ଦେଶରେ ପ୍ରଥମ କରି ଏହି ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି
ସମ୍ମିଳନୀର ବିଷୟବସ୍ତୁ: ‘ନ୍ୟାୟ ବିତରଣ ବ୍ୟବସ୍ଥାରେ ସୃଷ୍ଟି ହେଉଥିବା ଆହ୍ୱାନ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’ ଉଦଘାଟନ କରିବେ । ଏହି ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ ।

 

ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ସେପ୍ଟେମ୍ବର ୨୩-୨୪ରେ ଅନ୍ତର୍ଜାତୟ ଆଇନଜୀବୀ ସମ୍ମିଳନୀ-୨୦୨୩ ଆୟୋଜନ ହେଉଛି । ଏହାର ବିଷୟବସ୍ତୁ ରହିଛି ‘ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଉପୁଜୁଥିବା ଆହ୍ୱାନ’ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମହତ୍ୱ ଥିôବା ବିଭିନ୍ନ ଆଇନଗତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଖବର, ଚର୍ଚ୍ଚା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବା, ବିଚାର ଏବଂ ଅଭିଜ୍ଞତାର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଆଇନଗତ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗ ଓ ବୁଝାମଣାକୁ ମଜଭୁତ କରିବା । ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଉଦୀୟମାନ ଆଇନଗତ ଧାରା, ସୀମାପାର ମକଦ୍ଦମାରେ ଦେଖାଦେଉଥିବା ଆହ୍ୱାନ, ଆଇନଗତ ପ୍ରଯୁକ୍ତି, ପରିବେଶ ଆଇନ ଆଦି ବିଷୟରେ

ଆଲୋଚନା ହେବ ।

 

କାର୍ଯ୍ୟକ୍ରମରେ ବିଶିଷ୍ଟ ବିଚାରପତି, ଆଇନ ବୃତ୍ତିଧାରୀ ଏବଂ ବୈଶ୍ୱିକ ସ୍ତରରେ ଆଇନ ପେସାରେ ଥିବା ଲିଡର ସାମିଲ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 31, 2026
May 31, 2026

India’s Golden Chapter: Maritime Might, Digital Revolution & Nari Shakti Under PM Modi