ପ୍ରଧାନମନ୍ତ୍ରୀ ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ
"ସମବାୟ ସଂସ୍ଥା ସମସ୍ତଙ୍କ ପାଇଁ ସମୃଦ୍ଧି ଆଣେ" ଶୀର୍ଷକ ଏହି ସମ୍ମିଳନୀର ବିଷୟବସ୍ତୁ ଭାରତ ସରକାରଙ୍କ "ସହକାର ସେ ସମୃଦ୍ଧି" ପରିକଳ୍ପନା ସହିତ ସମନ୍ୱିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୫ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବା ସହ ଜାତିସଂଘ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ।

ବିଶ୍ୱ ସମବାୟ ଆନ୍ଦୋଳନର ପ୍ରମୁଖ ସଂସ୍ଥା ଅନ୍ତର୍ଜାତୀୟ ସମବାୟ ମେଣ୍ଟ (ଆଇସିଏ)ର ୧୩୦ ବର୍ଷର ଇତିହାସରେ ଭାରତରେ ପ୍ରଥମ ଥର ପାଇଁ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ଏବଂ ଆଇସିଏ ସାଧାରଣ ସଭା ଆୟୋଜନ କରାଯାଉଛି। ଆଇସିଏ ଏବଂ ଭାରତ ସରକାରଙ୍କ ସହଯୋଗରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ଏବଂ ଭାରତୀୟ ସମବାୟ ସଂସ୍ଥା ଅମୁଲ୍ ଏବଂ କ୍ରିଭକୋର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

"ସମବାୟ ସଂସ୍ଥାଗୁଡ଼ିକ ସମସ୍ତଙ୍କ ପାଇଁ ସମୃଦ୍ଧି ସୃଷ୍ଟି କରିଥା’ନ୍ତି" ଶୀର୍ଷକ ଏହି ସମ୍ମିଳନୀର ବିଷୟବସ୍ତୁ ଭାରତ ସରକାରଙ୍କ "ସହକାର ସେ ସମୃଦ୍ଧି" (ସମବାୟ ମାଧ୍ୟମରେ ସମୃଦ୍ଧି) ଦୃଷ୍ଟିକୋଣ ସହିତ ସମନ୍ୱିତ । ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ବିଶ୍ୱବ୍ୟାପୀ ସମବାୟ ସମିତିଗୁଡିକ ସାମନା କରୁଥିବା ଆହ୍ୱାନ ଏବଂ ସୁଯୋଗର ମୁକାବିଲା, ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ, ଲିଙ୍ଗଗତ ସମାନତା ଏବଂ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରସଙ୍ଗ ଉପରେ ଆଲୋଚନା, ପ୍ୟାନେଲ ଅଧିବେଶନ ଏବଂ କର୍ମଶାଳା ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ, ଯେଉଁଥିରେ ସାମାଜିକ ଅନ୍ତର୍ଭୁକ୍ତୀକରଣ, ଆର୍ଥିକ ସଶକ୍ତୀକରଣ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାରେ ସମବାୟ ସମିତିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରାଯିବ , "ସମବାୟ ଏକ ଉତ୍ତମ ବିଶ୍ୱ ଗଠନ" ଶୀର୍ଷକ ଉପରେ ଧ୍ୟାନ ଦେବ । ବିଶେଷ କରି ଅସମାନତା ହ୍ରାସ, ଭଲ କାମକୁ ପ୍ରୋତ୍ସାହିତ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକ ଦୀର୍ଘସ୍ଥାୟୀ ବିକାଶର ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବରେ ଜାତିସଂଘର ଏସଡିଜି ଦ୍ୱାରା ସ୍ୱୀକୃତି ପାଇଛନ୍ତି। ବିଶ୍ୱର ସବୁଠାରୁ ଜଟିଳ ଆହ୍ୱାନର ମୁକାବିଲା କରିବାରେ ସମବାୟ ଉଦ୍ୟୋଗ ଗୁଡିକର ଶକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ୨୦୨୫ ବର୍ଷରେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନିଆଯିବ ।

ସମବାୟ ଆନ୍ଦୋଳନ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ । ଏହି ଡାକ ଟିକଟରେ ଶାନ୍ତି, ଶକ୍ତି, ସ୍ଥିରତା ଏବଂ ଅଭିବୃଦ୍ଧିକୁ ପ୍ରତୀକାତ୍ମକ ଭାବେ ପ୍ରଦର୍ଶନ କରୁଥିବା ପଦ୍ମ ରହିବ, ଯାହା ସ୍ଥିରତା ଏବଂ ଗୋଷ୍ଠୀ ବିକାଶର ସମବାୟ ମୂଲ୍ୟବୋଧକୁ ପ୍ରତିଫଳିତ କରେ । ପଦ୍ମର ପାଞ୍ଚଟି ପାଖୁଡ଼ା ପ୍ରକୃତିର ପାଞ୍ଚଟି ଉପାଦାନ (ପଞ୍ଚତତ୍ଵ)କୁ ପ୍ରତିନିଧିତ୍ୱ କରେ, ଯାହା ପରିବେଶ, ସାମାଜିକ ଏବଂ ଆର୍ଥିକ ଦୀର୍ଘସ୍ଥାୟିତ୍ୱ ପ୍ରତି ସମବାୟ ସମିତିର ପ୍ରତିବଦ୍ଧତା ଉପରେ ଆଲୋକପାତ କରେ । କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଭୂମିକାକୁ ଦର୍ଶାଉଥିବା ଡ୍ରୋନ୍ ସହ କୃଷି, ଦୁଗ୍ଧ, ମତ୍ସ୍ୟ, ଖାଉଟି ସମବାୟ ଓ ଗୃହ ନିର୍ମାଣ ଭଳି କ୍ଷେତ୍ରକୁ ମଧ୍ୟ ଏହି ଡିଜାଇନରେ ଅନ୍ତର୍ଭୁକ୍ତ କରାଯାଇଛି।

ଏଥିରେ ଭୁଟାନର ମାନ୍ୟବର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ ଏବଂ ଫିଜିର ମାନ୍ୟବର ଉପପ୍ରଧାନମନ୍ତ୍ରୀ ମହାମହିମ ମନୋଆ କାମିକାମିକା ଏବଂ ୧୦୦ରୁ ଅଧିକ ଦେଶର ପ୍ରାୟ ୩,୦୦୦ ପ୍ରତିନିଧି ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi