‘ଲାଇଫ ଗ୍ଲୋବଲ କଲ୍ ଫର ପେପର୍ସ’ ମାଧ୍ୟମରେ ପରିବେଶ ସଚେତନ ଜୀବନ ଶୈଳୀ ଆପଣାଇବା ପାଇଁ ଏହି ପ୍ରୟାସ ମାଧ୍ୟମରେ ବିଚାର ଓ ପ୍ରସ୍ତାବମାନ ଆମନ୍ତ୍ରଣ କରାଯିବ
ଗ୍ଲାସଗୋରେ ଅନୁଷ୍ଠିତ କୋପ୍‌-୨୬ ଶିଖର ବୈଠକରେ ‘ଲାଇଫ’ର ବିଚାର ଓ ଧାରଣା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥାପନ କରିଥିଲେ
‘ଲାଇଫ’ ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସମୁଖୀ ବିନିଯୋଗ ପରିବର୍ତ୍ତେ ବିଚାରବନ୍ତ ଓ ସୁଚିନ୍ତିତ ଉପଯୋଗ ଉପରେ ଗୁରୁତ୍ୱ ଦିଏ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁନ୫, ୨୦୨୨) ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ । ବିଶେଷକରି ଶିକ୍ଷାବିତ୍‌, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ । ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା । ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ । 

ଏହି କାର୍ଯ୍ୟକ୍ରମରେ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ , ଲର୍ଡ ନିକୋଲାସ ଷ୍ଟର୍ଣ୍ଣ, ଜଳବାୟୁ ଅର୍ଥ ଶାସ୍ତ୍ରୀ ପ୍ରଫେସର କାସ୍ ସନ୍‌ଷ୍ଟେନ, ଲେଖକ ନଜ୍ ଥିଓରୀ, ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଶ୍ରୀ ଅନିରୁଦ୍ଧ ଦାସଗୁପ୍ତ, ୟୁଏନ୍‌ଇପିର ବୈଶ୍ୱିକ ମୁଖ୍ୟ ସୁଶ୍ରୀ ଇଙ୍ଗର ଆଣ୍ଡରସନ୍‌, ୟୁଏନଡିପିର ବୈଶ୍ୱିକ ମୁଖ୍ୟ ମିଷ୍ଟର ଅଚିମ ଷ୍ଟେନର, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଷ୍ଟର ଡେଭିଡ ମାଲପାସ୍‌ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୬ତମ ସମ୍ମିଳନୀ (କୋପ-୨୬)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଲାଇଫ’ର ବିଚାର ଓ ଧାରଣ ଉପସ୍ଥାପନ କରିଥିଲେ । ଏଥିରେ ପରିବେଶ ସଚେତନ ଜୀବନ ଶୈଳୀ ଗୁରୁତ୍ୱ ପାଇଛି । ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସକାରୀ ଉପଯୋଗ ନ’ କରି ବୁଝିବିଚାରି ନିଜର ଆବଶ୍ୟକତା ଅନୁସାରେ ତାହାର ବିନିଯୋଗ କରିବା ବିଚାରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"