ଫୋରମରେ ‘ବିୟୋଣ୍ଡ’ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯିବ; ‘ଫିନଟେକ ବିୟୋଣ୍ଡ ବାଉଣ୍ଡ୍ରିଜ’, ‘ଫିନଟେକ ବିୟୋଣ୍ଡ ଫାଇନାନ୍ସ’ ଏବଂ ‘ଫିନଟେକ ବିୟୋଣ୍ଡ ନେକ୍ସଟ’ ଭଳି ଉପ ବିଷୟବସ୍ତୁ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩, ୨୦୨୧ ପୂର୍ବାହ୍ନ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବିଚାର ନେତୃତ୍ୱ ମଞ୍ଚ ‘ଇନଫିନିଟୀ ଫୋରମ’କୁ ଉଦଘାଟନ କରିବେ।

ଭାରତ ସରକାରଙ୍କ ଅଧୀନ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫଏସସିଏ) ଦ୍ବାରା ଜିଆଇଏଫଟି ସିଟି ଏବଂ ବ୍ଲୁମବର୍ଗର ମିଳିତ ସହଯୋଗରେ ଡିସେମ୍ବର ୩ ଓ ୪ ତାରିଖରେ ଏହି ଫୋରମ ଆୟୋଜନ କରାଯିବ। ଫୋରମର ପ୍ରଥମ ସଂସ୍କରଣରେ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବେ।

ସମାବେଶୀ ଅଭିବୃଦ୍ଧି ଏବଂ ସାମଗ୍ରିକ ଭାବେ ମାନବ ସମାଜର କଲ୍ୟାଣ ଲାଗି ଫିନଟେକ ଉଦ୍ୟୋଗରେ କିଭଳି ଭାବେ ପ୍ରଯୁକ୍ତି ଓ ନବୋନ୍ମେଷର ଉପଯୋଗ କରାଯାଇପାରିବ ସେହି ଉଦ୍ଦେଶ୍ୟ ନେଇ ବିଶ୍ବ ନୀତି, ବ୍ୟବସାୟ ଏବଂ ପ୍ରଯୁକ୍ତି କ୍ଷେତ୍ରର ଅଗ୍ରଣୀ ବିଚାରକମାନଙ୍କୁ ଏକତ୍ରିତ କରି ଆଲୋଚନା କରିବା ଏବଂ ପ୍ରୟୋଗାତ୍ମକ ଅନ୍ତର୍ଦୃଷ୍ଟି ସହିତ ଆଗକୁ ଆସିବାରେ ଇନଫିନିଟୀ ଫୋରମ ସହାୟକ ହେବ। ଫୋରମ ଏଜେଣ୍ଡାରେ ‘ବିୟୋଣ୍ଡ’ ବିଷୟବସ୍ତୁ ଉପରେ ଗୁରୁତ୍ବାରୋପ କରାଯିବ। ଏଥିରେ ଫିନଟେକ ‘ବିୟୋଣ୍ଡ ବାଉଣ୍ଡ୍ରିଜ’ ଉପବିଷୟବସ୍ତୁ ଉପରେ ମଧ୍ୟ ବିଚାର ଆଲୋଚନା କରାଯିବ। ଆର୍ଥିକ ଅନ୍ତର୍ଭୂକ୍ତୀକରଣକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବାରୋପ କରିବା ଲାଗି ବିଶ୍ବ ବ୍ୟବସ୍ଥାର ବିକାଶ ନିମନ୍ତେ ସରକାର ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଭୌଗଳିକ ସୀମା ଠାରୁ ଊର୍ଦ୍ଧ୍ବକୁ ଯାଇ ବିଚାର ଆଲୋଚନା କରିବେ। ସେହିପରି ‘ଫିନଟେକ ବିୟୋଣ୍ଡ ଫାଇନାନ୍ସ’ ଉପବିଷୟବସ୍ତୁ ଉପରେ ମଧ୍ୟ ଫୋରମରେ ଧ୍ୟାନ ଦିଆଯିବ। ଦୀର୍ଘସ୍ଥାୟୀ ବିକାଶ ପାଇଁ ସ୍ପେସ୍ ଟେକ୍, ଗ୍ରୀନ୍ ଟେକ୍ ଏବଂ ଏଗ୍ରିଟେକ୍ ପରି ଉଦୀୟମାନ କ୍ଷେତ୍ର ସହିତ ସମ୍ମିଶ୍ରଣ କରିବା ଉପରେ ଏଥିରେ ଧ୍ୟାନ ଦିଆଯିବ। ଅନୁରୂପ ଭାବେ ଏଥିରେ ‘ଫିନଟେକ ବିୟୋଣ୍ଡ ନେକ୍ସ’ ଉପବିଷୟବସ୍ତୁ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯିବ। କ୍ବାଣ୍ଟମ କମ୍ପ୍ୟୁଟିଂ କିଭଳି ଭାବେ ଭବିଷ୍ୟତରେ ଫିନଟେକ ଉଦ୍ୟୋଗର ପ୍ରକୃତିକୁ ପ୍ରଭାବିତ କରିପାରିବ ଏବଂ ନୂତନ ସମ୍ଭାବନାକୁ ପ୍ରୋତ୍ସାହନ ଦେବ ସେ ସମ୍ପର୍କରେ ଏଥିରେ ଧ୍ୟାନ ଦିଆଯିବ।

ଏହି ଫୋରମରେ ୭୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ଏହି ଫୋରମରେ ଅଗ୍ରଣୀ ବକ୍ତାମାନଙ୍କ ମଧ୍ୟରେ ମାଲେସିଆର ଅର୍ଥ ମନ୍ତ୍ରୀ ତେଙ୍ଗକୁ ମିଃ ଜଫ୍ରୁଲ ଅଜିଜ, ଇଣ୍ଡୋନେସିଆ ଅର୍ଥମନ୍ତ୍ରୀ ସୁଶ୍ରୀ ଶ୍ରୀମୁଲ୍ୟାନି ଇନ୍ଦ୍ରାବତୀ, ଇଣ୍ଡୋନେସିଆ ସୃଜନଶୀଳ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସାଣ୍ଡିଗା ଏସ ଉନୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଏବଂ ଏମଡି ଶ୍ରୀ ମୁକେଶ ଅମ୍ବାନୀ, ସଫ୍ଟବ୍ୟାଙ୍କ ଗ୍ରୁପ କର୍ପୋରେସନର ଅଧ୍ୟକ୍ଷ ତଥା ସିଇଓ ମାସାୟୋଶୀ ସନ, ଆଇବିଏମ କର୍ପୋରେସନର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣା, କୋଟକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଉଦୟ କୋଟକ ପ୍ରମୁଖ ଉଦବୋଧନ ଦେବେ। ଚଳିତ ବର୍ଷ ଫୋରମର ପ୍ରମୁଖ ସହଯୋଗୀ ଭାବେ ନୀତି ଆୟୋଗ, ଇନଭେଷ୍ଟ ଇଣ୍ଡିଆ, ଫିକି ଏବଂ ନାସକମ ଆଦି ପ୍ରମୁଖ ସହଯୋଗୀ ରହିଛନ୍ତି।

ଆଇଏଫଏସସିଏ ସମ୍ପର୍କରେ

ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫଏସସିଏ)ର ମୁଖ୍ୟାଳୟ ଗୁଜରାଟର ଗାନ୍ଧୀନଗର ସ୍ଥିତ ଜିଆଇଏଫଟି ସହରରେ ରହିଛି। ଏହା ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ଆଇନ, 2019 ଅଧୀନରେ ପ୍ରତିଷ୍ଠା କରାଯାଇଥିଲା। ଭାରତରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (ଆଇଏଫଏସସି)ରେ ଆର୍ଥିକ ଉତ୍ପାଦ, ଆର୍ଥିକ ସେବା ଏବଂ ଆର୍ଥିକ ସଂସ୍ଥାନର ବିକାଶ ଏବଂ ନିୟାମକ ପାଇଁ ଏକୀକୃତ ପ୍ରାଧିକରଣ ଭାବେ ଏହା କାର୍ଯ୍ୟ କରିଥାଏ। ବର୍ତ୍ତମାନ, ଜିଆଇଏଫଟି ଆଇଏଫଏସସି ଭାରତରେ ପ୍ରଥମ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s auto sales hit record high in Q1; PVs log 26% growth: SIAM

Media Coverage

India’s auto sales hit record high in Q1; PVs log 26% growth: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