ନର୍ଥ ଏବଂ ସାଉଥ୍ ବ୍ଲକରେ ଜାତୀୟ ସଂଗ୍ରହାଳୟରେ ଏକ ଭର୍ଚୁଆଲ୍ ପଦକ୍ଷେପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମଇ ଦିନ ସକାଳ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ ର ଉଦଘାଟନ କରିବେ ।

୪୭ ତମ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ (ଆଇଏମ୍‍ଡି) ପାଳନ ଲାଗି ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି । ଏହି ବର୍ଷ ପାଇଁ ଆଇଏମ୍‍ଡିର ବିଷୟବସ୍ତୁ ହେଉଛି "ସଂଗ୍ରହାଳୟ, ସ୍ଥିରତା ଏବଂ ଉତ୍ତମ” । ସଂଗ୍ରହାଳୟ ପ୍ରଦର୍ଶନୀ ସଂଗ୍ରହଳାୟ ବୃତ୍ତିଧାରୀମାନଙ୍କ ସହିତ ସଂଗ୍ରହାଳୟ ଉପରେ ଏକ ସାମଗ୍ରିକ ଆଲୋଚନା ଆରମ୍ଭ କରିବା ପାଇଁ ପରିକଳ୍ପନା କରାଯାଇଛି ଯାହା ସେମାନଙ୍କୁ ସାଂସ୍କୃତିକ କେନ୍ଦ୍ର ଭାବରେ ବିକଶିତ କରିବାକୁ ସମର୍ଥ କରିବ ଯାହା ଭାରତର ସାଂସ୍କୃତିକ କୂଟନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନର୍ଥ ଏବଂ ସାଉଥ ବ୍ଲକରେ ଜାତୀୟ ସଂଗ୍ରହାଳୟର ଏକ ଭର୍ଚୁଆଲ୍ ପଦକ୍ଷେପର ଉଦଘାଟନ କରିବେ । ଏହି ସଂଗ୍ରହାଳୟ ହେଉଛି ଭାରତର ଅତୀତ ସହ ଜଡିତ ଏତିହାସିକ ଘଟଣା, ବ୍ୟକ୍ତିତ୍ୱ, ଧାରଣା ଏବଂ ସଫଳତାକୁ ଦର୍ଶାଇବା ଏବଂ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ପ୍ରୟାସ ଯାହା ଭାରତର ବର୍ତ୍ତମାନର ର୍ନିମାଣରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟ୍‌, ସଚିତ୍ର ଉପନ୍ୟାସ - ସଂଗ୍ରହାଳୟରେ ଗୋଟିଏ ଦିନ, ଭାରତୀୟ ସଂଗ୍ରହାଳୟର ଡିରେକ୍ଟୋରୀ, କର୍ତ୍ତବ୍ୟ ପଥର ପକେଟ୍ ମାନଚିତ୍ର ଏବଂ ସଂଗ୍ରହାଳୟ କାର୍ଡକୁ ମଧ୍ୟ ଉନ୍ମୋଚନ କରିବେ ।

ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟ୍ ହେଉଛି ଚେନ୍ନପଟନମ୍ କଳା ଶୈଳୀରେ କାଠରେ ର୍ନିମିତ ନୃତ୍ୟରତା ଝିଅର ଏକ ସମସାମୟିକ ସଂସ୍କରଣ । ସଚିତ୍ର ଉପନ୍ୟାସ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରୁଥିବା ପିଲାମାନଙ୍କର ଏକ ଗୋଷ୍ଠୀକୁ ଚିତ୍ରଣ କରିଥାଏ ଯେଉଁଠାରେ ସେମାନେ ସଂଗ୍ରହାଳୟରେ ଉପଲବ୍ଧ ବିଭିନ୍ନ ବିଷୟ ସଂକ୍ରାନ୍ତରେ ଅବଗତ ହେବେ । ଇଣ୍ଡିଆ ମ୍ୟୁଜିୟମ ଡିରେକ୍ଟୋରୀ ହେଉଛି ଭାରତୀୟ ସଂଗ୍ରହାଳୟର ଏକ ବିସ୍ତୃତ ସର୍ଭେ । କର୍ତ୍ତବ୍ୟ ପଥର ପକେଟ୍ ମାନଚିତ୍ର ବିଭିନ୍ନ ସାଂସ୍କୃତିକ ସ୍ଥାନ ଏବଂ ଅନୁଷ୍ଠାନକୁ ଆଲୋକପାତ କରେ ଏବଂ ଏହା ପ୍ରତିଷ୍ଠିତ ପଥଗୁଡିକର ଇତିହାସକୁ ମଧ୍ୟ ଚିହ୍ନିତ କରେ । ସଂଗ୍ରହାଳୟ କାର୍ଡଗୁଡିକ ହେଉଛି ୭୫ ଟି କାର୍ଡର ଏକ ସେଟ୍ ଯାହା ଦେଶରେ ଚିତ୍ରକଳା ସଂଗ୍ରହାଳୟର ଚିତ୍ରିତ ପ୍ରଚ୍ଛଦପଟ୍ଟ ସହିତ ରହିଛି, ଏବଂ ସବୁ ବୟସର ଲୋକଙ୍କୁ ସଂଗ୍ରହାଳୟର ପରିଚୟ ଦେବା ପାଇଁ ଏକ ଅଭିନବ ଉପାୟ ଏବଂ ପ୍ରତ୍ୟେକ କାର୍ଡରେ ସଂଗ୍ରହାଳୟର ସଂକ୍ଷିପ୍ତ ସୂଚନା ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."