ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮, ୨୦୨୨ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟଗୁଡିକର ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ । ହରିଆଣାର ସୁରଜକୁଣ୍ଡ ଠାରେ ଅକ୍ଟୋବର ୨୭ ଓ ୨୮, ୨୦୨୨ରେ ଏହି ଚିନ୍ତନ ଶିବିର ଆୟୋଜିତ ହେବ । ରାଜ୍ୟଗୁଡିକର ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମହାନିର୍ଦ୍ଦେଶକମାନେ ଏହି ଚିନ୍ତନ ଶିବିରରେ ଭାଗ ନେବେ ।

ଗୃହ ମନ୍ତ୍ରୀମାନଙ୍କର ଏହି ଚିନ୍ତନ ଶିବର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଘୋଷିତ ପଞ୍ଚ ପ୍ରାଣ ଅନୁରୂପ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକରେ ନୀତି ପ୍ରସ୍ତୁତିରେ ଜାତୀୟ ଦୃଷ୍ଟିଭଙ୍ଗୀ ସାମିଲ କରିବାକୁ ପ୍ରୟାସ କରାଯିବ । ସଂଘୀୟ ବ୍ୟବସ୍ଥା ଭାବନାକୁ ବଜାୟ ରଖି ଏହି ଶିବିର କେନ୍ଦ୍ର ଓ ରାଜ୍ୟ ସ୍ତରର ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ଯୋଜନା ତଥା ସମନ୍ୱୟ କ୍ଷେତ୍ରରେ ଅଧିକ ସହଯୋଗ ସୁନିଶ୍ଚିତ କରିବ ।

ଏହି ଶିବିରରେ ପୁଲିସ ବଳର ଆଧୁନିକୀକରଣ, ସାଇବର ଅପରାଧ ପ୍ରବନ୍ଧନ, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସୂଚନା ପ୍ରଯୁକ୍ତିର ଅଧିକ ବ୍ୟବହାର, ସ୍ଥଳ ସୀମା ପ୍ରବନ୍ଧନ, ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା, ନିଶାଦ୍ରବ୍ୟ ଚୋରାଚାଲାଣ ଭଳି ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Safe, Inclusive AI For All': PM Modi Says India Helping Shape 'Force For Good' Conversation

Media Coverage

'Safe, Inclusive AI For All': PM Modi Says India Helping Shape 'Force For Good' Conversation
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam highlighting the importance of complete and scientifically grounded knowledge
February 18, 2026

Prime Minister Shri Narendra Modi today shared a Sanskrit Subhashitam highlighting the importance of complete and scientifically grounded knowledge. Such a complete true wisdom leads an individual to fullness, Clarity and the supreme realisation of truth.

The PM quoted an ancient Sanskrit verse on X:

“ज्ञानं तेऽहं सविज्ञानमिदं वक्ष्याम्यशेषतः।

यज्ज्ञात्वा नेह भूयोऽन्यज्ज्ञातव्यमवशिष्यते।।”