ପ୍ରଧାନମନ୍ତ୍ରୀଙ୍କ ୫ଏଫ୍ ଭିଜନର ପ୍ରେରଣାରେ ଭାରତ ଟେକ୍ସ ୨୦୨୪ ସମ୍ପୂର୍ଣ୍ଣ ଟେକ୍ସଟାଇଲ ମୂଲ୍ୟ ଶୃଙ୍ଖଳାରେ ଉପରେ ଧ୍ୟାନ କେନ୍ଦ୍ରୀତ କରିବ
ଶହେରୁ ଅଧିକ ଦେଶର ଭାଗିଦାରୀ ସହ ଏହା ଦେଶରେ ଆୟୋଜିତ ହେବାକୁ ଥିବା ସବୁଠୁ ବଡ଼ ବୈଶ୍ୱିକ ଟେକ୍ସଟାଇଲ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ
ବ୍ୟାପାର ଏବଂ ନିବେଶ ବଢ଼ାଇବା ଏବଂ ବୟନ ଶିଳ୍ପ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ଦିଗରେ ସହାୟତା ପାଇଁ ଏହି ଆୟୋଜନର ପରିକଳ୍ପନା କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୨୬ ପୂର୍ବାହ୍ନ ସାଢ଼େ ୧୦ଟାରେ ଭାରତ ମଣ୍ଡପମ୍‌, ନୂଆଦିଲ୍ଲୀରେ ଦେଶରେ ଆୟୋଜିତ ହେବାକୁ ଥିବା ଅଦ୍ୟାବଧି ସବୁଠୁ ବଡ଼ ବୈଶ୍ୱିକ ଟେକ୍ସଟାଇଲ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଭାରତ ଟେକ୍ସ ୨୦୨୪ର ଉଦ୍‌ଘାଟନ କରିବେ ।

 

୨୦୨୪ ଫେବ୍ରୁଆରୀ ୨୬ରୁ ୨୯ ପର୍ଯ୍ୟନ୍ତ ଭାରତ ଟେକ୍ସ ୨୦୨୪ ଚାଲିବ । ପ୍ରଧାନମନ୍ତ୍ରୀଙ୍କ ୫ଏଫ୍ ଭିଜନରୁ ପ୍ରେରଣା ନେଇ ଏହି କାର୍ଯ୍ୟକ୍ରମରେ ଫାଇବର, ଫାବ୍ରିକ୍ ଏବଂ ଫ୍ୟାଶନ ଫୋକସ୍ ମାଧ୍ୟମରେ ଚାଷ (ଫାର୍ମ)ଠାରୁ ଆରମ୍ଭ କରିବ ବିଦେଶ (ଫରେନ୍‌) ଉପରେ ଏକୀକୃତ ଭାବେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯାହା କି ସମ୍ପୂର୍ଣ୍ଣ ଟେକ୍ସଟାଇଲ ମୂଲ୍ୟ ଶୃଙ୍ଖଳାକୁ ଅନ୍ତର୍ଭୂକ୍ତ କରିଥାଏ । ଏହି ଆୟୋଜନ ବୟନ ଶିଳ୍ପ କ୍ଷେତ୍ରରେ ଭାରତର ଶକ୍ତି ପ୍ରଦର୍ଶନ କରିବ ଏବଂ ବୈଶ୍ୱିକ ଟେକ୍ସଟାଇଲ ମହାଶକ୍ତି ଭାବେ ଭାରତର ସ୍ଥିତି ସୁନିଶ୍ଚିତ କକରିବ ।

 

ମୋଟ ୧୧ ଟେକ୍ସଟାଇଲ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଏବଂ ସରକାରଙ୍କ ଦ୍ୱାରା ସମର୍ôଥତ ଭାରତ ଟେକ୍ସ ୨୦୨୪ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଯୁଗ୍ମ ସ୍ତମ୍ଭ ଉପରେ ଆଧାରିତ । ଏଥିରେ ସ୍ଥିରତା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଏହି ୪ ଦିବସୀୟ କାର୍ଯ୍ୟକ୍ରମରେ ୬୫ରୁ ଅଧିକ ଜ୍ଞାନ ଅଧିବେଶନ ହେବ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏଥିରେ ସ୍ଥାୟୀତ୍ୱ, ବୃତ୍ତିଗତତା ଏବଂ ଏକ ‘ଇଣ୍ଡି ହାଟ’, ଭାରତୀୟ ବୟନ ଐତିହ୍ୟ ଏବଂ ବିଶ୍ୱସ୍ତରୀୟ ଡିଜାଇନ ଭଳି ବିଭିନ୍ନ ଥିମ୍ ଉପରେ ଫ୍ୟାଶନ ଉପସ୍ଥାପନା ଏବଂ ଇଣ୍ଟରଆକ୍ଟିଭ୍ ଫାବ୍ରିକ ଟେଷ୍ଟିଂ ଜୋନ୍ ଓ ଉତ୍ପାଦ ପ୍ରଦର୍ଶନ ଉପରେ ମଧ୍ୟ ଉତ୍ସଗୀକୃତ ପାଭିଲିୟନ ରହିବ ।

 

ଭାରତ ଟେକ୍ସ ୨୦୨୪ରେ ନୀତି ପ୍ରଣୟନକାରୀ ଏବଂ ବିଶ୍ୱସ୍ତରୀୟ ସିଇଓ, ୩,୫୦୦ରୁ ଅଧିକ ପ୍ରଦର୍ଶକ, ୧୦୦ରୁ ଅଧିକ ଦେଶରୁ ୩,୦୦୦ରୁ ଅଧିକ କ୍ରେତା ଏବଂ ୪୦,୦୦୦ରୁ ଅଧିକ ବ୍ୟବସାୟ ପରିଦର୍ଶକ, ବୟନ ଛାତ୍ର, ବୁଣାକାର, କାରିଗର ଏବଂ ବୟନ ଶ୍ରମିକ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଘୋଷଣା ଏବଂ ଏମ୍‌ଓୟୁ ସ୍ୱାକ୍ଷରିତ ହେବା ଆଶା କରାଯାଉଥିବାରୁ ବୟନଶିଳ୍ପରେ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟକୁ ଅଧିକ ଉତ୍ସାହିତ କରିବା ଓ ରପ୍ତାନୀରେ ସହାୟତା ଲାଗି ଯୋଜନା କରାଯାଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ  ଭିଜନକୁ ଆଗକୁ ନେବାରେ ଏକ ପ୍ରମୁଖ ପଦକ୍ଷେପ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Water conservation in India: The community as custodian

Media Coverage

Water conservation in India: The community as custodian
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2026
March 21, 2026

Empowering Bharat Holistically: Health, Finance, Heritage & Export Growth Under the Leadership of PM Modi