ଜଳ ଜୀବନ ମିଶନ ଆପ ଓ ରାଷ୍ଟ୍ରୀୟ ଜଳ ଜୀବନ କୋଷର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୨, ୨୦୧୧ ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମ ପଞ୍ଚାୟତ ଓ ପାଣି ସମିତି/ଗ୍ରାମ୍ୟ ଜଳ ଓ ସ୍ୱଚ୍ଛତା ସମିତି (ଭିଡବ୍ଲୁଏସସି)ଗୁଡିକ ସହିତ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା କରିବେ ।

ହିତାଧିକାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ତଥା ଅଧିକ ପାରଦର୍ଶିତା ଓ ମିଶନ ଅନ୍ତର୍ଗତ ଯୋଜନାର ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଆପ୍ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଜଳ ଜୀବନ କୋଷର ମଧ୍ୟ ଶୁଭାରମ୍ଭ କରିବେ । ଏହା ଦ୍ୱାରା କୌଣସି ବ୍ୟକ୍ତି, ସଂସ୍ଥା, କମ୍ପାନୀ ଓ ସମାଜସେବୀ ଭାରତରେ ଥାଆନ୍ତୁ କିମ୍ବା ବିଦେଶରେ, ସେମାନେ ପ୍ରତ୍ୟେକ ଗ୍ରାମୀଣ ପରିବାର, ସ୍କୁଲ, ଅଙ୍ଗନଓ୍ୱାଡି କେନ୍ଦ୍ର, ଆଶ୍ରମଶାଳା ତଥା ଅନ୍ୟ ସାର୍ବଜନୀନ ସଂସ୍ଥାଗୁଡିକୁ ପାଇପ ପାଣି ସଂଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ ।

ଦିନରେ ଜଳ ଜୀବନ ମିଶନ ସମ୍ପର୍କରେ ଦେଶବ୍ୟାପି ଗ୍ରାମ ସଭାଗୁଡିକ ମଧ୍ୟ ଆୟୋଜିତ ହେବ । ଗ୍ରାମ ସଭାଗୁଡିକରେ ଗ୍ରାମୀଣ ଜଳ ଯୋଗାଣ ପଦ୍ଧତିର ଯୋଜନା ଓ ପ୍ରବନ୍ଧନ ସମ୍ପର୍କରେ ଆଲୋଚନା କରାଯିବ ଓ ଦୀର୍ଘକାଳୀନ ଜଳ ସୁରକ୍ଷା ଦିଗରେ କାମ ମଧ୍ୟ କରାଯିବ ।

ପାଣି ସମିତି/ଭିଡବ୍ଲୁଏସସି ସମ୍ପର୍କରେ

ପାଣି ସମିତିଗୁଡିକ ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥାର ଯୋଜନା, କାର୍ଯ୍ୟାନ୍ୱୟନ, ପ୍ରବନ୍ଧନ, ପରିଚାଳନା ଓ ରକ୍ଷଣା ବେକ୍ଷଣରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି, ଯାହାଦ୍ୱାରା ପ୍ରତ୍ୟେକ ପରିବାରକୁ ନିୟମିତ ଓ ଦୀର୍ଘକାଳୀନ ଭାବେ ସ୍ୱଚ୍ଛ ନଳ-ଜଳ ଉପଲବ୍ଧ କରା ଯାଇପାରିବ । ସମୁଦାୟ ୬ ଲକ୍ଷରୁ ଅଧିକ ଗାଁରୁ ପ୍ରାୟ ୩.୫ ଲକ୍ଷ ଗାଆଁରେ ପାଣି ସମିତି/ ଭିଡବ୍ଲୁଏସସି ଗଠନ କରାଯାଇଛି । ଫିଲ୍ଡ ଟେଷ୍ଟ କିଟ୍ସ ବ୍ୟବହାର କରି ଜଳର ଗୁଣବତ୍ତା ଯାଞ୍ଚ କରିବା ପାଇଁ ୭.୧ ଲକ୍ଷରୁ ଅଧିକ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଜଳ ଜୀବନ ମିଶନ ସମ୍ପର୍କରେ

ପ୍ରତି ପରିବାରକୁ ସ୍ୱଚ୍ଛ ନଳ ପାଣି ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫, ୨୦୧୯ରେ ଜଳ ଜୀବନ ମିଶନ ଘୋଷଣା କରିଥିଲେ । ମିଶନ ଆରମ୍ଭ ବେଳେ, କେବଳ ୩.୨୩ କୋଟି (୧୭ ପ୍ରତିଶତ) ଗ୍ରାମୀଣ ପରିବାରଙ୍କ ପାଖରେ ନଳ ପାଣି ଯୋଗାଣ ସୁବିଧା ଥିଲା । 

କୋଭିଡ- ୧୯ ମହାମାରୀ ସତ୍ତ୍ୱେ ବିଗତ ଦୁଇ ବର୍ଷରେ ୫ କୋଟିରୁ ଅଧିକ ପରିବାରଙ୍କୁ ନଳ ପାଣି ସଂଯୋଗ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ  ୮.୨୬ କୋଟି  (୪୩ ପ୍ରତିଶତ) ଗ୍ରାମୀଣ ପରିବାରଙ୍କୁ ସେମାନଙ୍କ ଘରେ ନଳ ପାଣି ଯୋଗାଣ ସୁବିଧା କରାଯାଇଛି । ଦେଶର ୭୮ ଜିଲ୍ଲା, ୫୮ ହଜାର ଗ୍ରାମ ପଞ୍ଚାୟତ ଓ ୧.୧୬ ଲକ୍ଷ ଗାଁର ପ୍ରତ୍ୟେକ ପରିବାରକୁ ନଳ ପାଣି ଯୋଗାଣ ସୁବିଧା ଉପଲବ୍ଧ କରାଯାଇଛି । ଏପର୍ଯ୍ୟନ୍ତ ୭.୭୨ ଲକ୍ଷ (୭୬ ପ୍ରତିଶତ) ସ୍କୁଲ ଓ ୭.୪୮ ଲକ୍ଷ (୬୭.୫ ପ୍ରତିଶତ) ଅଙ୍ଗନଓ୍ୱାଡି କେନ୍ଦ୍ରକୁ ନଳ ପାଣି ଯୋଗାଣ ସୁବିଧା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସବକ୍ ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଦୃଷ୍ଟିକୋଣକୁ ସାକାର କରିବା ତଥା ବଟମ ଅପ ଆପ୍ରୋଚ ଅନୁସରଣ କରି, ରାଜ୍ୟଗୁଡିକର ସହ ସହଭାଗିତାରେ ୩.୬୦ ଲକ୍ଷ କୋଟି ଟଙ୍କାର ବଜେଟରେ ଜଳ ଜୀବନ ମିଶନକୁ କାର୍ଯ୍ୟାନ୍ୱିତ କରାଯାଉଛଇ । ଏହାବ୍ୟତୀତ  ୨୦୨୧-୨୨ରୁ ଆରମ୍ଭ କରି ୨୦୨୫-୨୬ ଅବଧି ପାଇଁ ଗାଁରେ ସ୍ୱଚ୍ଛ ଜଳ ଏବଂ ସ୍ୱଚ୍ଛତା ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନ୍ତର୍ଗତ ବିଶେଷ ଅନୁଦାନ ଭାବେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s first satellite-guided chopper approached launched at HAL airport

Media Coverage

India’s first satellite-guided chopper approached launched at HAL airport
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi