PM to confer President's Police Medal for Distinguished Service and Gold Medal for Best Investigating Officers of CBI
PM to release Postage Stamp and Commemorative Coin marking Diamond Jubilee Celebration year of CBI

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସିବିଆଇର ସର୍ବୋତ୍ତମ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ସିବିଆଇର ହୀରକ ଜୟନ୍ତୀ ଉତ୍ସବ ପାଳନକୁ ଦର୍ଶାଉଥିବା ଡାକ ଟିକଟ ଏବଂ ସ୍ମରଣୀୟ ମୁଦ୍ରାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଏପ୍ରିଲରେ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସିବିଆଇର ସର୍ବୋତମମ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସ୍ୱର୍ଣ୍ଣ ପଦକ ଗ୍ରହଣକାରୀଙ୍କ ପାଇଁ ଏକ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ପଦକ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ସିଲଙ୍ଗ, ପୁଣେ ଏବଂ ନାଗପୁରରେ ସିବିଆଇର ନବ ର୍ନିମିତ କାର୍ଯ୍ୟାଳୟ ସୌଧକୁ ମଧ୍ୟ ଉଦଘାଟନ କରିବେ । ସେ ସିବିଆଇର ହୀରକ ଜୟନ୍ତୀ ଉତ୍ସବକୁ ଦର୍ଶାଉଥିବା ଏକ ଡାକ ଟିକଟ ଏବଂ ସ୍ମରଣୀୟ ମୁଦ୍ରା ଉନ୍ମୋଚନ କରିବେ । ସେ ସିବିଆଇର ଟ୍ୱିଟର ହ୍ୟାଣ୍ଡେଲର ମଧ୍ୟ ଶୁଭାରମ୍ଭ କରିବେ ।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୧ ଏପ୍ରିଲ, ୧୯୬୩ ରେ ଏକ ସଙ୍କଳ୍ପ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-VBRY: The Employment Scheme Delivering on India’s Social Security Promise

Media Coverage

PM-VBRY: The Employment Scheme Delivering on India’s Social Security Promise
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi