ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ସଂଘ (ଆଇଏସ୍‍ପିଏ) ର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ମହକାଶ ଶିଳ୍ପ ପ୍ରତିନିଧୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଭାରତୀୟ ମହାକାଶ ସଂଘ (ଆଇଏସ୍‍ପିଏ) ବିଷୟରେ

ଆଇଏସ୍‍ପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀମାନର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସ୍ୱର ହେବାକୁ ଇଚ୍ଛା କରେ । ଏହା ନୀତି ପ୍ରଚାର ଏବଂ ସରକାର ଓ ଏହାର ସହଯୋଗୀଙ୍କ ସମେତ ଭାରତୀୟ ମହାକାଶ ଡୋମେନ୍‌ର ସମସ୍ତ ହିତାଧିକାରୀଙ୍କ ସହ ଜଡିତ ହେବ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍‍ପିଏ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଖେଳାଳି ଭାବେ ଭାରତକୁ ଆତ୍ମର୍ନିଭର  କରିବାରେ ସାହାଯ୍ୟ କରିବ ।

ମହାକାଶ ଏବଂ ଉପଗ୍ରହ ଜ୍ଞାନକୌଶଳ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ସ୍ୱଦେଶୀ ଓ ବିଶ୍ୱସ୍ତରୀୟ ନିଗମ ଗୁଡିକୁ ଆଇଏସ୍‍ପିଏ ପ୍ରତିନିଧିôତ୍ୱ କରେ । ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍‌), ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁଇଣ୍ଡିଅ ।, ୱାଲଚନ୍ଦନଗର ଶିଳ୍ପଗୋଷ୍ଠି ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ମୂଳ ସଦସ୍ୟମାନଙ୍କ ମଧ୍ୟରେ ଗୋଡ୍ରେଜ୍‌, ହ୍ୟୁଗେସ ଇଣ୍ଡିଆ, ଆଜିସ୍ତା-ବିଏସଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍‌, ବିଇଏଲ୍‌, ସେଣ୍ଟମ୍ ଇଲେକ୍ଟ୍ରୋନିକ୍ସ, ମ୍ୟାକ୍ସାର୍ ଇଣ୍ଡିଆ ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership