ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୦, ୨୦୨୨ ପୂର୍ବାହ୍ନ ୧୦ଟା ବେଳେ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ)ର ପ୍ରଥମ ଜାତୀୟ ସ୍ତରୀୟ ସମ୍ମେଳନ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ଦ୍ୱାରା ଜୁଲାଇ ୩୦ରୁ ଜୁଲାଇ ୩୧, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଡିଏଲଏସଏଗୁଡିକ ମଧ୍ୟରେ ସମାନତା ଓ ସମନ୍ୱୟ ସ୍ଥାପନ ପାଇଁ ସମନ୍ୱିତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ ।

ଦେଶରେ ସମୁଦାୟ ୬୭୬ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ରହିଛି । ଜିଲ୍ଲା ଜଜ ଅଧ୍ୟକ୍ଷ ଭାବେ ଏହି ପ୍ରାଧିକରଣର ଦାୟିତ୍ୱ ତୁଲାଇଥାନ୍ତି । ଡିଏଲଏସଏ ଓ ରାଜ୍ୟ ଆଇନସେବା ପ୍ରାଧିକରଣ (ଏସଏଲଏସଏ)ଗୁଡିକ ମାଧ୍ୟମରେ ଆଇନ ସହାୟତା ପ୍ରଦାନ କରିବା ସହ ଏନଏଏଲଏସଏ ଦ୍ୱାରା ଆରମ୍ଭ ସଚେତନତା କାର୍ଯ୍ୟକ୍ରମଗୁଡିକୁ ରୂପାୟନ କରିଥାଏ । ଏନଏଏଲଏସଏ ଦ୍ୱାରା ଆୟୋଜିତ ଲୋକ ଅଦାଲତଗୁଡିକୁ ପରିଚାଳନା କରି ଡିଏଲଏସଏ ଅଦାଲତର ବୋଝ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi