ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ହେବ ଆଲୋଚନା
ପୁଲିସ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ନିରାପତ୍ତା ବିଷୟରେ ବୃତ୍ତିଗତ ଅଭ୍ୟାସ ଏବଂ ପ୍ରକ୍ରିୟା ଉପରେ ଆଲୋଚନା ଓ ମତବିନିମୟ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ।

ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ମଧ୍ୟ ଏହି ସମ୍ମିଳନୀରେ ପ୍ରଦାନ କରାଯିବ।

ଏହି ସମ୍ମିଳନୀ ଦେଶର ବରିଷ୍ଠ ପୁଲିସ ପେସାଦାର ଏବଂ ସୁରକ୍ଷା ପ୍ରଶାସକମାନଙ୍କୁ ବିଭିନ୍ନ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ତଥା ଭାରତରେ ପୁଲିସ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିଚାଳନାଗତ, ଭିତ୍ତିଭୂମି ଏବଂ କଲ୍ୟାଣ ସମ୍ବନ୍ଧୀୟ ସମସ୍ୟା ଉପରେ ମୁକ୍ତ ଭାବରେ ଆଲୋଚନା ଓ ବିତର୍କ କରିବା ପାଇଁ ଏକ ମତବିନିମୟ ମଞ୍ଚ ପ୍ରଦାନ କରିବ । ଆଭ୍ୟନ୍ତରୀଣ ନିରାପତ୍ତା ବିପଦ ବ୍ୟତୀତ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିଚାଳନା ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ପାଇଁ ବୃତ୍ତିଗତ ଅଭ୍ୟାସ ଏବଂ ପ୍ରକ୍ରିୟାର ପ୍ରସ୍ତୁତି ଓ ଆପୋସ ବିନିମୟ ଉପରେ ଆଲୋଚନା ହେବ ।

ଡିଜିପି ସମ୍ମିଳନୀ ପ୍ରତି ପ୍ରଧାନମନ୍ତ୍ରୀ ସର୍ବଦା ଗଭୀର ଆଗ୍ରହ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ କେବଳ ସମସ୍ତ ଯୋଗଦାନକୁ ଧ୍ୟାନର ସହ ଶୁଣନ୍ତି ନାହିଁ ବରଂ ଖୋଲା ଓ ଅନୌପଚାରିକ ଆଲୋଚନାର ବାତାବରଣକୁ ପ୍ରୋତ୍ସାହିତ କରନ୍ତି, ଯାହା ନୂତନ ଚିନ୍ତାଧାରା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଚଳିତ ବର୍ଷ ଏହି ସମ୍ମିଳନୀରେ କିଛି ଅଭିନବ ବୈଶିଷ୍ଟ୍ୟ ମଧ୍ୟ ଯୋଡାଯାଇଛି । ଯୋଗ ଅଧିବେଶନ, ବ୍ୟବସାୟ ଅଧିବେଶନ, ବ୍ରେକ୍ ଆଉଟ୍ ଅଧିବେଶନ ଏବଂ ବିଷୟବସ୍ତୁ ଭିତ୍ତିକ ଡାଇନିଂ ଟେବୁଲ ଆଲୋଚନା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଦିନକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ପୁଲିସିଂ ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ପରାମର୍ଶ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବାର ଏକ ମୂଲ୍ୟବାନ ସୁଯୋଗ ପାଇବେ।

୨୦୧୪ ପରଠାରୁ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ସାରା ଦେଶରେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରି ଆସୁଛନ୍ତି । ଏଥିପୂର୍ବରୁ ଏହି ସମ୍ମିଳନୀ ଆସାମର ଗୌହାଟୀ, କଚ୍ଛର ରଣ (ଗୁଜରାଟ), ହାଇଦ୍ରାବାଦ (ତେଲଙ୍ଗାନା), ଟେକନପୁର (ଗ୍ୱାଲିୟର, ମଧ୍ୟପ୍ରଦେଶ), ଷ୍ଟାଚ୍ୟୁ ଅଫ୍ ୟୁନିଟି (କେୱଡିଆ, ଗୁଜରାଟ), ପୁଣେ (ମହାରାଷ୍ଟ୍ର), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ନୂଆଦିଲ୍ଲୀ ଏବଂ ଜୟପୁର (ରାଜସ୍ଥାନ)ରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱର (ଓଡ଼ିଶା) ଠାରେ ଏଥର ୫୯ତମ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ୨୦୨୪ ଆୟୋଜନ କରାଯାଉଛି ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Sree Narayana Guru on his birth anniversary
August 28, 2026

The Prime Minister, Shri Narendra Modi, paid tributes to Sree Narayana Guru on his birth anniversary, today. Shri Modi described Sree Narayana Guru as a towering social reformer, spiritual leader and thinker who devoted his life to building a society rooted in dignity and compassion.

The Prime Minister posted on X:

Tributes to Sree Narayana Guru on his birth anniversary!

A towering social reformer, spiritual leader and thinker, he devoted his life to building a society rooted in dignity and compassion. His thoughts gave strength to countless people. Equally noteworthy was his focus on education and learning.