ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚଳିତମାସ ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି ସହିତ ଆଇଜିପି(ଇନ୍ସପେକ୍ଟର ଜେନେରାଲ) ମାନେ ଭାଗ ନେବେ ।

ଏହି ଦୁଇଦିନିଆ ସମ୍ମିଳନୀ ମିଶ୍ରିତ ଆକାରରେ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକମାନେ ଲକ୍ଷ୍ନୌକୁ ଆସି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅବଶିଷ୍ଟ ଆମନ୍ତ୍ରିତ ପୁଲିସ ଅଧିକାରୀଗଣ ଭର୍ଚୁଆଲ ବ୍ୟବସ୍ଥାରେ ଦେଶର ୩୭ଟି ବିଭିନ୍ନ ଗୁଇନ୍ଦା ବ୍ୟୁରୋ /ପ୍ରାଦେଶିକ ଗୁଇନ୍ଦା ବ୍ୟୁରୋ ସଦର କାର୍ଯ୍ୟାଳୟରୁ ଏହି ସମ୍ମିଳନୀରେ ଭାଗନେବେ ।

            ଏହି ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା, ବାମଉଗ୍ରପନ୍ଥୀ କାର୍ଯ୍ୟକଳାପର ଦମନ, ମାଦବଦ୍ରବ୍ୟ ଚୋରା କାରବାରର ନୂଆ ଧାରା ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବ ।

            ୨୦୧୪ରୁ ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ପୂର୍ବରୁ ଏଭଳି ସମ୍ମିଳନୀରେ ପ୍ରତୀକାତ୍ମକ ଉପସ୍ଥିତି ବଦଳରେ ପ୍ରତ୍ୟକ ଅଧିବେଶନରେ ଭାଗ ନେଇ ମୁକ୍ତ ଓ ଅଣଆନୁଷ୍ଠାନିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଆସୁଛନ୍ତି । ଏହି ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସିଧାସଳଖ ଅବଗତ କରାଇବାର ସୁଯୋଗ ଶ୍ରୀ ମୋଦୀ ଦେଉଛନ୍ତି ।

            ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ଅନୁସାରେ ୨୦୧୪ଠାରୁ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାରମ୍ପରିକ ଭାବେ ରାଜଧାନୀ ଦିଲ୍ଲୀରେ ନ ହୋଇ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି । ପୂର୍ବରୁ ଏହା କେବଳ ଦିଲ୍ଲୀରେ ଆୟୋଜିତ ହେଉଥିଲା । କେବଳ କରୋନା ମହାମାରୀ ଯୋଗୁଁ ୨୦୨୦ ଡିଜିପି  ସମ୍ମିଳନୀ ଆଭାସୀ(ଭର୍ଚୁଆଲ) ବ୍ୟବସ୍ଥାରେ କରାଯାଇଥିଲା । ୨୦୧୪ରେ ଏହି ସମ୍ମିଳନୀ ଗୁଆହାଟୀରେ, ୨୦୧୫ରେ କଚ୍ଛର ଧୋରଡୋ,୨୦୧୬ରେ ହାଇଦରାବାଦର ଜାତୀୟ ପୁଲିସ ଏକାଡେମୀ, ୨୦୧୭ରେ ଟେକ୍‌ନପୁରର ବିଏସ୍‌ଏଫ୍ ଏକାଡେମୀ, ୨୦୧୮ରେ କେୱାଡିୟା ଏବଂ ୨୦୧୯ରେ ପୁଣେର ଆଇଆଇଏସ୍‌ଆର୍‌ରେ ଅନୁଷ୍ଠିତ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 550 Indian peacekeepers in South Sudan awarded UN Medal of Honour

Media Coverage

Over 550 Indian peacekeepers in South Sudan awarded UN Medal of Honour
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the power of unity, mutual cooperation and collective resolve
June 03, 2026

Prime Minister Shri Narendra Modi today shared a Sanskrit Subhashitam, observing that when citizens are bound by the threads of unity and mutual cooperation, the strength of the nation multiplies manifold. Shri Modi highlighted that it is through this collective resolve of the people of India that the country is continuously scaling new heights of progress.

The Prime Minister posted on X:

"जब नागरिक एकजुटता और आपसी सहयोग के सूत्र में बंधते हैं, तो राष्ट्र की शक्ति कई गुना बढ़ जाती है। भारतवासियों के इसी सामूहिक संकल्प से आज देश उन्नति की नित-नई ऊंचाइयों को छू रहा है।

धूमायन्ते व्यपेतानि ज्वलन्ति सहितानि च।
धृतराष्ट्रोल्मुकानीव ज्ञातयो भरतर्षभ॥"

Just as pieces of wood cannot fully display their energy when separated, but burn brightly and produce light and warmth when brought together, in the same way, the progress, prosperity, and strength of a state depend on the unity, mutual cooperation and collective determination of its people.