇଏଫ୍‌ପି/ସିଏସ୍‌ କ୍ଷୁଦ୍ର ବ୍ରିଡିଂ ସେଣ୍ଟର, ମାଛ ଓ ମାଛଚାଷ ଷ୍ଟାର୍ଟର, ଇନ୍‌କ୍ୟୁବେଟର, ଇଣ୍ଟିଗ୍ରେଟେଡ ଆକ୍ୱାପାର୍କ, ସମନ୍ୱିତ ଉପକୂଳ ମାଛଧରା ଗ୍ରାମର ବିକାଶ, ଆକ୍ୱାଟିକ୍‌ ଲାବରେଟୋରୀ ବ୍ୟବସ୍ଥା, ସାର୍ଟିଫିକେଟ ଓ ଆକ୍ରିଡେସନ ବ୍ୟବସ୍ଥା, କେଜ କଲଚର, ଇ-ଟ୍ରେଡିଂ ଓ ମାର୍କେଟିଂ ଏବଂ ଫିସେରି ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି ।

ଏହି ଯୋଜନାରେ ପ୍ରାଥମିକଭାବେ କ୍ଳଷ୍ଟର ବା ଅଞ୍ଚଳଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବ । ଏଥିରେ ଯୋଗାଯୋଗ ସୁବିଧା ଥିବା ଉପଯୁକ୍ତ ଅଞ୍ଚଳ ବାଛି ସେଠାରେ ମାଛଚାଷ କ୍ଲଷ୍ଟରମାନ ତିଆରି ହେବ । ସିୱିଡ୍‌ ଓ ଅର୍ଣ୍ଣାମେଣ୍ଟାଲ ଫିସ୍‌ ଚାଷ କରାଯାଇ ସେଥିରେ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ । ଏହିସବୁ ଚାଷ ପାଇଁ ମତ୍ସ୍ୟ ଚାଷୀ ଯେପରି ଉତ୍ତମମାନର ବିହନ, ମାଛଖାଦ୍ୟ, ବିପଣନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି ତାହା ସୁନିଶ୍ଚିତ ହେବ ।

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ମତ୍ସ୍ୟ ବିଭାଗ 21ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ପର୍ଯ୍ୟାୟରେ 1,723 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି । ଯେଉଁସବୁ ପ୍ରକଳ୍ପରେ ରୋଜଗାର ବୃଦ୍ଧିର ସୁଯୋଗ ରହିଛି ସେସବୁକୁ ଅଗ୍ରାଧିକାର ଦିଆଯାଇଛି ।

ବିହାରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ 1,390 କୋଟି ଟଙ୍କା ବିନିଯୋଗ କରାଯିବାର ପରିକଳ୍ପନା ରହିଛି  । ସେଥିରୁ କେନ୍ଦ୍ର ସରକାରଙ୍କ ଅଂଶ 535 କୋଟି ଟଙ୍କା । ଏହାଦ୍ୱାରା ସେହି ରାଜ୍ୟରୁ ଅତିରିକ୍ତଭାବେ 3 ଲକ୍ଷ ଟନ ବାର୍ଷିକ ଅଧିକ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମତ୍ସ୍ୟଚାଷ ବିକାଶ ସଂକ୍ରାନ୍ତ ବିହାର ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ସେଥିରେ ମୋଟ 107 କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ମତ୍ସ୍ୟସେବା କେନ୍ଦ୍ର, ବ୍ରୁଡ ବ୍ୟାଙ୍କ (ବିହନ ଉତ୍ପାଦନ କେନ୍ଦ୍ର) ଓ ଯାଅଁଳ ବିକ୍ରୟ କେନ୍ଦ୍ରମାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହାୟତା କରିବେ ।

