ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ବେଳେ ଏହା କରାଯିବ । ଏଥିସହ ସାରା ଦେଶରେ ସ୍ୱାମୀତ୍ୱ ଯୋଜନା ତ୍ୱରାନ୍ୱିତ ହେବା ସହିତ ୪.୦୯ଲକ୍ଷ ଜମି ମାଲିକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏଥିରେ ଉପସ୍ଥିତ ରହିବେ।

          ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୧ ମଧ୍ୟ ପ୍ରଦାନ କରିବେ । ଜାତୀୟ ପଞ୍ଚାୟତ ସମ୍ମାନ ନିମ୍ନଲିଖିତ ଶ୍ରେଣୀରେ ପ୍ରଦାନ କରାଯାଇଥାଏ । ତାହା ହେଲା : ୨୨୪ଟି ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ନାନାଜୀ ଦେଶମୁଖ ଜାତୀୟ ଗୌରବ ଗ୍ରାମ୍ୟ ପୁରସ୍କାର, (୩୦ଟି ଗ୍ରାମ ପଞ୍ଚାୟତ), ଗ୍ରାମପଞ୍ଚାୟତ ବିକାଶ ଯୋଜନା ପୁରସ୍କାର (୨୯ଟି ଗ୍ରାମପଞ୍ଚାୟୟତ, ଶିଶୁ ସୁଲଭ ଗ୍ରାମପଞ୍ଚାୟତ ପୁରସ୍କାର, ୩୦ଟି ଗ୍ରାମପଞ୍ଚାୟତ ଓ ଇ- ପଞ୍ଚାୟତ ପୁରସ୍କାର (୧୨ଟି ରାଜ୍ୟ) ।

          ପ୍ରଧାନମନ୍ତ୍ରୀ ପୁରସ୍କାର ରାଶି (ଅନୁଦାନ) ବଟନ କ୍ଲିକ୍ କରି ପାଞ୍ଚରୁ ପଚାଶ ଲକ୍ଷ ଟଙ୍କା ମଧ୍ୟରେ ପ୍ରଦାନ କରିବେ। ସମ୍ପୃକ୍ତ ପଞ୍ଚାୟତଗୁଡିକର ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ସିଧାସଳଖ ଚାଲିଯିବ । ପ୍ରଥମ ଥର ପାଇଁ ଏହିଭଳି ବ୍ୟବସ୍ଥା ହୋଇଛି ।

 

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

ସ୍ୱାମୀତ୍ୱ (ସର୍ଭେ ଅଫ ଭିଲେଜ ଆଣ୍ଡ ମ୍ୟାପିଂ ୱିଥ ଇମପ୍ରୁଭାଇଜ ଟେକ୍ନୋଲୋଜି ଇନ ଭିଲେତ ଏରିଆ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୪, ୨୦୨୦ରେ ଆରମ୍ଭ କରାଯାଇଥିଲା । ଗ୍ରାମାଂଚଳ ଜନସାଧାରଣଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା  ସହ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତନ କରାଯାଇଥିଲା । ମ୍ୟାପିଂ ଓ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଭାରତକୁ ପରିବର୍ତ୍ତନ କରିବାର ସାମାର୍ଥ୍ୟ ଏହି ଯୋଜନାର ରହିଛି ।

ବିଭିନ୍ନ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ହାସଲ ପାଇଁ ଗ୍ରାମବାସୀଙ୍କୁ ସେମାନଙ୍କ ସମ୍ପତି ଜରିଆରେ ଏହା ସୁଯୋଗ ସୃଷ୍ଟି କରିବ । ୨୦୨୧ରୁ ୨୦୨୫ ମଧ୍ୟରେ ଦେଶର ୬.୬୨ଲକ୍ଷ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ,  ପଞ୍ଜାବ  ଏବଂ ରାଜସ୍ଥାନର କେତେକ ବଛାବଛା ଗ୍ରାମରେ ତ୍ୱରାନ୍ୱିତ ହୋଇଥିଲା ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi