କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ପ୍ରତିନିଧୀଙ୍କ ସହ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଜୁଲାଇ ୨୦୨୨ ସଂଧ୍ୟା ୬.୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା (ଏଜେଏମ୍‍ଏଲ୍‍) ରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ପ୍ରଥମ ଏଜେଏମ୍‍ଏଲରେ ମୁଖ୍ୟ ବକ୍ତବ୍ୟରେ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଥର୍ମାନ୍ ଶାନମୁଗରାତନମ୍ ‘ଅର୍ନ୍ତଭୁକ୍ତ ମାଧ୍ୟମରେ ଅଭିବୃଦ୍ଧି, ଅଭିବୃଦ୍ଧି ମାଧ୍ୟମରେ ଅନ୍ତର୍ଭୂକ୍ତତା’ ଉପରେ ବକ୍ତୃକ୍ତା ପ୍ରଦାନ କରିବେ । ଏହି ବକ୍ତୃକ୍ତା ପରେ ଶ୍ରୀ ମାଥିଆସ୍ କୋରମାନ୍ (ଓଇସିଡି ମହାସଚିବ) ଏବଂ ଶ୍ରୀ ଅରବିନ୍ଦ ପାନଗାରିଆ (ପ୍ରଫେସର, କଲମ୍ବିଆ ବିଶ୍ୱବିଦ୍ୟାଳୟ)ଙ୍କ ଦ୍ୱାରା ଏକ ପ୍ୟାନେଲ୍ ଆଲୋଚନା ହେବ ।

ଅର୍ଥ ମନ୍ତ୍ରଣାଳୟର ଅଥନୈତିକ ବ୍ୟାପାର ବିଭାଗ ଶ୍ରୀ ଅରୁଣ ଜେଟଲୀଙ୍କ ଦେଶ ପାଇଁ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ପ୍ରଥମ  "ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା” ଆୟୋଜନ କରିଛି ।

ଜୁଲାଇ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀ (କେଇସି) ରେ ଅଂଶଗ୍ରହଣ କରୁଥିବା ପ୍ରତିନିଧୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଯେଉଁ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ, ସେମାନଙ୍କ ମଧ୍ୟରେ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ଶ୍ରୀମତୀ ଆନେ କ୍ରୁଗର, ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଶ୍ରୀ ନିକୋଲାସ୍ ଷ୍ଟର୍ନ, ହାର୍ଭାର୍ଡ କେନେଡି ସ୍କୁଲର ଶ୍ରୀ ରବର୍ଟ ଲରେନ୍ସ, ଆଇଏମ୍‍ଏଫ୍‍ର ପୂର୍ବତନ କାର୍ଯ୍ୟର୍ନିବାହୀ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଜନ୍ ଲିପ୍‍ସ୍କି, ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କର ଭାରତୀୟ ନିର୍ଦ୍ଦେଶକ ଶ୍ରୀ ଜୁନାଦ ଅହମ୍ମଦ ରହିଛନ୍ତି । ଅର୍ଥ ମନ୍ତ୍ରଣାଳୟର ସହଯୋଗରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରତିଷ୍ଠାନ ଦ୍ୱାରା କେଇସି ଆୟୋଜିତ ହେଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action