ଦେଶର ୪୮ଟି ନୋଡାଲ ସେଣ୍ଟରରେ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫିନାଲେରେ ୧୨ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ
୨୫ଟି ମନ୍ତ୍ରଣାଳୟ ଦ୍ୱାରା ପୋଷ୍ଟ କରାଯାଇଥିବା ୨୩୧ଟି ସମସ୍ୟା ବିବରଣୀର ସମାଧାନ କରିବେ ଛାତ୍ରଛାତ୍ରୀ
ଚଳିତ ବର୍ଷର ହାକାଥନରେ ୪୪,୦୦୦ ଦଳରୁ ୫୦,୦୦୦ରୁ ଅଧିକ ବିଚାର ଆସିଛି ଯାହାକି ଏସଆଇଏଚର ପ୍ରଥମ ସଂସ୍କରଣ ତୁଳନାରେ ପ୍ରାୟ ସାତ ଗୁଣ ଅଧିକ
ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ରୋବୋଟିକ୍ସ ଓ ଡ୍ରୋନ୍, ଐତିହ୍ୟ ଓ ସଂସ୍କୃତି ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ସମାଧାନ ପ୍ରଦାନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ଡିସେମ୍ବର ୨୦୨୩ ରାତି ସାଢ଼େ ୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍) ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି।

ଚଳିତ ବର୍ଷ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏସଆଇଏଚ ୨୦୨୩ରେ ୪୪,୦୦୦ ଟିମରୁ ୫୦,୦୦୦ରୁ ଅଧିକ ଆଇଡିଆ ମିଳିଥିଲା, ଯାହା ଏସଆଇଏଚର ପ୍ରଥମ ସଂସ୍କରଣ ତୁଳନାରେ ପ୍ରାୟ ସାତ ଗୁଣ ଅଧିକ । ଦେଶର ୪୮ଟି ନୋଡାଲ ସେଣ୍ଟରରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ୧୨ ହଜାରରୁ ଅଧିକ ପ୍ରତିଯୋଗୀ ଓ ୨୫୦୦ରୁ ଅଧିକ ପ୍ରଶିକ୍ଷକ ଅଂଶଗ୍ରହଣ କରିବେ। ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ରୋବୋଟିକ୍ସ ଏବଂ ଡ୍ରୋନ, ଐତିହ୍ୟ ଓ ସଂସ୍କୃତି ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ସମାଧାନ ପ୍ରଦାନ କରିବା ପାଇଁ ଚଳିତ ବର୍ଷ ଗ୍ରାଣ୍ଡ ଫିନାଲେ ପାଇଁ ମୋଟ ୧୨୮୨ଟି ଦଳ ଚୟନ କରାଯାଇଛି।

ଅଂଶଗ୍ରହଣକାରୀ ଦଳମାନେ ୨୫ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ୫୧ଟି ବିଭାଗ ଦ୍ୱାରା ଉପସ୍ଥାପନ କରାଯାଇଥିବା ୨୩୧ଟି ସମସ୍ୟା ବିବରଣୀ (୧୭୬ଟି ସଫ୍ଟୱେର ଏବଂ ୫୫ଟି ହାର୍ଡୱେୟାର)ର ମୁକାବିଲା ଓ ସମାଧାନ ପ୍ରଦାନ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ ପାଇଁ ମୋଟ ପୁରସ୍କାର ୨ କୋଟି ଟଙ୍କାରୁ ଅଧିକ, ଯେଉଁଥିରେ ପ୍ରତ୍ୟେକ ବିଜେତା ଦଳକୁ ପ୍ରତି ସମସ୍ୟା ବିବରଣୀ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches indigenous silicon photonics tech at IIT Madras in semiconductor self-reliance push

Media Coverage

India launches indigenous silicon photonics tech at IIT Madras in semiconductor self-reliance push
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength