୫୮୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବୈଜ୍ଞାନିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ – ଇଣ୍ଡିଆ (ଏଲଆଇଜିଓ-ଇଣ୍ଡିଆ) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ; ଏହା ଦୁନିଆର ହାତଗଣତି କେତୋଟି ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ ମଧ୍ୟରୁ ଗୋଟିଏ ହେବ
ବିଶାଖାପାଟଣା ସ୍ଥିତ "ରେଆର ଆର୍ଥ ପରାମାନେଣ୍ଟ ମ୍ୟାଗନେଟ୍‍ ପ୍ଲାଣ୍ଟ” କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ; ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ଉତ୍ପାଦନ କରିବାର କ୍ଷମତା ଥିବା ବଛା ବଛା ଦେଶ ଗୋଷ୍ଠୀରେ ଭାରତ ସାମିଲ ଦେବ
"ନେସନାଲ ହାଡ୍ରନ ବିମ୍ ଥେରାପି ସୁବିଧା” ଏବଂ "ଫିଜନ ମୋଲିବିଡେନମ୍ -୯୯ ଉତ୍ପାଦନ ସୁବିଧା” କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ; କର୍କଟ ଚିକିତ୍ସା ଏବଂ ଉନ୍ନତ ଚିକିତ୍ସା ପାଇଁ ଏହି ସୁବିଧା ଦେଶର ସାମର୍ଥ୍ୟକୁ ବୃଦ୍ଧି କରିବ
ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ କର୍କଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଏଭଳି ସୁବିଧା ଯାହା ଦେଶର ବିଭିନ୍ନ ଅଞ୍ଚଳରେ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସାର ବିକେନ୍ଦ୍ରୀକରଣ ତଥା ଚିକିତ୍ସା ସୁବିଧାକୁ ବଢାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ମଇ ୨୦୨୩ ପୂର୍ବାହ୍ନ ୧୦.୩୦ ରେ ପ୍ରଗତି ମଇଦାନରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ମଇ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ୨୫ ତମ ବର୍ଷ ପାଳନ ଉତ୍ସବକୁ ମଧ୍ୟ ଦର୍ଶାଇବ ।

 

ପ୍ରମୁଖ ବୈଜ୍ଞାନିକ ପ୍ରକଳ୍ପମାନ

ଏହି ମହତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ୫୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିବେ । ଦେଶର ବିଜ୍ଞାନ ପ୍ରତିଷ୍ଠାନଗୁଡିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦର୍ଶନ ସହିତ ଏହା ଜଡିତ ।

ଯେଉଁ ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ସେଥି ମଧ୍ୟରେ ଲେଜର ହିଙ୍ଗୋଲି ସ୍ଥିତ ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ – ଇଣ୍ଡିଆ (ଏଲଆଇଜିଓ-ଇଣ୍ଡିଆ), ଓଡିଶାର ଜଟଣୀ ଠାରେ ଥିବା ହୋମି ଭାବା କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଏବଂ ମୁମ୍ବାଇର ଟାଟା ମେମୋରିଅ।ଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଆଦି ଅର୍ନ୍ତଭୁକ୍ତ ।

ମହାରାଷ୍ଟ୍ରର ହିଙ୍ଗୋଲିରେ ବିକଶିତ ହେବାକୁ ଥିବା ଲିଗୋ-ଇଣ୍ଡିଆ ବିଶ୍ୱର ହାତଗଣତି ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ  ମଧ୍ୟରୁ ଅନ୍ୟତମ । ଏହା ୪ କିଲୋମିଟର ଦୈର୍ଘ୍ୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଇଣ୍ଟରଫେରୋମିଟର ଅଟେ ଯାହାକି କୃଷ୍ଣ ଗର୍ତ୍ତ ଏବଂ ନିଉଟ୍ରନ୍ ଷ୍ଟାର ପରି ବୃହତ ଜ୍ୟୋର୍ତିବିଜ୍ଞାନ ବସ୍ତୁର ମିଶ୍ରଣ ସମୟରେ ସୃଷ୍ଟି ହୋଇଥିବା ମାଧ୍ୟାକର୍ଷଣ ତରଙ୍ଗକୁ ଅନୁଭବ କରିବାରେ ସକ୍ଷମ । ଲିଗୋ-ଇଣ୍ଡିଆ ଯୁକ୍ତରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଏହିପରି ଦୁଇଟି ଅବଜରଭେଟୋରୀ ସହିତ ମିଳିତ ଭାବେ କାର୍ଯ୍ୟ କରିବ; ଗୋଟିଏ ୱାଶିଂଟନ୍‍ର ହାନଫୋର୍ଡ ଏବଂ ଅନ୍ୟଟି ଲୁସିଆନାର ଲିଭିଙ୍ଗଷ୍ଟନରେ ଅବସ୍ଥିତ ।

ସେହିଭଳି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା ପ୍ରକଳ୍ପଗୁଡିକ ମଧ୍ୟରେ ମୁମ୍ବାଇ ଠାରେ ଫିଜନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା, ବିଶାଖାପାଟଣା ଠାରେ ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ ପ୍ଲାଣ୍ଟ, ନଭି ମୁମ୍ବାଇରେ ନ୍ୟାସନାଲ ହାଡ୍ରନ୍ ବିମ୍ ଥେରାପି ସୁବିଧା; ନଭି ମୁମ୍ବାଇରେ ରେଡିଓଲୋଜିକାଲ ରିସର୍ଚ୍ଚ ୟୁନିଟ୍‌,; ବିଶାଖାପାଟଣା ଠାରେ ଥିବା ହୋମି ଭାବା କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଏବଂ ନଭି ମୁମ୍ବାଇରେ ମହିଳା ଏବଂ ଶିଶୁ କର୍କଟ କର୍କଟ ଚିକିତ୍ସାଳୟର ସୌଧ ।

ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ମୁଖ୍ୟତଃ ବିକଶିତ ଦେଶମାନଙ୍କରେ ଉତ୍ପାଦିତ ହୁଏ । ଏହି ସୁବିଧା ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ଉତ୍ପାଦନ ପାଇଁ ବିଶାଖାପାଟନମ୍ ସ୍ଥିତ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର କ୍ୟାମ୍ପସରେ ବିକାଶ କରାଯାଇଛି । ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏବଂ ସ୍ୱଦେଶୀ ସମ୍ବଳରୁ ବାହାର କରାଯାଇଥିବା ସ୍ୱଦେଶୀ ବିରଳ ମୃତ୍ତିକା ସାମଗ୍ରୀ ବ୍ୟବହାର କରି ଏହି ସୁବିଧା ପ୍ରତିଷ୍ଠା କରାଯାଇଛି । ଏହି ସୁବିଧା ସହିତ, ରେଆର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍‍ ଉତ୍ପାଦନ କରିବାର କ୍ଷମତା ସହିତ ଭାରତ ବଛା ବଛା ଦେଶ ଗୋଷ୍ଠିରେ ସାମିଲ ହେବ ।

ନଭି ମୁମ୍ବାଇ ଠାରେ ଟାଟା ମେମୋରିଅ।ଲ୍ ସେଣ୍ଟରର ନ୍ୟାସନାଲ୍ ହାଡ୍ରନ୍ ବିମ୍ ଥେରାପି ସୁବିଧା ହେଉଛି ଏକ ଅତ୍ୟାଧୁନିକ ସୁବିଧା ଯାହା ଆଖପାଖର ସାଧାରଣ ସଂରଚନାରେ ସର୍ବନିମ୍ନ ମାତ୍ରାରେ ଟ୍ୟୁମରରେ ବିକିରଣର ଅତି ସଠିକ୍ ବିତରଣ କରିଥାଏ । ଟାର୍ଗେଟ୍ ଟିସୁକୁ ଡୋଜର ସଠିକ୍ ବିତରଣ ବିକିରଣ ଚିକିତ୍ସାର ଶୀଘ୍ର ଏବଂ ବିଳମ୍ବିତ ପାଶ୍ୱର୍ ପ୍ରତିକ୍ରିୟାକୁ ହ୍ରାସ କରିଥାଏ ।

ଫିଜନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ଟ୍ରମ୍ବେ କ୍ୟାମ୍ପସରେ ଅବସ୍ଥିତ । ମୋଲିବଡେନମ୍ -୯୯ ହେଉଛି ଟେକ୍ନେଟିୟମ୍ -୯୯ଏମ ର ଜନକ, ଯାହା କର୍କଟ, ହୃଦ୍ ରୋଗ ଇତ୍ୟାଦି ଶୀଘ୍ର ଚିହ୍ନଟ ପାଇଁ ୮୫% ରୁ ଅଧିକ ଇମେଜିଙ୍ଗ୍ ପଦ୍ଧତିରେ ବ୍ୟବହୃତ ହୁଏ । ଏହି ସୁବିଧା ବର୍ଷକୁ ପ୍ରାୟ ୯ ରୁ ୧୦ ଲକ୍ଷ ରୋଗୀଙ୍କର ସ୍କାନ୍‌କୁ ସକ୍ଷମ କରିବ ବୋଲି ଆଶା କରାଯାଉଛି ।

ଅନେକଗୁଡିଏ କର୍କଟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଦେଶର ବିଭିନ୍ନ ଅଞ୍ଚଳରେ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସାର ବିକେନ୍ଦ୍ରୀକରଣ ଏବଂ ସେବା ବୃଦ୍ଧି କରିବ ।

ଅଟଳ ଇନୋଭେସନ୍ ମିଶନ୍ ଏବଂ ଅନ୍ୟାନ୍ୟ ଉପାଦାନ

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ କୁ ପାଳନ କରୁଥିବା କାର୍ଯ୍ୟକ୍ରମ ଏବଂ ଉତ୍ସବରେ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ) ଉପରେ ଏକ ବିଶେଷ ଫୋକସ୍‍ ରହିଛି । ଚଳିତ ବର୍ଷର ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ବିଷୟବସ୍ତୁକୁ ଆଲୋକପାତ କରି, ଏଆଇଏମ୍ ପାଭିଲିଅନ୍ ଏକାଧିକ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିବ ଏବଂ ପରିଦର୍ଶକମାନଙ୍କୁ ଲାଇଭ୍ ଟିଙ୍କରିଂ ଅଧିବେଶନ ଦେଖିବା, ଟିଙ୍କରିଂ କାର୍ଯ୍ୟକଳାପରେ ସାମିଲ କରିବ, ଷ୍ଟାର୍ଟଅପ୍ ଦ୍ୱାରା ଉଲ୍ଲେଖନୀୟ ଉଦ୍ଭାବନ ଏବଂ ଉତ୍ପାଦର ସାକ୍ଷୀ ହେବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।  ଏକାଧିକ ଜୋନ୍ ଯେପରିକି ଏଆର / ଭିଆର, ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ଡିଜିଯାତ୍ରା, ଟେକ୍ସଟାଇଲ୍‌, ଏବଂ ଲାଇଫ୍ ସାଇନ୍ସ ଇତ୍ୟାଦି ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିକଟ ଅତୀତରେ ଭାରତରେ ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀକୁ ମଧ୍ୟ ଉଦ୍‍ଘାଟନ କରିବେ । ଏହି ଅବସରରେ ସେ ସ୍ମରଣୀୟ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ ।

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ, ଯେଉଁମାନେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ ଏବଂ ମଇ ୧୯୯୮ ରେ ପୋଖରାନ୍ ପରୀକ୍ଷଣର ସଫଳତାକୁ ସୁନିଶ୍ଚିତ କରିଥିଲେ । ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପ୍ରତିବର୍ଷ ମଇ ୧୧ ତାରିଖରେ ପାଳନ କରାଯାଏ । ଏହା ପ୍ରତିବର୍ଷ ଏକ ନୂତନ ଏବଂ ଭିନ୍ନ ବିଷୟବସ୍ତୁ ସହିତ ପାଳନ କରାଯାଏ । ଏହି ବର୍ଷର ବିଷୟବସ୍ତୁ ହେଉଛି " ସ୍କୁଲ ଟୁ ଷ୍ଟାର୍ଟଅପ୍‌- ଇଗ୍ନିଟିଙ୍ଗ୍‍ ୟଙ୍ଗ୍ ମାଇଣ୍ଡସ୍ ଟୁ ଇନୋଭେଟ” ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of benevolent actions and welfare of others
August 19, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that the true fulfilment of human life lies in constantly working for the welfare and well-being of other living beings.

The Prime Minister shared a Sanskrit Subhashitam-

“एतावज्जन्मसाफल्यं देहिनामिह देहिषु।
प्राणैरर्थैर्धिया वाचा श्रेय एवाचरेत्सदा॥”

The Subhashitam conveys that the ultimate fulfillment of human life in this world lies in constantly performing benevolent and welfare-oriented actions toward other living beings through one's physical capabilities, wealth, intellect, and speech.

The Prime Minister wrote on X;

“एतावज्जन्मसाफल्यं देहिनामिह देहिषु।

प्राणैरर्थैर्धिया वाचा श्रेय एवाचरेत्सदा॥”