ମତ୍ସ୍ୟଚାଷ ସଂକ୍ରାନ୍ତ ଅନ୍ୟାନ୍ୟ ଉଦ୍ୟୋଗର ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀ ସୀତାମାଢିଠାରେ ଏକ ଫିସ୍‌ ବ୍ରୁଡ ବ୍ୟାଙ୍କ (ଯାଅଁଳ ଉତ୍ପାଦନ କେନ୍ଦ୍ର) ପ୍ରତିଷ୍ଠା ବିଷୟରେ ଘୋଷଣା କରିବେ । ଏହାଛଡା କିଷାନଗଞ୍ଜରେ ମତ୍ସ୍ୟରୋଗ ଗବେଷଣାଗାର ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ବିହାରରେ ମାଛଚାଷ ପାଇଁ ସୁବିଧା ଚାଷୀଙ୍କୁ ମିଳିପାରିବ ବୋଲି ଆଶା କରାଯାଉଛି । ଏହାଛଡା ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମାଧେପୁରାଠାରେ ଏକ ମାଛଖାଦ୍ୟ ମିଲ୍‌ ଏବଂ ପାଟନାରେ ଦୁଇଟି ଫିସ୍‌ ଅନ୍‌ ହୁଇଲ ୟୁନିଟକୁ ଉଦ୍‌ଘାଟନ କରିବେ । ନୀଳ ବିପ୍ଳବ ଯୋଜନାରେ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ସହାୟତା ଯୋଗାଇ ଦେଇଛନ୍ତି । ଏହି ଅବସରରେ ସେ କେତେକ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିହାରର ସମସ୍ତିପୁର ଜିଲାର ପୁସାସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ମାଛ ଯାଅଁଳ ଉତ୍ପାଦନ ଟେକ୍ନୋଲଜି କେନ୍ଦ୍ରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ । ଏହାଛଡା ସେଠାରେ ନୂଆକରି ପ୍ରତିଷ୍ଠା କରାଯାଇଥିବା ମତ୍ସ୍ୟରୋଗ ସଂକ୍ରାନ୍ତ ରେଫରାଲ ଲାବରେଟୋରୀ, ଡାଇଗ୍ନୋଷ୍ଟିକ ଟେଷ୍ଟିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ।

ଇ-ଗୋପାଳ ଆପ୍‌

ଉତ୍ତମ କିସମର ପଶୁପକ୍ଷୀ ପାଳନ ପାଇଁ ଚାଷୀଙ୍କୁ ଆବଶ୍ୟକ ସୁବିଧା ଓ ତଥ୍ୟାବଳୀ ଯୋଗାଇ ଦେବାକୁ ଇ-ଗୋପାଳ ଆପ୍‌ର ପରିକଳ୍ପନା କରାଯାଇଛି । ଏଥିରେ ରୋଗମୁକ୍ତ ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ମାଛଙ୍କ ଜର୍ମ ପ୍ଲାଜମା ଯଥା ଶୁକ୍ର, ଭ୍ରୂଣ ଆଦି ଚିହ୍ନଟ କରି କିଣିବା ପାଇଁ ଚାଷୀଙ୍କ ପାଖରେ ଏଯାଏଁ କୌଣସି ସୁବିଧା ନ ଥିଲା । ଏଥିପାଇଁ ଇ-ଗୋପାଳ ଆପ୍‌ ପ୍ରସ୍ତୁତ କରାଯାଇଛି । ଏହା ଏକ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରି ନିଜ ମନ ପସନ୍ଦର ପ୍ରଜାତିର ପଶୁପକ୍ଷୀ କିଣିପାରିବେ । ବସ୍ତୁତଃ ଏହା ଏକ ଇ-ମାର୍କେଟ । ଆହୁରି ମଧ୍ୟ କୃତ୍ରିମ ପ୍ରଜନନ, ଉନ୍ନତମାନର ପ୍ରଜାତି ସୃଷ୍ଟି ପାଇଁ ସଙ୍ଗମ, ପ୍ରାଥମିକ ଚିକିତ୍ସା ସୁବିଧା, ଟିକାଦାନ, ଚିକିତ୍ସା ଆଦି ସମସ୍ତ ବିଷୟରେ ଚାଷୀଙ୍କୁ ତଥ୍ୟ ମିଳିପାରିବ । ଗୃହପାଳିତ ପଶୁପକ୍ଷୀଙ୍କୁ କେତେବେଳେ କେଉଁ ଔଷଧ ଦିଆଯିବ ଏବଂ ସେମାନଙ୍କର କିପରି ଯତ୍ନ ନିଆଯିବ ସେ ସଂକ୍ରାନ୍ତ ସମସ୍ତ ତଥ୍ୟ ଏହି ଆପ୍‌ରେ ଉପଲବ୍ଧ ହେବ ।

ଅନ୍ୟାନ୍ୟ କ୍ଷେତ୍ର

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ରାଷ୍ଟ୍ରୀୟ ଗୋକୁଳ ମିଶନ ସହାୟତାରେ ପୂର୍ଣ୍ଣିଆରେ ନିର୍ମିତ ହୋଇଥିବା ଏକ ଶୁକ୍ର କେନ୍ଦ୍ରର ଉଦ୍ଘାଟନ କରିବେ । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ 84 କୋଟି 27 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟ ସରକାର ଏଥିପାଇଁ 75 ଏକର ଜମି ଯୋଗାଇ ଦେଇଛନ୍ତି । ଏହା ସରକାରୀ କ୍ଷେତ୍ରର ସର୍ବବୃହତ୍‌ ଶୁକ୍ରକେନ୍ଦ୍ର । ଏଥିରୁ ବାର୍ଷିକ 50 ଲକ୍ଷ ଡୋଜ ଶୁକ୍ର ଉତ୍ପାଦିତ ହୋଇପାରିବ । ଏହି କେନ୍ଦ୍ର ମାଧ୍ୟମରେ ବିହାର ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକର ଉତ୍କୃଷ୍ଟ ପ୍ରଜାତିର ଦେଶୀ ଗାଈଙ୍କ ସଂରକ୍ଷଣ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ । ସେହିଭଳି ଗୋକୁଳ ମିଶନରେ ପାଟନାର ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ଖୋଲିଥିବା ଆଇଭିଏଫ୍‌ ଲ୍ୟାବ୍‌କୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । ଏବେ ସାରା ଦେଶରେ ଏହାକୁ ମିଶାଇ 30ଟି ଇଟିଟି ଓ ଆଇଭିଏଫ୍‌ ଲାବରେଟୋରୀ ରହିଛି । ଶତପ୍ରତିଶତ  ଅନୁଦାନ ବ୍ୟବସ୍ଥାରେ ଏସବୁ ସ୍ଥାପନ କରାଯାଇଛି । ଦେଶୀ ପ୍ରଜାତିର ଗାଈଙ୍କ କିସମରେ ବିକାଶ ଘଟାଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଏସବୁ ଲ୍ୟାବ୍‌ ପ୍ରତିଷ୍ଠା କରାଯାଇଛି ।

ବେଗୁସରାଇ ଜିଲାର ମାରୋନି ଦୁଗ୍ଧ ସମବାୟ ଦ୍ୱାରା ଗୋକୁଳ ମିଶନରେ ପ୍ରସ୍ତୁତ ହୋଇଥିବା କୃତ୍ରିମ ପ୍ରଜନନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ ଆସନ୍ତାକାଲି  ପ୍ରଧାନମନ୍ତ୍ରୀ କରିବେ । ଏହି କେନ୍ଦ୍ରରେ ଗର୍ଭବତୀ ହେବାକୁ ଥିବା ଗାଈର ଛୁଆର ଲିଙ୍ଗ ପୂର୍ବରୁ ନିର୍ଦ୍ଧାରିତ ହେବ । ଏବେ ମାଈ ବାଛୁରୀଙ୍କ ଚାହିଦା ବଢୁଥିବାରୁ ଅଧିକରୁ ଅଧିକ ଗୋପାଳକ ଏହି ପଦ୍ଧତି ଅବଲମ୍ବନ କରୁଛନ୍ତି । ଏଥିରେ 90 ଶତାଂଶରୁ ଅଧିକ ସଫଳତା ମିଳୁଛି । ଅଧିକରୁ ଅଧିକ ମାଈ ବାଛୁରୀ ଜନ୍ମ ହେଲେ ଗାଈଙ୍କ ସଂଖ୍ୟା ବଢିବ ଏବଂ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ଦେଶରେ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କ ସଂଖ୍ୟା ବଢାଇବା ପାଇଁ ଆଇଭିଏଫ୍‌ ଟେକ୍ନୋଲଜି ପ୍ରୟୋଗ କରାଯାଉଛି । ଏହାର ଏକ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । ଏଥିରେ ଅଧିକ ଦୁଗ୍ଧ ଦେଉଥିବା ସଂଖ୍ୟା ଅଳ୍ପ ଦିନରେ କିପରି ବହୁଗୁଣିତ ହୋଇପାରିବ ସେହି ଜ୍ଞାନକୌଶଳ ଉପଯୋଗ କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.