Theme: ‘Yuva Shakti, Viksit Bharat’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଜାନୁଆରୀ ୨୭ ତାରିଖ ପ୍ରାୟ ୪ଟା ୩୦ରେ ଦିଲ୍ଲୀର କାରିଆପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିରେ ଉଦବୋଧନ ଦେବେ ।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ଏନସିସି କ୍ୟାମ୍ପରେ ୯୧୭ ବାଳିକା କ୍ୟାଡେଟଙ୍କୁ ମିଶାଇ ମୋଟ ୨୩୬୧ ଜଣ ଏନସିସି କ୍ୟାଡେଟ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବାଳିକା କ୍ୟାଡେଟ ସାମିଲ ହୋଇଥିଲେ ।

ମାସାଧିକ କାଳ ଧରି ଚାଲିଥିବା ୨୦୨୫ ଗଣତନ୍ତ୍ର ଦିବସ ଏନସିସି କ୍ୟାମ୍ପ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ପିଏମ ରାଲିରେ ଏହି କ୍ୟାଡେଟ ମାନେ ଯୋଗ ଦେବେ । ଚଳିତ ବର୍ଷ ଏନସିସି ପିଏମ ରାଲିର ପ୍ରସଙ୍ଗ ରହିଛି ‘ଯୁବ ଶକ୍ତି, ବିକଶିତ ଭାରତ’ ।

ରାଷ୍ଟ୍ର ଗଠନରେ ଏନସିସିର ପ୍ରତିବଦ୍ଧତା ଦର୍ଶାଇବାକୁ ଏହି ଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୮୦୦ ରୁ ଅଧିକ କ୍ୟାଡେଟ ଭାଗ ନେବେ । ୧୮ଟି ବିଦେଶୀ ବନ୍ଧୁ ରାଷ୍ଟ୍ରର ୧୪୪ ଜଣ ଯୁବ କ୍ୟାଡେଟ ରାଲିରେ ସାମିଲ ହେଉଥିବାରୁ ଉତ୍ସାହ ବୃଦ୍ଧି ପାଇବ ।

ଏନସିସି ପିଏମ ରାଲିରେ ସ୍ୱତନ୍ତ୍ର ଅତିଥି ଭାବେ ସମଗ୍ର ଦେଶରୁ ମେରା ଯୁବ (ମାଇଁ) ଭାରତ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାରର ୬୫୦ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi