‘‘ଜନ ଔଷଧି ଦିବସ’’ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ତାରିଖ ଦିନ ୧୨ଟା ୩୦ ମିନିଟ୍‌ରେ ଭିଡିଓ କନଫରେନ୍ସିଂ ଜରିଆରେ ଜନ ଔଷଧି କେନ୍ଦ୍ର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବେ। ଏହି ଆଲୋଚନା ପରେ ପ୍ରଧାନମନ୍ତ୍ରୀ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାରୋହର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି ।

ଜେନେରିକ ଔଷଧ ଏବଂ ଜନ ଔଷଧି ପରିଯୋଜନାର ଲାଭ ଉଠାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ଦେଶବ୍ୟାପୀ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଅବସରରେ ଜନ ଔଷଧି ସଂକଳ୍ପ ଯାତ୍ରା, ମାତୃ ଶକ୍ତି ସମ୍ମାନ, ଜନ ଔଷଧି ବାଲ ମିତ୍ର, ଜନ ଔଷଧି ଜନ ଜାଗରଣ ଅଭିଯାନ, ଆଓ ଜନ ଔଷଧି ମିତ୍ର ବନାୟେ ଏବଂ ଜନ ଔଷଧି ଜନ ଆରୋଗ୍ୟ ମେଳା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ନାଗରିକମାନଙ୍କୁ ଶସ୍ତା ଏବଂ ସୁଲଭ ଔଷଧ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ, ସାରା ଦେଶରେ ଏବେ ୮୬୦୦ ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି, ପ୍ରାୟତଃ ସବୁ ଜିଲ୍ଲାରେ ଜନ ଔଷଧି କେନ୍ଦ୍ରର ସୁବିଧା ପହଞ୍ଚି ପାରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts