ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ସେପ୍ଟେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୧ଟା ସମୟରେ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରକୁ ଉଦ୍‌ଘାଟନ କରିବେ । ସେ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ପରିଦର୍ଶନ କରିବେ ଏବଂ ସ୍ଥଳସେନା, ନୌସେନା, ବାୟୁସେନା ତଥା ପ୍ରଶାସନିକ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ସମ୍ପର୍କରେ

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ପ୍ରାୟତଃ ୭,୦୦୦ ଅଧିକାରୀମାନଙ୍କ କାର୍ଯ୍ୟ ପାଇଁ ଜାଗା ଉପଲବ୍ଧ ହେବ । ଏହି ଭବନ ଆଧୁନିକ, ସୁରକ୍ଷିତ ଏବଂ ପରିଚାଳନା କାର୍ଯ୍ୟ ପାଇଁ ଆବଶ୍ୟକ ଜାଗା ପ୍ରଦାନ କରିବ । ଭବନ ପରିଚାଳନା ପାଇଁ ଏକୀକୃତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ସ୍ଥାପନ କରାଯାଇଛି, ଯାହା ଉଭୟ ଭବନର ସୁରକ୍ଷା ଏବଂ ପର୍ଯ୍ୟବେକ୍ଷଣ ଦାୟିତ୍ୱ ନିର୍ବାହ କରିବ ।

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ବ୍ୟାପକ ସୁରକ୍ଷା ପ୍ରବନ୍ଧନ ଉପାୟ ସହିତ ଅତ୍ୟାଧୁନିକ ଏବଂ ଶକ୍ତିର ଉପଯୁ୍‌କ୍ତ ବ୍ୟବହାର ପାଇଁ ବ୍ୟବସ୍ଥା ରହିଛି । ଏହି ଭବନର ବିଶେଷତ୍ୱ ମଧ୍ୟରେ ରହିଛି-ନୂତନ ଏବଂ ଦୀର୍ଘ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତି, ଏଲଜିଏସ୍ଏଫ(ଲାଇଟ ଗେଜ୍ ଷ୍ଟିଲ ଫ୍ରେମ)ର ଉପଯୋଗ । ଏହି ପ୍ରଯୁକ୍ତି ବ୍ୟବହାର ଦ୍ୱାରା ପାରମ୍ପରିକ ଆରସିସି ପଦ୍ଧତି ତୁଳନାରେ ଭବନ ନିର୍ମାଣ ପାଇଁ ୨୪-୩୦ମାସ କମ୍ ସମୟ ଲାଗିଛି । ଏହି ଭବନ ସବୁଜ ପ୍ରଯୁକ୍ତିର ବ୍ୟବହାର ଏବଂ ବିଭିନ୍ନ ପର୍ଯ୍ୟାବରଣ ଅନୁକୂଳ ବ୍ୟବହାରକୁ ପ୍ରାଥମିକତା ଦେବ ।

ଉଦ୍‌ଘାଟନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ନିର୍ମାଣ ଏବଂ ସହରୀ ବ୍ୟାପାର ମନ୍ତ୍ରୀ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ,  ଗୃହ ନିର୍ମାଣ ଏବଂ ସହରୀ ବ୍ୟାପାର ରାଜ୍ୟମନ୍ତ୍ରୀ, ଚିଫ୍ ଅଫ ଡିଭେନ୍ସ ଷ୍ଟାଫ(ସିଡିଏସ୍‌) ଏବଂ ସଶସ୍ତ୍ର ବାହିନୀର ପ୍ରମୁଖମାନେ ମଧ୍ୟ ସାମିଲ ହେବେ ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A day in the Parliament and PMO

Media Coverage

A day in the Parliament and PMO
...

Nm on the go

Always be the first to hear from the PM. Get the App Now!
...
Naval Pilots carries out landing of LCA(Navy) on INS Vikrant
February 08, 2023
ସେୟାର
 
Comments
PM lauds the efforts towards Aatmanirbharta

The Prime Minister, Shri Narendra Modi expressed happiness as Naval Pilots carried out landing of LCA(Navy) on INS Vikrant.

In response to a tweet by Spokesperson Navy, the Prime Minister said;

“Excellent! The efforts towards Aatmanirbharta are on with full vigour.”