ଏସ୍‌ଏଇଏସ୍‌ଆଇ ହେଉଛି ଏଲ୍‌ଇପି ଇଞ୍ଜିନ ପାଇଁ ସଫ୍ରାନର ଏମ୍‌ଆରଓ ସୁବିଧା
ପ୍ରଥମ ଥର ପାଇଁ ଏକ ବିଶ୍ୱସ୍ତରୀୟ ଇଞ୍ଜିନ ଓଇଏମ୍ ଭାରତରେ ଏମ୍‌ଆରଓ ଅପରେସନ କେନ୍ଦ୍ର ସ୍ଥାପନ କରିଛି
ବିମାନ କ୍ଷେତ୍ରରେ ଆତ୍ମନିର୍ଭରତାର ଲକ୍ଷ୍ୟ ଦିଗରେ ଏମଆରଓ ସୁବିଧା ଏକ ପ୍ରମୁଖ ପଦକ୍ଷେପ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ନଭେମ୍ବର ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଜିଏମଆର୍ ଏରୋସ୍ପେସ ଏବଂ ଶିଳ୍ପ ପାର୍କ – ଏସ୍‌ଇଜେଡରେ ଅବସ୍ଥିତ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍‌ଏଇଏସ୍‌ଆଇ) ସୁବିଧାର ଉଦ୍‌ଘାଟନ କରିବେ ।

ଏସ୍‌ଏଇଏସ୍‌ଆଇ ହେଉଛି ସଫ୍ରାନର ଏଲ୍‌ଇଏପି (ଲିଡିଂ ଏଜ୍ ଆଭିଏସନ ପ୍ରପଲ୍‌ସନ) ଇଞ୍ଜିନ ପାଇଁ ଉତ୍ସର୍ଗୀକୃତ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା, ଯାହା ଏୟାରବସ ଏ୩୨୦ନିଓ ଏବଂ ବୋଇଂ ୭୩୭ ମ୍ୟାକ୍ସ ବିମାନକୁ ଶକ୍ତି ପ୍ରଦାନ କରେ । ଏହି ସୁବିଧାର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ , କାରଣ ଏହା କେବଳ ସର୍ବବୃହତ ବିଶ୍ୱସ୍ତରୀୟ ବିମାନ ଇଞ୍ଜିନ ଏମଆରଓ ସୁବିଧା ମଧ୍ୟରୁ ଗୋଟିଏ ନୁହେଁ ବରଂ ପ୍ରଥମ ଥର ପାଇଁ, ଏକ ବିଶ୍ୱସ୍ତରୀୟ ଇଞ୍ଜିନ ଓଇଏମ (ମୂଳ ଉପକରଣ ନିର୍ମାତା) ଭାରତରେ ଏକ ଏମ୍‌ଆର୍‌ଓ ପରିଚାଳନା ସ୍ଥାପନ କରିଛି ।

ଜିଏମ୍‌ଆର ଏରୋସ୍ପେସ ଏବଂ ଶିଳ୍ପ ପ୍ରାକ – ଏସ୍‌ଇଜେଡ ମଧ୍ୟରେ ୪୫,୦୦୦ ବର୍ଗମିଟର ପରିବ୍ୟାପ୍ତ । ଏହା ପ୍ରାୟ ୧୩୦୦ କୋଟି ଟଙ୍କା ପ୍ରାରମ୍ଭିକ ନିବେଶରେ ବିକଶିତ ଅତ୍ୟାଧୁନିକ ସୁବିଧା।

ବାର୍ଷିକ ୩୦୦ ଲିପ ଇଞ୍ଜିନର ସର୍ଭିସିଂ ପାଇଁ ଡିଜାଇନ ହୋଇଛି, ଏସ୍‌ଏଇଏସ୍‌ଆଇ ସୁବିଧା ୨୦୩୫ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କ୍ଷମତା ହାସଲ କରିବା ପରେ ୧,୦୦୦ରୁ ଅଧିକ ଉଚ୍ଚ ଦକ୍ଷ ଭାରତୀୟ ଟେକ୍ନିସିଆନ ଏବଂ ଇଞ୍ଜିନିୟରମାନଙ୍କୁ ନିଯୁକ୍ତ ଦେବ । ଏହି ସୁବିଧାରେ ବିଶ୍ୱସ୍ତରୀୟ ଇଞ୍ଜିନ ରକ୍ଷଣାବେକ୍ଷଣ ଏବଂ ମରାମତି ସେବା ପ୍ରଦାନ କରିବା ପାଇଁ ଉନ୍ନତ ପ୍ରକ୍ରିୟା ଉପକରଣ ରହିବ ।

ଏମଆରଓ ସୁବିଧା ବିମାନ ଚଳାଚଳ କ୍ଷେତ୍ରରେ ଆତ୍ମନିର୍ଭରତାର ଲକ୍ଷ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ । ଏମଆରଓରେ ସ୍ୱଦେଶୀ କ୍ଷମତାର ବିକାଶ ବୈଦେଶିକ ମୁଦ୍ରା ପ୍ରବାହକୁ ହ୍ରାସ କରିବ, ଉଚ୍ଚ-ମୂଲ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯୋଗାଣ-ଶୃଙ୍ଖଳା ସ୍ଥିରତାକୁ ମଜବୁତ କରିବ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ବିମାନ ଚଳାଚଳ କେନ୍ଦ୍ର ଭାବରେ ସ୍ଥାପିତ କରିବ । ଭାରତ ସରକାର ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଏକ ଦୃଢ଼ ଏମଆରଓ ଇକୋସିଷ୍ଟମ ନର୍ମାଣ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ସରକାରଙ୍କ ପ୍ରମୁଖ ନୀତିଗତ ପଦକ୍ଷେପ - ଯେଉଁଥିରେ ୨୦୨୪ରେ ଜିଏସ୍‌ଟି ସଂସ୍କାର, ଏମଆରଓ ନିର୍ଦ୍ଦେଶାବଳୀ ୨୦୨୧ ଏବଂ ଜାତୀୟ ବେସାମରିକ ବିମାନ ଚଳାଚଳ ନୀତି ୨୦୧୬ ଅନ୍ତର୍ଭୁକ୍ତ – ଟିକସ ଢ଼ାଞ୍ଚାକୁ ଯୁକ୍ତିଯୁକ୍ତ କରି ଏବଂ ରୟାଲ୍‌ଟି ବୋଝ ହ୍ରାସ କରି ଏମ୍‌ଆରଓ ପ୍ରଦାନକାରୀଙ୍କ ପାଇଁ କାର୍ଯ୍ୟକୁ ସରଳ କରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight