ପ୍ରଧାନମନ୍ତ୍ରୀ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରାଥମିକତା ବିଭାଗର ଉଦଘାଟନ କରିବେ : ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ରାପିଡ୍ ଏକ୍ସ ଟ୍ରେନ୍‌ର ଶୁଭାରମ୍ଭ
ଦେଶରେ ବିକଶିତ ହେଉଥିବା ଆର୍‌ଆର୍‌ଟିଏସ୍ ହେଉଛି ଏକ ଅତ୍ୟାଧୁନିକ ଆଞ୍ଚଳିକ ଗତିଶୀଳତା ସମାଧାନ, ଯାହା ବିଶ୍ୱର ଶ୍ରେଷ୍ଠ ମାନଙ୍କ ସହ ତୁଳନୀୟ
ଆର୍‌ଆର୍‌ଟିଏସ୍‌ର ବିକାଶ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ; ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସୁଯୋଗରେ ଉନ୍ନତ ପ୍ରବେଶ ପ୍ରଦାନ କରିବ ; ଏବଂ ବାୟୁ ପ୍ରଦୂଷଣକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିବ
ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ, ଆର୍‌ଆର୍‌ଟିଏସ୍ ନେଟୱାର୍କ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବସ୍ ସେବା ଇତ୍ୟାଦି ସହିତ ବ୍ୟାପକ ମଲ୍ଟି - ମୋଡାଲ୍ ସେବାକୁ ସମନ୍ୱିତ କରିବ
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଉତ୍ତର ପ୍ରଦେଶର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରାଥମିକତା ବିଭାଗକୁ ଉଦ୍‌ଘାଟନ କରିବେ । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ ଅବସରରେ ସେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ରାପିଡ୍ ଏକ୍ସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ସାହିବାବାଦ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ , ଯେଉଁଠାରେ ସେ ଦେଶରେ ଆର୍‌ଆର୍‌ଟିଏସ୍‌ର ଶୁଭାରମ୍ଭ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ବ୍ୟତୀତ ସେ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡର

ଉଦ୍‌ଘାଟିତ ହେବାକୁ ଥିବା ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ସାହିବାବାଦକୁ ‘ଦୁହାଇ ଡିପୋ' ମାଧ୍ୟମରେ ଗାଜିଆବାଦ, ଗୁଲଧର ଏବଂ ଦୁହାଇରେ ଥିବା ଷ୍ଟେସନ ସହିତ ସଂଯୋଗ କରିବ । ୨୦୧୯ ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ - ଗାଜିଆବାଦ - ମିରଟ କରିଡରର ଶିଳାନ୍ୟାସ କରିଥିଲେ ।

ନୂତନ ବିଶ୍ୱସ୍ତରୀୟ ପରିବହନ ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ଦେଶରେ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍‌ଆର୍‌ଟିଏସ୍‌) ପ୍ରକଳ୍ପର ବିକାଶ କରାଯାଉଛି । ଆର୍‌ଆର୍‌ଟିଏସ୍ ହେଉଛି ଏକ ନୂତନ ରେଳ ଭିତ୍ତିକ, ସେମି - ହାଇସ୍ପିଡ୍‌, ହାଇ - ଫ୍ରିକ୍ୱେନ୍ସି କମ୍ୟୁଟର ଟ୍ରାନଜିଟ୍ ସିଷ୍ଟମ୍ । ଘଣ୍ଟା ପ୍ରତି ୧୮୦ କିଲୋମିଟର ଦ୍ରୁତଗତି ସହିତ ଡିଜାଇନ୍ ହୋଇଥିବା ଆର୍‌ଆର୍‌ଟିଏସ୍ ହେଉଛି ଏକ ପରିବର୍ତ୍ତନଶୀଳ, ଆଞ୍ଚଳିକ ବିକାଶ ପଦକ୍ଷେପ, ଯାହା ପ୍ରତି ୧୫ ମିନିଟ୍‌ରେ ଆନ୍ତଃସହର ଯାତାୟାତ ପାଇଁ ଦ୍ରୁତଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଆବଶ୍ୟକତା ଅନୁଯାୟୀ ପ୍ରତି ୫ ମିନିଟ୍‌ରେ ଥରେ ପର୍ଯ୍ୟନ୍ତ ମଧ୍ୟ ଯାଇପାରିବ ।

ଏନସିଆରରେ ବିକଶିତ ହେବାକୁ ଥିବା ମୋଟ ୮ ଟି ଆର୍‌ଆର୍‌ଟିଏସ୍ କରିଡର ଚିହ୍ନଟ କରାଯାଇଛି, ସେଥି ମଧ୍ୟରୁ ଦିଲ୍ଲୀ - ଗାଜିଆବାଦ - ମିରଟ କରିଡର ସମେତ ପ୍ରଥମ ପର୍ଯ୍ୟାୟରେ ତିନୋଟି କରିଡର, ଯଥା ; ଦିଲ୍ଲୀ - ଗୁରୁଗାଓଁ - ଏସ୍‌ଏନ୍‌ବି - ଅଲୱାର କରିଡର ; ଏବଂ ଦିଲ୍ଲୀ - ପାନିପତ କରିଡରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକତା ଦିଆଯାଇଛି । ୩୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ ବିକଶିତ ହେଉଛି ଏବଂ ଏହା ଗାଜିଆବାଦ, ମୁରାଦନଗର ଏବଂ ମୋଦୀନଗରର ସହରାଞ୍ଚଳକୁ ଯିବା ପାଇଁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀରୁ ମିରଟକୁ ସଂଯୋଗ କରିବ ।

ଦେଶରେ ବିକଶିତ ହେଉଥିବା ଆର୍‌ଆର୍‌ଟିଏସ୍ ହେଉଛି ଏକ ଅତ୍ୟାଧୁନିକ ଆଞ୍ଚଳିକ ଗତିଶୀଳତା ସମାଧାନ ଏବଂ ଏହା ବିଶ୍ୱର ଶ୍ରେଷ୍ଠ ସହିତ ତୁଳନୀୟ । ଏହା ଦ୍ୱାରା ଦେଶରେ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଅତ୍ୟାଧୁନିକ ଆନ୍ତଃସହର ପରିବହନ ସମାଧାନ ଉପଲବ୍ଧ ହେବ । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ, ଆର୍‌ଆର୍‌ଟିଏସ୍ ନେଟୱାର୍କରେ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବସ ସେବା ଇତ୍ୟାଦି ସହିତ ବ୍ୟାପକ ମଲ୍ଟି – ମୋଡାଲ୍ ସେବା ଏକୀକୃତ ହେବ । ଏଭଳି ପରିବର୍ତ୍ତନଶୀଳ ଆଞ୍ଚଳିକ ଗତିଶୀଳତା ସମାଧାନ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ; ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସୁଯୋଗରେ ଉନ୍ନତ ପ୍ରବେଶ ପ୍ରଦାନ କରିବ; ଏବଂ ଯାନବାହନ ଭିଡ଼ ଏବଂ ବାୟୁ ପ୍ରଦୂଷଣକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିବ ।

ବେଙ୍ଗାଲୁରୁ ମେଟ୍ରୋ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଏହି ଦୁଇଟି ମେଟ୍ରୋ ରାସ୍ତାକୁ ବୈୟପ୍ପାନହଲ୍ଲୀରୁ କୃଷ୍ଣରାଜପୁର ଏବଂ କେଙ୍ଗେରୀରୁ ଚଲାଘାଟକୁ ସଂଯୋଗ କରାଯାଇଛି । ଆନୁଷ୍ଠାନିକ ଭାବେ ଉଦ୍‌ଘାଟନକୁ ଅପେକ୍ଷା ନକରି ଏହି କରିଡରରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ୨୦୨୩ ଅକ୍ଟୋବର ୯ ତାରିଖରୁ ଏହି ଦୁଇଟି ମେଟ୍ରୋ ଅଂଶକୁ ଜନସେବା ପାଇଁ ଖୋଲି ଦିଆଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi